ମେଷ

ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ ଶୁକ୍ର ପ୍ରଭାବରୁ ଅର୍ଥ ସଂକଟକୁ ବନ୍ଧୁ ଦୂରେଇ ନେଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ , ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ।
ବୃଷ

ଆଜି ବୁଧଙ୍କ ସୁପ୍ରଭାବରୁ ପଦସ୍ଥବ୍ୟକ୍ତିଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ପିଲାମାନଙ୍କ ବିବାହ ସଂପର୍କୀୟ ଦୁଃଚିନ୍ତାର ସୂଚନା ରହିଛି। ବନ୍ଧୁଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଅଂଶୀଦାରଙ୍କ ସହଯୋଗରୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହଁି।
ମିଥୁନ

ଷଷ୍ଠାଧିପ ରାଶିରେ ଥିବାରୁ ନିଜଲୋକମାନେ ବିରୁଦ୍ଧାଚରଣ କରିବେ। ବୈଷୟିକସମ୍ପଦ ହାସଲ ସକାଶେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ପାରିବାରିକସ୍ଥିତି ସୁଖ, ଶାନ୍ତି ଏବଂ ଆନନ୍ଦ ମଧ୍ୟରେ ଅତିବାହିତ ହେବ। ବ୍ୟବସାୟ, ପରିବହନ, ଲୋକସମ୍ପର୍କ, ବିବାଦୀୟ ପରିସ୍ଥିତି ଏବଂ ପୂର୍ବଶତ୍ରୁତା ଚିନ୍ତାଜନକ ରହିପାରେ।
କର୍କଟ

ଉଚ୍ଚସ୍ଥ ବୃହସ୍ପତିଙ୍କ ଅନୁକମ୍ପାରୁ ଦିନଟି ପ୍ରତ୍ୟେକ ଦିଗରୁ ଅନୁକୂଳ ରହିବ। ଆଲୋଚନା ପରିସରରେ ଆପଣଙ୍କ ବିରକ୍ତି ଓ ଶ୍ରୁତିକଟୁ ବ୍ୟବହାର ସମ୍ପର୍କ କ୍ଷୁର୍ଣ୍ଣ କରିପାରେ। ଆର୍ଥିକ, ବ୍ୟବସାୟିକ, ଉପରିସ୍ଥ କର୍ମଚାରୀ କିମ୍ବା ସରକାରୀ କାମ କ୍ଷେତ୍ରରେ ଶୁଭଫଳ ପାଇବେ। ଆନୁଷ୍ଠାନିକ କାମରେ ଅଶ୍ଳେଷା ନକ୍ଷତ୍ର ପାଇଁ ବାଧା ଉପୁଜିପାରେ।
ସି˚ହ

ସ୍ବଗୃହୀ ରବି ହେତୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାର ଲକ୍ଷ୍ୟକରି ଆଶ୍ୱସ୍ଥି ଲାଭ କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ଆପଣ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ପାଇବେ। ସଭାସମିତିରେ ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି।
କନ୍ୟା

ବୁଧଙ୍କ ସୁପ୍ରଭାବରୁ ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦର ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହେଯାଗ ଲାଭକରି ଉସତ୍ାହିତ ହୋଇପାରନ୍ତି। ପରୋକ୍ଷଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଯେସାକୁ ତେସା ନୀତିରେ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କଲାପରି ହୋଇପାରେ।
ତୁଳା

ସ୍ବଗୃହୀ ଶୁକ୍ରଜନିତ ଶାରୀରିକ ସୁସ୍ଥତା, ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଓ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ପ୍ରତ୍ୟେକ କ୍ଷେତ୍ରରେ ପଛ କଥା ମନକୁ ନ ଆଣି ଯାହା କରିବା କଥା ଶୀଘ୍ର କରିପାରିଲେ ସଫଳତା ପାଇବେ। ମାଲିମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା

ଶନି ଓ ରାହୁଙ୍କ ସ୍ଥିତି ଜନିତ ବିବାଦୀୟ ଘଟଣା କିମ୍ବା ଅସଫଳତା ହେତୁକ ମନସ୍ତାପ କରିପାରନ୍ତି। ପରିସ୍ଥିତିର ଗୁରୁତ୍ୱ ହୃଦୟଙ୍ଗମ କରି ଅଧିକାଂଶ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି। ସଙ୍ଗୀତ, କ୍ରୀଡା, ପ୍ରତିଯୋଗୀତା, କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ

ଶନିଙ୍କ ସ୍ଥିତିରୁ ପାରିବାରିକ କ୍ଷେତ୍ରରେ ଅସ୍ଥିରତା କ୍ରମଶଃ ଦୂରେଇବାର ଆଶଙ୍କା ରହିଛି। ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବାରୁ ସାଙ୍ଗସାଥୀଙ୍କ ମଧ୍ୟରେ ସାମୟିକ ଅଶାନ୍ତି ଦେଖାଦେବ। ରାଜନୀତିରେ କିମ୍ବା ସଂଗଠନରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର

ଆଜି ପାପଗ୍ରହଯୁକ୍ତ ଅଷ୍ଟମ ଚନ୍ଦ୍ର ଯୋଗୁ ମାନସିକ ସ୍ଥିରତା କେତେମାତ୍ରାରେ କ୍ଷୁର୍ଣ୍ଣ ହୋଇପାରେ। ସାମୟିକ ଭାବରେ କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ଜନିତ ମନ ବିଚଳିତ ରହିବ। ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁଙ୍କ ସହାୟତାରେ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି।
କୁମ୍ଭ

ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣ ମାତ୍ରାରେ ଉପଶମ ନହେଲେ ମଧ୍ୟ ପୂର୍ବାପେକ୍ଷା ନିୟନ୍ତ୍ରଣରେ ରହିବ। ଆର୍ଥିକ ସ୍ଥିତି ଦୁର୍ବଳ ରହିବାରୁ ସାମୟିକ ଚିନ୍ତା କରିବାକୁ ପଡିବ। ଗୁରୁଙ୍କ କୃପାରୁ ଆଜି ହାତକୁ ନେଇଥିବା କାମ ଗୁଡିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମୀନ
ବୃହସ୍ପତିଙ୍କ ଶୁଭ ଦୃଷ୍ଟି ପ୍ରଭାବରେ ସ୍ବାସ୍ଥ୍ୟ ଭଲ ରହିବା ସହ ଉଚ୍ଚଚିନ୍ତା ଓ ନୂଆ ଯୋଜନା କରିପାରନ୍ତି। ପଡୋଶୀଙ୍କ ସହ ସମ୍ପର୍କରେ ଅବନ୍ନତି ଘଟିବ ଏବଂ ଅର୍ଥ ସମ୍ପର୍କକୁ ନେଇ ବିବାଦଗ୍ରସ୍ତ ହେବେ। ବନ୍ଧୁଙ୍କ ସାହାଯ୍ୟରୁ ବାଣିଜ୍ୟରେ ସଫଳତା ହାସଲ କରିବେ।ତେକ କ୍ଷେତ୍ରରେ ଜିଦ୍ଖୋର ପ୍ରବୃତି ଯୋଗୁ ହଇରାଣ ହୋଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.