Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ
ଅଟକିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକଙ୍କୁ ଦାୟୀ କରିବେ। ଦ୍ୱିଜା ନକ୍ଷତ୍ରର ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିବେ।
ବୃଷ
ବୃଷ
ପରୋକ୍ଷ ଶତ୍ରୁତା କାରଣରୁ କୌଣସି ଭୁଲ୍‌ ନ କରି ମଧ୍ୟ ଦୋଷୀ ରୂପେ ପରିଗଣିତ ହେବେ। କେତେକ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଏହା ଘଟିବାର ସମ୍ଭାବନା ଅଧିକ ରହିଛି। ଅର୍ଥ କିମ୍ବା ଆବଶ୍ୟକତା ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ମୃଗଶିରା ନକ୍ଷତ୍ରର ସାଧାରଣ ସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ।
ମିଥୁନ
ମିଥୁନ
ଆଜି ସ୍ବାସ୍ଥ୍ୟରେ ଉନ୍ନତି, ଗୃହରେ ଶାନ୍ତି, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ। ମାଲି ମକଦ୍ଦମା, ଗବେଷଣା, ପ୍ରେସ୍‌ ପବ୍ଲିକେଶନ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ସାହିତ୍ୟ, ରାଜନୀତି, ଶିଳ୍ପ, ବାଣିଜ୍ୟରେ ଚାପର ସମ୍ମୁଖୀନ ହେବେ। ଆରଦ୍ରା ନକ୍ଷତ୍ର ସହମତି ଭିତ୍ତିରେ କାମ କଲେ ସଫଳତା ପାଇବେ।
କର୍କଟ
କର୍କଟ
ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ, ସତ୍‌ସଙ୍ଗ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନରୁ ଖୁସି ରହିବେ। ପୁଷ୍ୟା ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ। ତରବରିଆ ପଦକ୍ଷେପ ନେଲେ ଅସୁବିଧା ଭୋଗିବେ। ବ୍ୟବସାୟ, ଯୋଗାଣ କାରବାରରେ ଉନ୍ନତି କରିପାରନ୍ତି।
ସି˚ହ
ସି˚ହ
ପରିସ୍ଥିତି କେତେକାଂଶରେ ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ଉତ୍ତରା ଫାଲଗୁନୀ ନକ୍ଷତ୍ରର ହାତଖାଲି ହେବାରୁ ମନରେ ସରସତା ରହିବ ନାହିଁ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ଅବହେଳାଜନିତ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
କନ୍ୟା
ଆଜି ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ଚିତ୍ରା ନକ୍ଷତ୍ରର ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ ଓ ଏଥିପାଇଁ ବନ୍ଧୁଙ୍କୁ ନେହୁରା ହେବାକୁ ପଡିବ। ସ୍ତ୍ରୀ, ପ୍ରତିଦ୍ୱନ୍ଦ୍ୱୀ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ। ସାମାଜିକ ସ୍ତରରେ ଲୋକସମ୍ପର୍କ ବଢିବ ଏବଂ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ନିଜ ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଆଜି ବିଶାଖା ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଓ ବନ୍ଧୁମିଳନର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ପ୍ରିୟବନ୍ଧୁଠାରୁ ପାଇବାକୁଥିବା ବକେୟା ଟଙ୍କା ପାଇଁ ସମସ୍ୟା ଉପୁଜିପାରେ।
ବିଛା
ବିଛା
ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି। ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ପ୍ରିୟଜନମାନଙ୍କ ସାହାଯ୍ୟରୁ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ଅନୁରାଧା ନକ୍ଷତ୍ରର କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।
ଧନୁ
ଧନୁ
ଆପଣଙ୍କ ପ୍ରୟୋଗାତ୍ମକ କୌଶଳ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମଧାନ କରିବାରେ ସାହାଯ୍ୟ କରିବ। ଆଜି ଅର୍ଥଲାଭ, ସମ୍ମାନ ପ୍ରାପ୍ତି, କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ। କାହାକୁ ସହଜରେ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଉତ୍ତରାଷାଢା ନକ୍ଷତ୍ର ଶାରୀରିକ ସୁସ୍ଥତା ଫେରିପାଇବେ ସତ, ବହୁ ହଇରାଣ ହେବାକୁ ପଡ଼ିବ।
ମକର
ମକର
ଆଜିର ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ଆସିପାରେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ଧନିଷ୍ଠା ନକ୍ଷତ୍ରର ଭୁଲ୍‌ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ପରିବାର ଭିତରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ଆଜି ଗୃହ, ଯାନ, ଯାନ୍ତ୍ରିକ ଜିନିଷ, ଅଳଙ୍କାର ପ୍ରଭୃତି କ୍ରୟ ପାଇଁ ମନ ବଳାଇବେ। ଶତଭିଷା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆର୍ଥିକ ସମସ୍ୟା, ଜମିଜମା, ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦବିଗ୍ନ ରହିବ। ବନ୍ଧୁଙ୍କ ସହାୟତାରେ ଅଭିଳଷିତ କାମ ହାସଲ କରି ଖୁସି ଅନୁଭବ କରିବେ।
ମୀନମୀନ

ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ନିଶ୍ଚିତ ସଫଳତା ହାସଲ କରିବେ। ବିଳମ୍ବରେ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ରେବତୀ ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ। ସାମାନ୍ୟ ଭୁଲ୍‌ରୁ ଆଜିର କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆର୍ଥିକ ସ୍ବଚ୍ଛଳତା...

ରାଶିଫଳ: ବୁଧବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରତିଷ୍ଠା ଲାଭ କରିବେ। ଶନି କ୍ଷେତ୍ରସ୍ଥ ରବି ହେତୁ ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଥଗିତ କାର୍ଯ୍ୟାରମ୍ଭ, ଆର୍ଥିକ ଉନ୍ନତି, ସାମାଜିକ ସ୍ତରରେ ସମ୍ମାନିତ ହେବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ ଏବଂ...

ରାଶିଫଳ: ସୋମବାର, ଜାନୁଆରୀ ୧୯ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ପଞ୍ଚଗ୍ରହକୂଟ ସଂଘଟିତ ହେଉଥିବାରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାରୁ ଲୋକସମ୍ପର୍କ କ୍ଷୁଣ୍ଣ ହେବ। ଦ୍ୱିଜା ନକ୍ଷତ୍ର...

ରାଶିଫଳ: ରବିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ...

ରାଶିଫଳ: ଶନିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଗଜକେଶରୀ ଯୋଗ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିବାରୁ ନୂତନ ଯୋଜନା ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କ...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା...

ରାଶିଫଳ: ଗୁରୁବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ଦୂରଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଗତାନୁଗତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri