ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ୫।୪: ଭାରତରେ ପ୍ରଥମ ଥର ପାଇଁ କରୋନା ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଛି। ରବିବାର ରାତି ୧୨ଟା ସୁଦ୍ଧା ଗୋଟିଏ ଦିନର ସଂକ୍ରମଣ ସର୍ବାଧିକ ୧,୦୩,୭୬୪ ରେକର୍ଡ କରାଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୭,୮୯୧ରେ ପହଞ୍ଚତ୍ଛି। ପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୯୭,୮୯୪।
କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୂର୍ବାପେକ୍ଷା ଦ୍ରୁତ ବେଗରେ ମାଡ଼ିଚାଲିଛି। ୮ଟି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରେ। ଗତ ୨୪ ଘଣ୍ଟାରେ ଦେଶରେ ୫୧୩ ଜଣଙ୍କ ଜୀବନ ଯାଇଛି। ନୂଆ ସଂକ୍ରମଣର ୮୦.୯୬ ପ୍ରତିଶତ ୮ଟି ରାଜ୍ୟରେ ଦେଖିବାକୁ ମିଳିଛି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ। ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୭,୪୨,୮୧୩ରେ ପହଞ୍ଚତ୍ଛି। କେବଳ ମହାରାଷ୍ଟ୍ରରେ ୫୮.୧୯ ପ୍ରତିଶତ ମାମଲା ରହିଛି। ସେଠାରେ ଦିନକରେ ୫୭,୦୭୪ ସଂକ୍ରମିତ ହୋଇଛନ୍ତି। କରୋନା ମୃତ୍ୟୁରେ ମଧ୍ୟ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ଦିନକରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଛି।
ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ହୋଇଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ସହ ଟିକାକରଣର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରଥିଲେ। ମହାମାରୀର ମୁକାବିଲା ଲାଗି ଗୋଷ୍ଠୀ ସଚେତନତା ଓ ଏହାର ସମ୍ପୃକ୍ତି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସଂକ୍ରମଣ ଅତ୍ୟଧିକ ବୃଦ୍ଧି ଲାଗି ସରକାର ୩ଟି କାରଣକୁ ଦାୟୀ କରିଛନ୍ତି। କୋଭିଡ୍‌ ସତର୍କତା ନିୟମ ଠିକ୍‌ ଭାବେ ପାଳନ ନ କରିବା, ମହାମାରୀ ଜନିତ ଥକାପଣ ଏବଂ କଣ୍ଟେନମେଣ୍ଟ ନିୟମ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ନ ହେବା ଯୋଗୁ ସଂକ୍ରମଣ ବଢ଼ୁଥିବା କୁହାଯାଇଛି। ଅତ୍ୟଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ୍‌ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ସଂକ୍ରମଣ ବଢ଼ୁଥିବାରୁ ସୁରକ୍ଷା ପଦକ୍ଷେପଗୁଡ଼ିକ କଡ଼ାକଡ଼ା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ତୁରନ୍ତ ହଟ୍‌ସ୍ପଟ ଅଞ୍ଚଳରେ କଣ୍ଟେନମେଣ୍ଟ, ମାଇକ୍ରୋ ଲକ୍‌ଡାଉନ ଲାଗୁ କରିବା ସହ ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେଶନକୁ ଜୋର୍‌ଦାର କରିବା ଲାଗି ଦିଲ୍ଲୀ ଏମ୍ସ ମୁଖ୍ୟ ତଥା ସରକାରଙ୍କ କୋଭିଡ୍‌ ଟାସ୍କଫୋର୍ସର ପ୍ରମୁଖ ସଦସ୍ୟ ଡ. ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଦେଶରେ ଲକ୍‌ଡାଉନ ଲାଗୁ ନ କରିବାକୁ ବୈଜ୍ଞାନିକ ଓ ଡାକ୍ତରମାନଙ୍କ ଫୋରମ୍‌ ସରକାରଙ୍କୁ ଅନୁରୋଧ କରିଛି। ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣା ଗରିବ ଲୋକମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ସେମାନେ କହିଛନ୍ତି। ଏହା ବଦଳରେ ସ୍ବାସ୍ଥ୍ୟସେବା ବଢ଼ାଇବା, ହସ୍ପିଟାଲ ଓ ବେଡ୍‌ ସଂଖ୍ୟା ବୃଦ୍ଧି କରିବା ସହ ଅଧିକ ମାନବ ସମ୍ବଳକୁ ସ୍ବାସ୍ଥ୍ୟସେବାରେ ନିୟୋଜିତ କରିବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି।
ଗୋଟିଏ ପଟେ ବିଶାଳ ରାଜନୈତିକ ରାଲିର ଆୟୋଜନ ସହ ବିଭିନ୍ନ ସ୍ଥାନରେ ଧର୍ମୀୟ ସମାବେଶ କରାଯାଉଛି। ଅନ୍ୟପଟେ ଲକ୍‌ଡାଉନ ଲାଗୁ କରିବାର ଚେତାବନୀ ଦିଆଯାଉଛି। ଏହା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ଏଥିରୁ ଉଦ୍ଦେଶ୍ୟର ଗମ୍ଭୀରତା ଜଣାପଡ଼ୁନାହିଁ ବୋଲି ପ୍ରୋଗେସିଭ୍‌ ମେଡିକୋଜ୍‌ ଆଣ୍ଡ ସାଇଣ୍ଟିଷ୍ଟ ଫୋରମ୍‌ର ଅଧ୍ୟକ୍ଷ ଡ. ହର୍‌ଜିତ ସିଂ ଭଟ୍ଟି କହିଛନ୍ତି। ତେଣୁ ଉପଯୁକ୍ତ ବିଜ୍ଞାନସମ୍ମତ ନୀତି ଜରିଆରେ କରୋନା ଚିକିତ୍ସା ଓ ଟିକାକରଣ କରିବାକୁ ଫୋରମ୍‌ ପରାମର୍ଶ ଦେଇଛି। ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସମସ୍ତଙ୍କୁ ମାଗଣା ଟିକା ଦେବା ଲାଗି ଫୋରମ୍‌ କହିଛି। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଠିକା ପଦବୀ ଉଚ୍ଛେଦ କରି ସବୁ କର୍ମଚାରୀଙ୍କୁ ନିୟମିତ କରିବା ଏବଂ ଦେଶରେ ସ୍ବାସ୍ଥ୍ୟସେବାର ଘରୋଇକରଣକୁ ବନ୍ଦ କରିବା ଉପରେ ଭଟ୍ଟି ଜୋର୍‌ ଦେଇଛନ୍ତି।

ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ଲକ୍‌ଡାଉନ

 

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ସରକାର ନାଇଟ କର୍ଫୁ ଲାଗୁ କରିବା ସହ ସପ୍ତାହାନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ସୋମବାରଠାରୁ ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ଏଥିସହିତ ଶୁକ୍ରବାର ରାତି ୮ରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସାରା ରାଜ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ। ରବିବାର ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୩୦ ଯାଏ ଗାଇଡ୍‌ଲାଇନ କଡ଼ାକଡ଼ି ଲାଗୁ ହେବ। ନାଇଟ କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଲୋକଙ୍କୁ ଯାତାୟାତ ଅନୁମତି ମିଳିବ। ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କେବଳ ଖାଦ୍ୟ ପାର୍ସଲ ବିକ୍ରି କରିପାରିବେ। ସେଠାରେ ଖାଇବା ପାଇଁ ଅନୁମତି ମିଳିବ ନାହିଁ। ଥିଏଟର, ପାର୍କ ଆଦି ବନ୍ଦ ରହିବ। ଏହା ସର୍ବସମ୍ମତ ନିଷ୍ପତ୍ତି। ଗାଇଡ୍‌ଲାଇନକୁ ସମସ୍ତେ ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ ନଓ୍ବାବ ମଲିକ କହିଛନ୍ତି। ଦେଶରେ ମୋଟ ନୂଆ ସଂକ୍ରମଣର ଅର୍ଦ୍ଧାଧିକ କେବଳ ମହାରାଷ୍ଟ୍ରରେ। ଶନିବାର ମହାରାଷ୍ଟ୍ରରୁ ୫୭,୦୭୪ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ ୨୭୭ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri