ମେଷ

ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ରହିଛି।
ବୃଷ

ରାଶି ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି କାରଣରୁ ପରିସ୍ଥିତି ତାଡ଼ନାରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ

ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଆଜିର ଯାତ୍ରା, ବ୍ୟବସାୟ ଏବଂ କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ପାରିବାରିକ ଦୁଃଖକୁ ଲୁଚାଇ ରଖି ବନ୍ଧୁଙ୍କ ସମ୍ମୁଖରେ ହସି ହସି କଥା କହିବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଲାଭଭାବରେ ଶୁକ୍ର ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରାଇପାରନ୍ତି।
କର୍କଟ

କୋଣଭାବସ୍ଥ ଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପ୍ରଶାସନିକ ସ୍ତରରେ ଏପରିକି ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ।
ସି˚ହ

ଶୁକ୍ର ପ୍ରଭାବରେ କର୍ମ କ୍ଷେତ୍ରରେ ଆହ୍ବାନ ବ୍ୟତିରେକେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପାରିବାରିକସ୍ତରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ନିଜର ଦକ୍ଷତା ବଳରେ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
କନ୍ୟା

ଶନିଙ୍କ ପ୍ରଭାବରୁ ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ପୂର୍ବରାଗ ଶୁଝାଇବାକୁ ଯାଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା

ସପ୍ତମ ସ୍ଥାନ ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟିର ଅଭାବରୁ ମାନସିକ ସ୍ଥିତି ବିଶେଷ ଭଲ ରହିନପାରେ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବନ୍ଧୁଙ୍କ ନିକଟରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ବିଛା

ମାଙ୍ଗଳିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ଅନ୍ୟମନସ୍କତାରୁ କେତେକ ଭୁଲ୍ କରିପାରନ୍ତି। କେନ୍ଦ୍ର କୋଣରେ ରବି ଓ ରାହୁଙ୍କ ଯୋଗୁ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ବନ୍ଧୁଙ୍କ ସହାୟତାରେ ବିଳମ୍ବରେ ଆଶା ପୂରଣ ହୋଇଯିବ।
ଧନୁ

ରାଶି ପ୍ରତି ଶୁଭଗ୍ରହଙ୍କ ଦୃଷ୍ଟିରୁ ପାରିବାରିକ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହେବ। ଉତ୍ତରାଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇନପାରେ। ବନ୍ଧୁଙ୍କ ସହାୟତାରୁ ଗୁରୁତ୍ୱପୂର୍ଣ୍ଣ କାମ ଅଟକିବାରୁ ରକ୍ଷା ପାଇଯିବ। ନିର୍ମାଣ କାମ ପାଇଁ ଅର୍ଥାଭାବ ପ୍ରମୁଖ ସମସ୍ୟା ହୋଇପାରେ।
ମକର

କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ। ଶ୍ରବଣା ନକ୍ଷତ୍ରର ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ପଡ଼ୋଶୀଙ୍କ ହସ୍ତକ୍ଷେପରେ ବଦଳିଯିବ।
କୁମ୍ଭ

ମଙ୍ଗଳଙ୍କ ଯୋଗୁ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ବିଜାତୀୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ମୀନ
ରାଶିରେ ପାପଗ୍ରହ ରହିଥିବାରୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଟେନ୍ସନ ଜମା ଛାଡ଼ିବ ନାହିଁ। ରାଜନୈତିକ ସ୍ଥିତି ପ୍ରତି କୌଣସି ସମସ୍ୟାର ସୁରାକ ପାଇ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ଶତ୍ରୁମାନେ ପଛରେ ନାନାଦି କଥା କହିବେ, କିନ୍ତୁ ଚିନ୍ତା କରନ୍ତୁ ନାହିଁ। ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.