Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ
ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ ବ୍ୟସ୍ତତା ସୃଷ୍ଟି କରାଇବେ। ପାରସ୍ପରିକ ଆଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରିଆସିବ।
ବୃଷ
ବୃଷ
ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ମନମୁଖତ୍ ଶାସନ ଓ ସ୍ବାଧୀନ ମତବ୍ୟକ୍ତ ଘରୋଇ କଳହକୁ ଜନ୍ମଦେବ। କୃତ୍ତିକା ନକ୍ଷତ୍ରର କାମ ଚାପ ସହ ଦୈହିକ ଅସୁସ୍ଥତାର ସୂଚନା ରହିଛି। ପ୍ରକାଶନ, ଆଇନ ଅଦାଲତ, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ କ୍ଷେତ୍ର ପୂର୍ବପରି ଚାଲୁ ରହିବ। ସାଙ୍ଗସାଥୀ କହିବେ ବହୁତ, କିନ୍ତୁ କାମ କଲାବେଳକୁ ଦେଖାମିଳିନପାରେ।
ମିଥୁନ
ମିଥୁନ
କର୍ମାଧିପତି ବୃହସ୍ପତି ରାଶିରେ ଅବସ୍ଥାନ କରି କର୍ମାରମ୍ଭ ସକାଶେ ଅନୁପ୍ରେରିତ କରିବେ। ପରିବାରରେ ଭୁଲ୍‍ ବୁଝାମଣା ହେତୁ କଳହ ଲାଗିପାରେ। ବନ୍ଧୁଙ୍କ ସହିତ ଟଙ୍କା ପଇସା ସମ୍ପର୍କିତ ଝାମେଲାର ସମ୍ମୁଖୀନ ହେବେ। ବାଣିଜ୍ୟ, ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ବିଷୟରେ ସନ୍ତୋଷଜନକ ଫଳ ପାଇବେ।
କର୍କଟ
କର୍କଟ
ପାପଗ୍ରହ ଦୃଷ୍ଟି ବିବର୍ଜିତ ରାଶ୍ୟାଧିପ ଚନ୍ଦ୍ର ଦୈହିକ, ମାନସିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରାଇବ। ଧନାଧିପ ରବିଙ୍କ ସୁପ୍ରଭାବରେ ବନ୍ଧୁଙ୍କ ନିକଟରୁ ଅର୍ଥ ପାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ, ସଭାସମିତିରେ, ସଠିକ୍‍ ସିଦ୍ଧାନ୍ତ ନେବାରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଅର୍ଥନୈତିକ ସ୍ଥିତି ଓ ପାରିବାରିକ ସଦ୍ଭାବର ଅଭାବ ରହିବ ନାହିଁ।
ସି˚ହ
ସି˚ହ
ଚନ୍ଦ୍ରଙ୍କ କୋଣଭାବସ୍ଥ ରବି ଯୋଗୁ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ କିଛି ସ୍ବାଭାବିକତା ଫେରିପାରେ। ଶନିକ୍ଷେତ୍ରସ୍ଥ ବୁଧଙ୍କ ଯୋଗୁ ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ବିଳମ୍ବରେ ପାଇଯିବେ। କର୍ମ କ୍ଷେତ୍ରରେ ବାଧା ଉପୁଜିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ଚିନ୍ତିତ ହେବେ।
କନ୍ୟା
ଏକାଦଶସ୍ଥ ଚନ୍ଦ୍ର ଉଦ୍ୟମକୁ ଚରିତାର୍ଥ କରାଇବ। ଦିନଚର୍ଯ୍ୟା ମଧ୍ୟରେ ଯାହାକୁ ଯାହା କହିବେ କିମ୍ବା କରିବେ, ସବୁ ସୁବିଧାରେ ସମ୍ପନ୍ନ ହେବ। ଦୀର୍ଘଦିନର ଚେଷ୍ଟା ପରେ ଉପରିସ୍ଥଙ୍କ ସହୃଦୟତାରୁ ଋଣସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ବାଣିଜ୍ୟର ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢ଼ିପାରେ।
ତୁଳା
ତୁଳା
ଆଶା ବାସ୍ତବତାରେ ପରିଣତ ହେବା ସହ ଯାହା ପାଇବା କଥା ତାହା ପାଇବେ। ଶନିଙ୍କ ସ୍ଥିତିରୁ ପ୍ରତ୍ୟେକ କ୍ଷେତ୍ରରେ କାଳକ୍ଷେପଣ ନୀତି ସମସ୍ୟା ଓ ବିଳମ୍ବ ସୃଷ୍ଟି କରିବ। ଅତି ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଜିର ସକାଳୁଆ ଯାତ୍ରା ଶୁଭପ୍ରଦ ହେବ, ବ୍ୟବସାୟିକ ସ୍ଥିତି ମଧ୍ୟ ମନ୍ଦ ହେବନି।
ବିଛା
ବିଛା
ଭାଗ୍ୟାଧିପତି ଚନ୍ଦ୍ରଙ୍କ ଆରୋହଣ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ କରାଇବ। ପରିବାରାଧିପତି ଶନିଙ୍କ ଦୁଃସ୍ଥାନ ସ୍ଥିତି ବିନା କାରଣରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଇପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କ୍ରୀଡ଼ା, ସାମ୍ବାଦିକତା, ସାହିତ୍ୟରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଆଜି ବୈଷୟିକ ଅଭିବୃଦ୍ଧିରୁ ଖୁସି ହେବେ, କିନ୍ତୁ ବିଭିନ୍ନ କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବିବାଦ କାରଣରୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ। ପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ ଏବଂ ପାରିବାରିକ, ପରିବହନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର
କେନ୍ଦ୍ରସ୍ଥ ଶୁକ୍ର ଆପଣଙ୍କ ପାରିବାରିକ ଏବଂ କର୍ମକ୍ଷେତ୍ରକୁ ଜୀବନଯାତ୍ରାକୁ ସରସ, ସୁନ୍ଦର କରାଇପାରନ୍ତି। ଭୁଲ୍‍ ବୁଝାମଣା ନେଇ ଅଶାନ୍ତି ଓ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।
କୁମ୍ଭ
କୁମ୍ଭ
ଶୁଭଗ୍ରହ ପ୍ରଭାବରୁ ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ପ୍ରଫୁଲ୍ଲତା କାର୍ଯ୍ୟ ସିଦ୍ଧି ପାଇଁ ମନୋବଳ ସୃଷ୍ଟି କରିବ। ସକାଳେ ଶୁଭ ଖବର ପାଇ ଖୁସି ହୋଇଯିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।
ମୀନମୀନ
ଉଚ୍ଚାରୋହୀ ରବିଙ୍କ ଯୋଗୁ ଆପଣଙ୍କ ପ୍ରତିଷ୍ଠା ଓ ଲୋକ ସମ୍ପର୍କକୁ ନିଜ ଲୋକମାନେ ଭଲ ଦୃଷ୍ଟିରେ ଦେଖିନପାରନ୍ତି। ବାରମ୍ବାର ଚେଷ୍ଟା କରି ଆସୁଥିବା କାମଗୁଡ଼ିକ ଆଜି ଠିକ୍‍ ଭାବରେ ସମ୍ପନ୍ନ ହୋଇଯିବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri