Posted inଜାତୀୟ

ଖୁବ୍‌ଶୀଘ୍ର ଫେରିବ ଡାକୋଟା ବିମାନ

ନୂଆଦିଲ୍ଲୀ,୨୪।୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଉଡ଼ାଇଥିବା ଡାକୋଟା ବିମାନ ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ଫେରିବ ବୋଲି ଆଶା କରାଯାଉଛି। ଏବେ ବିମାନଟି ଅଚଳ ଅବସ୍ଥାରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡ଼ିରହିଛି। ଏହାକୁ ଖୋଲି ସଡ଼କପଥରେ ଭୁବନେଶ୍ୱର ଆଣି ପୁଣିଥରେ ଯୋଡ଼ିବା ପରେ ଆବଶ୍ୟକ ମରାମତି ଓ ରଙ୍ଗ କରାଯାଇ ଏକ ପ୍ରମୁଖ ସ୍ଥାନରେ ରଖାଯିବ। ଏହି କାର୍ଯ୍ୟ ଲାଗ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ।
ବିଜୁବାବୁ ୧୯୪୭ ଜୁଲାଇ ୨୧ରେ ଡାକୋଟା ବିମାନରେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡାକୋଟା ବିମାନ ଓଡ଼ିଶା ଲୋକଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ ଆଣିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲେ ହେଁ କୋଭିଡ୍‌ ମହାମାରୀ ଯୋଗୁ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏବେ ଟେଣ୍ଡର ଚାଲିଛି। ବର୍ଷ ଶେଷ ସୁଦ୍ଧା ଏହାକୁ ଅଣାଯାଇପାରେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କଠାରୁ ଆବଶ୍ୟକ ମଞ୍ଜୁରୀ ମିଳିସାରିଛି। କୋଲକାତା ବିମାନବନ୍ଦରରୁ କେତେକ ସୁରକ୍ଷାଗତ ମଞ୍ଜୁରୀ ଅଣାଯିବ। ଡାକୋଟା ବିମାନକୁ ରଖିବା ପାଇଁ ଭୁବନେଶ୍ୱରରେ ଜାଗା ଚିହ୍ନଟ ହୋଇଛି।
ପ୍ରକାଶ ଯେ, ୧୯୪୭ରେ ଡଚ୍‌ମାନେ ପୁନର୍ବାର ଇଣ୍ଡୋନେସିଆକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ କଳିଙ୍ଗ ଏୟାରଲାଇନ୍ସର ଦକ୍ଷ ପାଇଲଟ ବିଜୁବାବୁଙ୍କୁ ବିମାନରେ ଜାଭା ଯାଇ ସୁକର୍ଣ୍ଣଙ୍କୁ ଉଦ୍ଧାର କରିବା ନିମନ୍ତେ ଜବାହରଲାଲ୍‌ ନେହେରୁ କହିଥିଲେ। ଡଚ୍‌ମାନେ ଉକ୍ତ ବିମାନକୁ ଗୁଳିକରି ଖସାଇବାକୁ ଧମକ ଦେଇଥିଲେ। ଯଦି ତାଙ୍କ ବିମାନକୁ ଖସାଇ ଦିଆଯାଏ, ତେବେ ନେଦରଲାଣ୍ଡସ୍‌ର କୌଣସି ବିମାନକୁ ନିରାପଦର ସହିତ ଭାରତ ଉପରେ ଉଡ଼ିବାକୁ ଦିଆଯିବ ନାହିଁ ବୋଲି ବିଜୁବାବୁ କହିଥିଲେ। ତାଙ୍କର ଏଭଳି ଚେତାବନୀ ପରେ ଡଚ୍‌ କର୍ତ୍ତୃପକ୍ଷ ବିମାନରେ ଇଣ୍ଡୋନେସିଆ ନେତାଙ୍କୁ ନେବା ଲାଗି ଅନୁମତି ଦେଇଥିଲେ। ବିଜୁବାବୁଙ୍କର ଏହି ଦୁଃସାହସିକତା ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri