Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୨୮ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣି ଉଲ୍ଲସିତ ହେବେ। ପ୍ରତ୍ୟେକ ଦିଗକୁ ଲକ୍ଷ୍ୟରଖି ଗୋପନୀୟ ଆଲୋଚନା ବ୍ୟତିରେକ ସମସ୍ୟାରେ ଛନ୍ଦିହୋଇଯିବେ। ଅନ୍ୟ କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇପାରନ୍ତି।
ବୃଷ
ବୃଷ
ଆଜି ଏକାଧାରରେ ଅର୍ଥଲାଭ ସାଙ୍ଗକୁ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ମନେକରିବେ। ସହକର୍ମୀଙ୍କ ସହ ମତାନ୍ତରଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। କିଛି ଜିନିଷ ହଜାଇବା କାରଣରୁ ବିରସ ମନରେ ଅନୁତପ୍ତ ରହିବେ।
ମିଥୁନ
ମିଥୁନ
ଆକସ୍ମିକ ଭାବରେ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ସାମୟିକ ଆନନ୍ଦିତ ରହିପାରନ୍ତି।
କର୍କଟ
କର୍କଟ
ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହୋଇ ପ୍ରଶଂସିତ ହେବେ। ତଥାପି ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟିକରିପାରେ। ଆବଶ୍ୟକତା ପୂରଣକରିବା ସକାଶେ ଧାରକରଜ କରି କାମ ଚଳାଇ ନେବେ। ଅସୁବିଧାଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
ଅଶାନ୍ତିକୁ ପ୍ରକାଶ ନ କରି ଅନ୍ୟ କାମରେ ନିଜକୁ ମଜାଇ ରଖି ପ୍ରଶଂସିତ ହେବେ। ପରିବାରର ଛୋଟ ଘଟଣାକୁ ଗୁରୁତ୍ୱ ଦେଲେ ତାହା ଅଶାନ୍ତି ସୃଷ୍ଟିର କାରଣ ହୋଇପାରେ। ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ବିଫଳ ହୋଇପାରନ୍ତି। ପ୍ଲଟିଂ କାରବାର ସମସ୍ୟା ବିଜଡ଼ିତ ରହିପାରେ।
ତୁଳା
ତୁଳା
କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ବୃଦ୍ଧି କାରଣରୁ ମନ ଅଶାନ୍ତ ରହିବ। ଆକସ୍ମିକ ଭାବରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ସୁଯୋଗ ଆପଣା ଛାଏଁ ପାଖରେ ଆସି ଜୁଟିବ ଓ ଆଶା ନିଶ୍ଚିତ ପୂରଣ ହୋଇଯିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ଠିକ୍‌ ନିଷ୍ପତ୍ତି ନେବା ସହଜସାଧ୍ୟ ନ ହୋଇପାରେ। ଯଦିଓ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ, କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନୁ
ଧନୁ
ଅସନ୍ତୋଷ ବନ୍ଧୁଙ୍କ ସମ୍ମୁଖରେ ବଖାଣିବା ଦ୍ୱାରା ଓଲଟା ଫଳ ଭୋଗିବାକୁ ପଡ଼ିବ। ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
ମକର
ମକର
ଆପଣ କାର୍ଯ୍ୟଶୈଳୀକୁ ସରଳୀକୃତ କରି ସଫଳତା ଆଣିବାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ଅଧିକାଂଶ ସମୟ ଦିନଟିରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ପ୍ରକାଶନ, ସଙ୍ଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ।
କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁ କିମ୍ବା ଯୁଆଡ଼େ ଯାଅନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ। ଧନିଷ୍ଠା ନକ୍ଷତ୍ର ସାୟାହ୍ନେ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ
ପ୍ରତ୍ୟେକ କାମ ଗତାନୁଗତିକ ରୀତିରେ ଗଡ଼ି ଚାଲିଲେ ମଧ୍ୟ ମନ ପ୍ରାୟତଃ ଭଲ ରହିବ ନାହିଁ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧିପାଇବ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri