Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ
ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିନେବେ। ବାହାର ଜାଗାରେ ସତର୍କତାର ସହ କାମ ନ କଲେ କ୍ଷତିରେ ପଡ଼ିପାରନ୍ତି।
ବୃଷ
ବୃଷ
ରାଶ୍ୟାଧିପ ଭାଗ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ଆପଣ ସାହାଯ୍ୟ, ସମର୍ଥନ ଲାଭକରି ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରିବେ। ତଥାପି ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କେତେକ କାରଣକୁ ନେଇ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ।
ମିଥୁନ
ମିଥୁନ
ଆଜି ଚନ୍ଦ୍ରଙ୍କ କୋଣଭାବସ୍ଥ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ କୌଣସି ଚେଷ୍ଟା ନିଷ୍ଫଳ ହେବନାହିଁ। ଗ୍ରହଚକ୍ର ଆପଣଙ୍କୁ ଋଣ ପରିଶୋଧ କରିବା ସକାଶେ ବାଧ୍ୟ କରିପାରେ। ଜଣେ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି। ବାଣିଜ୍ୟ, ପରିବହନ, ପ୍ରଶାସନ, ଆଇନ, ଅଦାଲତ, ନିର୍ମାଣାଦି କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ପ୍ରତିବନ୍ଧକ ଦୂରେଇଯିବ।
କର୍କଟ
କର୍କଟ
ରାଶ୍ୟାଧିପତି କେନ୍ଦ୍ରସ୍ଥ ହୋଇ ଗୁରୁଦୃଷ୍ଟିରେ ରହି ସାମଗ୍ରିକ ସୁଖ ସାଧନର ପୃଷ୍ଠଭୂମି ସାଜିପାରନ୍ତି। ସବୁ ଭଲ ହେଲେ ମଧ୍ୟ କେତେକ କାରଣକୁ ନେଇ ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି କରିବ। ପ୍ରତ୍ୟେକ କ୍ଷେତ୍ରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ଆଜି ବାକ୍‌ପଟୁତା ଯେକୌଣସି ପରିସ୍ଥିତିକୁ ସଜାଡ଼ି ନେବାରେ ସାହାଯ୍ୟ କରିବ। ମନରେ ସାହସ ବାନ୍ଧି କାମ କଲେ ସଫଳତା ପାଇବେ। ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ବନ୍ଧୁପରିଜନମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ତଥାପି ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ଆମୋଦ ପ୍ରମୋଦର ମଜା ଉଠାଇପାରନ୍ତି।
କନ୍ୟା
ଟଙ୍କା ବାକି ରଖିଥବା ଲୋକଟି ଖୋଜି ଖୋଜି ଘରେ ଆସି ଟଙ୍କା ଦେଇଯିବ। ପାରିବାରିକ କ୍ଷେତ୍ରରେ ବୃଥା ସନ୍ଦେହ କରି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟିର ସୂଚନା ରହିଛି। ରାଶ୍ୟାଧିପତିଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ଯାତ୍ରାରେ ଲକ୍ଷ୍ୟ ପୂରଣ, ବାଣିଜ୍ୟରେ ଉନ୍ନତି ଏବଂ ଗୃହାରମ୍ଭ ପୂର୍ବକ ଖୁସି ରହିପାରନ୍ତି। କରି ଜାଣିଲେ ସବୁ କିଛି ଠିକ୍‌ ହୋଇପାରିବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ସ୍ଥିତି କିମ୍ବା ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଭାବପ୍ରବଣତାଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ଉତ୍ତେଜନା ସୃଷ୍ଟିକାରୀ ଭାଷା ପ୍ରୟୋଗରୁ କ୍ଷାନ୍ତ ରହିବା ଭଲ। ଭାବିଚିନ୍ତି ପଦକ୍ଷେପ ନେଲେ କୌଣସି ଅସୁବିଧା ନଥାଇ କାର୍ଯ୍ୟସିଦ୍ଧି ଘଟିବ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଉଦ୍ୟମକୁ ବାସ୍ତବତାରେ ପରିଣତ କରିବ। ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବା କାରଣରୁ ମନ ଚହଲିଯିବ। ବ୍ୟବସାୟ, ପରିବହନ, ଆମଦାନୀ କ୍ଷେତ୍ରରେ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
କୌଣସି ଅସୁବିଧା ନ ଥାଇ ମଧ୍ୟ ପ୍ରିୟବନ୍ଧୁଟିର ଅନୁପସ୍ଥିତିର ଚିନ୍ତା ମନକୁ ବ୍ୟାକୁଳିତ କରିପାରେ। ଆଜି ଯାହା କରିବାକୁ ଚାହୁଁଛନ୍ତି ବନ୍ଧୁଙ୍କ କଥା ମାନି କଲେ ଭଲ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କରି ବିସ୍ମୟ ପ୍ରକାଶ କରିବେ। ବ୍ୟବସାୟ, ପରିବହନ, ଗଠନମୂଳକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ପ୍ରତିବନ୍ଧକ ଭିତର ଦେଇ କାମ ସମ୍ପନ୍ନ କରିପାରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସକାଶେ ଅସୁବିଧାର ସମ୍ମୁଖୀନ ହେବେ। ବନ୍ଧୁଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ପୂର୍ବକ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ସମ୍ପର୍କୀୟଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
ମୀନମୀନ
ଆପଣଙ୍କ ଚିନ୍ତାଧାରା ସହ କାର୍ଯ୍ୟପଦ୍ଧତି ମନ୍ଦ ନ ହେଲେ ମଧ୍ୟ ପ୍ରକାଶଭଙ୍ଗୀର ବ୍ୟତିକ୍ରମ ସବୁକିଛି ବିଗାଡ଼ି ଦେବ। ଏହି କାରଣ ଅନୁସରଣରେ କର୍ମକ୍ଷେତ୍ରରେ ଈର୍ଷାପରାୟଣ ସହକର୍ମୀଟି ସହ ବିବାଦ ବୃଦ୍ଧିର ସୂଚନା ରହିଛି। ଏଣେ ଘରୋଇ କ୍ଷେତ୍ରରେ ନିଜ ଆତ୍ମୀୟମାନେ ମଧ୍ୟ କେତେକ କାରଣକୁ କେନ୍ଦ୍ରକରି ବିଶ୍ୱାସଘାତକତା କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri