Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ
ବ୍ୟୟଭାବରେ ମଙ୍ଗଳଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ । ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ । ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।
ବୃଷ
ବୃଷ
ଲାଭସ୍ଥାନରେ ଚନ୍ଦ୍ର ଥିବାରୁ ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ନ ହୋଇପାରେ । ସରକାରୀ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପାଖ ପଡୋଶୀଙ୍କଠାରୁ ସାହାଯ୍ୟଲାଭ କରି କାର୍ଯ୍ୟ ହାସଲ କରିବେ ।
ମିଥୁନ
ମିଥୁନ

ଦୀର୍ଘଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇପାରନ୍ତି । ଆର୍ଥିକ ଅନଟନ ଦୂରେଇବା କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ । ଉଚ୍ଚଶିକ୍ଷା, ସନ୍ତାନଙ୍କ ସମସ୍ୟା, ଯାନ୍ତ୍ରିକ ତ୍ରୁଟି, ଜମିଜମା କାରବାର କେତେକାଂଶରେ ଭଲ ରହିବ ।

କର୍କଟ
କର୍କଟ
କର୍ମାଧିପ ଭାଗ୍ୟସ୍ଥ ହେତୁ ଦୀର୍ଘଦିନର ପ୍ରତୀକ୍ଷା ପରେ ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରିବେ ।  ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।  ଖଳଲୋକମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି ।  ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ ।
ସି˚ହ
ସି˚ହ
ଗୁରୁଜନମାନଙ୍କ ପରାମର୍ଶ ଓ ସହଯୋଗରୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ବନ୍ଧୁଙ୍କ ନିକଟରୁ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ । ଆଗାମୀ ମାଙ୍ଗଳିକ କାମ ସକାଶେ ବ୍ୟସ୍ତତା ଅନୁଭବ ବୃଦ୍ଧି ପାଇବ ।
କନ୍ୟା
ବୁଧାଦିତ୍ୟ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ଭଦ୍ରଲୋକମାନଙ୍କ ସହାୟତାରେ ଦୀର୍ଘଦିନର ଶତ୍ରୁତା ସଙ୍ଗକୁ ଜମିଜମା ବିବାଦର ଅବସାନ ଘଟିବ । ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ ନେବାକୁ ପଡିବାର ସମ୍ଭାବନା ରହିଛି ।
ତୁଳା
ତୁଳା
ଶନି ଓ ଚନ୍ଦ୍ରଙ୍କ ସମ୍ବନ୍ଧ କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ବନ୍ଧୁ ମିଳନ ସହିତ କାର୍ଯ୍ୟ ସମ୍ପନ୍ନ କରିବେ । ପାଖପଡୋଶୀ ଓ ଆମତ୍ୀୟମାନଙ୍କ ଠାରୁ ଆବଶ୍ୟକୀୟ ସାହାଯ୍ୟ ପାଇବାରେ କୌଣସି ଅସୁବିଧା ହେବନାହିଁ । ଗୃହ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶା ଅନୁରୂପ ଫଳ ପାଇବେ ।
ବିଛା
ବିଛା

ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ । ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ସ୍ବାର୍ଥବାଦୀ ହେବାରୁ ମାନସିକ ଆଘାତ ଲାଗିପାରେ । ଶୃଙ୍ଖଳାବିହୀନ କାର୍ଯ୍ୟକଳାପ ପାଇଁ ସମାଲୋଚିତ ହୋଇପାରନ୍ତି । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ ।

ଧନୁ
ଧନୁ

ରାଶିରେ କେତୁ ଯୁକ୍ତ ବୃହସ୍ପତି କାରଣରୁ ଶାରୀରିକ ଅସୁ୍‌ସ୍ଥତା ସହ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗଁୁ ଅଗ୍ରଗତି ହୋଇପାରିବ ନାହିଁ । ପରକଥାରେ ପ୍ରଭାବିତ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ ।

ମକର
ମକର

ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଓ ମଙ୍ଗଳ ଥିବାରୁ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ସରକାରୀ କ୍ଷେତ୍ରରୁ ଲାଭର ଆଶା କେତେକାଂଶରେ ମନକୁ ହାଲୁକା କରିଦେବ । କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ ।

କୁମ୍ଭ
କୁମ୍ଭ
କର୍ମାଧିପ ପାପଗ୍ରହ ଦୃଷ୍ଟିରେ ଥିବାରୁ ଯୁକ୍ତିତର୍କ ଜନିତ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ । ଆଜି ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବାର ସୂଚନା ରହିଛି । ଆର୍ଥିକ ସଂକଟ ମଧ୍ୟଦେଇ ଗତି କରିବାକୁ ପଡିପାରେ । ପରୋକ୍ଷ ଶତ୍ରୁତା କାରଣରୁ ଅଶାନ୍ତ ରହିପାରନ୍ତି
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । ପାପଯୁକ୍ତ ରାଶ୍ୟାଧିପତିଜନିତ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବାର ଆଶା କରାଯାଇପାରେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri