ଆଧାରରେ ହେବ ଫୋନ୍‌ପେ ଆକ୍ଟିଭେସନ

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଫିନଟେକ ପ୍ଲାଟଫର୍ମ ଫୋନ୍‌ ପେ ସୋମବାର ଘୋଷଣା କରିଛି ଯେ, ଆଧାର କାର୍ଡ ଆଧାରିତ ଓଟିପି ଅଥେଣ୍ଟିକେଶନର ବ୍ୟବହାର କରି ଫୋନ୍‌ ପେ ୟୁପିଆଇ ଆକ୍ଟିଭେଶନ ସକ୍ଷମ କରିଛି। ଆଧାର କାର୍ଡ ଆଧାରିତ ୟୁପିଆଇ ଅନବୋର୍ଡିଂ ଫ୍ଲୋ ଆରମ୍ଭ କରିବାରେ ଫୋନ ପେ ହେଉଛି ପ୍ରଥମ ୟୁପିଆଇ ଟିପିଏପି ଆପ୍‌, ଯାହା ପ୍ରଥମ କରି ଲକ୍ଷ ଲକ୍ଷ ଭାରତୀୟଙ୍କୁ ସହଜ ଏବଂ ସୁରକ୍ଷିତ ଭାବେ ଏହି ୟୁପିଆଇ ଇକୋସିଷ୍ଟମର ଅଂଶ ହେବାରେ ସକ୍ଷମ କରିବ। ପୂର୍ବରୁ ୟୁପିଆଇ ଅନବୋର୍ଡିଂ ଫ୍ଲୋ ଅନୁଯାୟୀ ୟୁପିଆଇ ପଞ୍ଜୀକରଣ ପ୍ରକ୍ରିୟା ସମୟରେ ଜଣେ ଉପଭୋକ୍ତାଙ୍କର ୟୁପିଆଇ ପିନ ସେଟ ଅପ କରିବା ପାଇଁ ଏକ ବୈଧ ଡେବିଟ କାର୍ଡ ବାଧ୍ୟତାମୂଳକ ଥିଲା ା ଏ ସମ୍ପର୍କରେ ଫୋନପେର ପେମେଣ୍ଟ ମୁଖ୍ୟ ଶ୍ରୀଦୀପ ଅଗ୍ରୱାଲ କହିଛନ୍ତି, ଆମର ଉପଭୋକ୍ତାଙ୍କ ପାଇଁ ଆଧାର କାର୍ଡ ଆଧାରିତ ଅଥେଣ୍ଟିକେଶନ ପ୍ରଦାନ କରିବାରେ ପ୍ରଥମ ଫିନଟେକ ପ୍ଲାଟଫର୍ମ ହୋଇଥିବାରୁ ଆମେ ଅତ୍ୟନ୍ତ ଉସତ୍ାହିତ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri