Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସହ ଆଲୋଚନାରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଆତ୍ମୀୟ କିମ୍ବା ଅନ୍ତରଙ୍ଗ ବନ୍ଧୁଙ୍କ ସାହାଯ୍ୟର ହାତ ଆପଣଙ୍କ ନିକଟକୁ ଲମ୍ବି ଆସିପାରେ।
ବୃଷ
ବୃଷ

ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭିନ୍ନ ମାର୍ଗରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଆପଣ ସତ୍ୟର ଅପଳାପ କରି ସମାଲୋଚିତ ହେବେ। ସ୍ନାୟବିକ ଦୁର୍ବଳତା ଲାଗି ରହିବା କାରଣରୁ ହାତ ଓ ପାଦରେ ଯନ୍ତ୍ରଣା ଅନୁଭବ କରିବାର ସୂଚନା ରହିଛି। ଅବଶ୍ୟ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ।

ମିଥୁନ
ମିଥୁନ
ଅର୍ଥ ସମ୍ପର୍କୀୟ ଆଲୋଚନାରେ ଆପଣଙ୍କୁ ନିମଜ୍ଜିତ କରିପାରେ। ଆପଣଙ୍କ କୃପଣତା ପ୍ରତି ଅନ୍ୟମାନଙ୍କ ଟାହି ଟାପରା ମନକୁ ବାଧିପାରେ। ପୁନଶ୍ଚ ଅଜୀର୍ଣ୍ଣ କିମ୍ବା ମଧୁମେହଜନିତ ଅସୁସ୍ଥତା ମଧ୍ୟ ଅନୁଭବ କରିପାରନ୍ତି। କାମ ହାସଲରେ ନିଜ ଲୋକମାନେ ପ୍ରତିବନ୍ଧକ ସୃଷ୍ଟିଜନିତ ଅସୁବିଧାରେ ପଡିବେ।
କର୍କଟ
କର୍କଟ
କୌଣସି ଲୋଭନୀୟ ସୁଯୋଗକୁ ହାତଛଡା କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ସି˚ହ
ସି˚ହ
ବିଭିନ୍ନ କ୍ଷେତ୍ରରୁ ସମାଲୋଚନାର ସ୍ବର ଶୁଣିବାକୁ ପାଇପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ଆର୍ଥିକ ଦିଗରୁ ଦିନଟି ବହୁତ ଭଲ ରହିବ। ସାମାଜିକ ସ୍ତରରେ ଛୋଟ ବଡ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ରହିବ ନାହିଁ।
କନ୍ୟା
ଆଜି ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ ସଭାସମିତି କିମ୍ବା ଆଲୋଚନା କାଳରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ଈର୍ଷା ଓ ଅସୂୟା କାରଣରୁ ନିଜ ଲୋକମାନେ ବିଶ୍ୱାସଘାତକତା କରିବାର ସୂଚନା ମିଳିପାରେ। ମାଲିମକଦ୍ଦମାରେ ବିଜୟପ୍ରାପ୍ତି ଘଟିବ।
ତୁଳା
ତୁଳା
ଅନ୍ୟମାନଙ୍କର ଘରୋଇ ସମସ୍ୟା ପ୍ରତି କର୍ଣ୍ଣପାତ କରିବାରେ ଅନିଚ୍ଛା ପ୍ରକାଶ କରିପାରନ୍ତି। ଯାତ୍ରା ସମୟରେ କୌଣସି ଯୁବକ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ଆଲୋଚନା କାଳରେ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିବା କ୍ଷେତ୍ରରୁ ଆଶାଜନକ ଫଳ ପାଇବେ। ଆଜିର ପାରିବାରିକ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସାୟାହ୍ନେ ଏକ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିଭିନ୍ନ ପ୍ରକାରର ବିବାଦୀୟ ଘଟଣାକୁ ସ୍ଥାନୀତ କରି ଅଶାନ୍ତ ବାତାବରଣ ସୃଷ୍ଟି କରିପାରେ। ପାରିବାରିକ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିବ। କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ହାତପାହାନ୍ତାରେ ସୁଯୋଗ ପାଇବେ। ବନ୍ଧୁଙ୍କ ଅଭିଯୋଗ, ଉଚ୍ଚ ପଦାଧିକାରୀଙ୍କ ଚାପରୁ ଚିନ୍ତିତ ହେବେ।
ମକର
ମକର

କର୍ମକ୍ଷେତ୍ରରେ କୌଣସି ଆଶଙ୍କା ଯଦି କରୁଛନ୍ତି ସେଥିରେ କିଛି ହେବ ନାହିଁ। କିନ୍ତୁ ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ରତର ହେବାର ଅନୁଭବ କରିବେ। ଠିକ୍‌ ଭାବରେ କାମ ହେବାରେ କୌଣସି ଅସୁବିଧା ରହିବ ନାହିଁ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସମସ୍ୟା ବିଜଡିତ ପରିସ୍ଥିତି ମଧ୍ୟରେ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ଶିଳ୍ପ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆଲୋଚନା ସମୟରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆକସ୍ମିକ ସ୍ଥାନାନ୍ତର ସୂଚନାକୁ ସହଜରେ ଗ୍ରହଣ କରିପାରିବେ ନାହିଁ।
ମୀନମୀନ

କର୍ମକ୍ଷେତ୍ରରେ କେତୁଙ୍କ କୁପ୍ରଭାବରୁ ଅପରିଣାମଦର୍ଶୀ ହୋଇ ସମାଲୋଚିତ ହେବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି। ଯେକୌଣସି ପରିସ୍ଥିତିରେ ହେଉନା କାହିଁକି, ଆପଣ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ବ୍ୟବସାୟ ଓ ଆନୁଷ୍ଠାନିକ କାମରୁ ଖୁସୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri