Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ
ଅଧିକାଂଶ ସମୟ ମନ ଅସ୍ଥିର ରହିଲେ ମଧ୍ୟ ସମସ୍ୟା ସମାଧାନ ହୋଇଯିବ । ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି ।
ବୃଷ
ବୃଷ

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଯାନ୍ତ୍ରିକ ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।

ମିଥୁନ
ମିଥୁନ
ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କୃତକାର୍ଯ୍ୟ ହେବେ । ସ୍ବାର୍ଥସାଧନ ମାନସରେ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ,ଏଣୁ ଏଥିପ୍ରତି ସତର୍କ ରହିବା ଭଲ । କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । କର୍ମକ୍ଷେତ୍ରରେ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି ।
କର୍କଟ
କର୍କଟ
ଅତୀତ ଘଟଣାର ସମୀକ୍ଷା କରି ମନ
ବିଷାଦଗ୍ରସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ଶିଳ୍ପ ବାଣିଜ୍ୟରେ ଉନ୍ନତି ଘଟିବ । ସାହିତ୍ୟ, କଳା,
ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବାରୁ ମାନସିକ ଭାରସାମ୍ୟ ହରାଇବେ । ନମ୍ରତା ଓ ବିନୟର ସହ କହିଲେ ବନ୍ଧୁ ତାହାକୁ ବିଚାର କରିପାରନ୍ତି । ଘର କଥା ମନକୁ ବେଶି ଆନ୍ଦୋଳିତ କରିବା ସଙ୍ଗକୁ ନୂତନ ଦାୟିତ୍ୱ ହାତକୁ ନେଇ ବିବ୍ରତ ହୋଇପାରନ୍ତି ।
କନ୍ୟା
ବାରମ୍ବାର ଚେଷ୍ଟା କଲେ ମଧ୍ୟ କର୍ମକ୍ଷେତ୍ରରେ ପରିସ୍ଥିତି ଗମ୍ଭୀର ରହିବ । ପାରିବାରିିକ ସଦ୍ଭାବ
ଅକ୍ଷୁଣ୍ଣ ରହିବା ହେତୁ ସାମାନ୍ୟ ମାନସିକ ଶାନ୍ତିଲାଭ କରିବେ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ଆନୁଷ୍ଠାନିକ କାମରେ ସଂକଟରେ ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ ।
ତୁଳା
ତୁଳା
ନିଜର ଅବହେଳାଜନିତ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ମାତ୍ର ଗୃହ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ବନ୍ଧୁଙ୍କ ସମ୍ପର୍କରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ ।
ବିଛା
ବିଛା
ବନ୍ଧୁମାନଙ୍କ ଦ୍ୱାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । କୌଣସି ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଓ ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ଆଶାନୁଯାୟୀ ପ୍ରାପ୍ତି ସନ୍ତୋଷଜନକ ହେବନାହିଁ ।
ଧନୁ
ଧନୁ
ପ୍ରତ୍ୟେକ ପରିସ୍ଥିତିରେ ଜିଦ୍‌ରେ ଅଟଳ ରହିଲେ ସମସ୍ୟାକୁ ନିମନ୍ତ୍ରଣ କରିବା ପରି ହେବ । ମନ ଭିତରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି । ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।
ମକର
ମକର

ପରିବାରର ସହମତିରେ ନୂତନ ଯୋଜନା ସକାଶେ ମନ ବଳାଇ କାର୍ଯ୍ୟାରମ୍ଭ କରିପାରନ୍ତି । କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିବାର ଆଶଙ୍କା ରହିଛି । ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ । ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ ।

କୁମ୍ଭ
କୁମ୍ଭ
ଆଲୋଚନା ସମୟରେ ବିରକ୍ତିକର କଥା କିମ୍ବା ବିବାଦୀୟ ମନ୍ତବ୍ୟ ଦେଇ ଶତ୍ରୁତା ଅର୍ଜନ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟରେ ସଫଳତା ହାସଲ କରିବେ । ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେବା ଭଲ ।
ମୀନମୀନ

ଆଜି ଆପଣ ନିଜକାମ ପଛକୁ ପକାଇ ଅନ୍ୟ ମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି । ପରିବାର ସକାଶେ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା କଷ୍ଟକର ହୋଇପଡିବ । ସହକର୍ମୀ କିମ୍ବା ବନ୍ଧୁମାନଙ୍କ ସହାୟତାରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଦୂରଯାତ୍ରାର ସୁଯୋଗ ପାଇବେ କିନ୍ତୁ ଯାଇପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri