Posted inRasifala

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ
ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ ଦେଖି ଚିନ୍ତା ବଢିଯିବ। ଅନ୍ୟମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ହାତମୁଠାରୁ ସୁ୍୍ଯୋଗ ଖସିଯାଇପାରିବ ନାହିଁ। ହାତରୁ ଖାଇ ପର ପାଇଁ ଖଟିପାରନ୍ତି।
ବୃଷ
ବୃଷ
ଖୁସି ମନରେ କାମ କରିବା ସାଙ୍ଗକୁ ଯେମିତି ଚାହୁଁଛନ୍ତି ତାହା କରିବା କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ। ବାଧ୍ୟବାଧକତାରେ କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି, ଦୂରଭ୍ରମଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଅନୁଯାୟୀ କିଛି ପାଇବାକୁ ହେଲେ ଦେବାକୁ ପଡିପାରେ। କର୍ମାରମ୍ଭରେ ସହକର୍ମୀଙ୍କ ଅସହଯୋଗ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଆନୁଷ୍ଠାନିକ କାମ କିମ୍ବା ପରିବାରରେ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟସ୍ତ ରହିପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭ କଲେ ଉପକୃତ ହେବେ।
କର୍କଟ
କର୍କଟ
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣରେ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ମାଧ୍ୟମରେ ମନର କଥାକୁ ପ୍ରକାଶ କରି ଅଭିଳାଷ ପୂରଣ କରିବେ। ଅଭାବ ନ ଥିଲେ ମଧ୍ୟ ଖର୍ଚ୍ଚରୁ ଦୂରେଇ ରହିବା ଦ୍ୱାରା ସମାଲୋଚିତ ହେବାକୁ ପଡିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି।
ସି˚ହ
ସି˚ହ
ଆପଣଙ୍କ ଲୋଭନୀୟ ପ୍ରତିଶ୍ରୁତି ଲୋକସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ। ସାହିତ୍ୟ, ସାମ୍ବାଦିକତା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ଆର୍ଥିକ ଅନଟନ ରହିଥିଲେ ଆବଶ୍ୟକ ସମୟରେ ବନ୍ଧୁଙ୍କ ସାହାଯ୍ୟରୁ କାମ ଅଟକିବ ନାହିଁ। ଆନୁଷ୍ଠାନିକ କାମରେ ଅତ୍ମୀୟତାର ସହ କାମ କରି ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ଆଜି ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ଗଜକେଶରୀ ଯୋଗ ସୃଷ୍ଟିକରି ଉଚ୍ଚ ସମ୍ମାନ, ପ୍ରଚୁର ଅର୍ଥ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରଦାନ କରିବ। ନୂତନ କାମ ଆରମ୍ଭ କରି ଗୁରୁଜନ ଓ ବୟସ୍କବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହେବେ। ପରିସ୍ଥିତି ବଶତଃ ପଡ଼ୋଶଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଶତ୍ରୁତା କରୁଥିବା ଲୋକ ଫାଇଦା ହାସଲର ଅପଚେଷ୍ଟା କରିବେ।
ତୁଳା
ତୁଳା
କଠିନ ଶ୍ରମ ଏବଂ ବିଶେଷ ଭ୍ରମଣରୁ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରି ମାମଲାରେ ସମସ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହି ପାରନ୍ତି। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ଶତ୍ରୁତା ହଠାତ୍‍ ପ୍ରଶମିତ ହେବନି କିନ୍ତୁ କିଛି ସମୟ ପାଇଁ ମଳିନ ରହିବ।
ବିଛା
ବିଛା
ବର୍ତ୍ତମାନର ସ୍ଥିତିରେ ପରିବର୍ତ୍ତିତ ସମୟକୁ ନେଇ ଚିନ୍ତାଧାରା ବଦଳିଯିବ। ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କୁ ମଧ୍ୟ ମାଙ୍ଗଳିକ କାମରେ ବିସ୍ମରି ଯାଇପାରନ୍ତି। ହାତକୁ ନେଇଥିବା କାମଗୁଡିକ ଅସମ୍ପୂର୍ଣ୍ଣ ରହିବାରୁ ମନ ଭଲ ରହି ନ ପାରେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ।
ଧନୁ
ଧନୁ
ନିଜର ଗୁରୁତ୍ୱପୂର୍ଣ୍ଣ କାମକୁ ପଛରେ ପକାଇ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା କରିପାରନ୍ତି। ସନ୍ତାନଙ୍କ ଦୁର୍ବଳସ୍ବାସ୍ଥ୍ୟ ଓ ଅମନଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ବନ୍ଧୁଙ୍କସହ ଆଲୋଚନା କରିବେ। ଆମତ୍ୀୟଙ୍କ ସହଯୋଗରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ସାମୟିକ ଖୁସି ଅନୁଭବ କରିବେ।
ମକର
ମକର
ପ୍ରତ୍ୟୁଷ ଯାତ୍ରା, ସଭାସମିତି, କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଯେଉଁ କାମ ଆରମ୍ଭ କରିବେ ବିନା ବାଧାବିଘ୍ନରେ ସମାପନ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସଫଳତା ପାଇବେ। ଜନହିତକର କାର୍ଯ୍ୟରେ ନିୟୋଜିତ ହେବେ। ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ପାଇଁ ବନ୍ଧୁବର୍ଗଙ୍କ ସାହାଯ୍ୟ ନେବାକୁ ପଡିପାରେ ା
କୁମ୍ଭ
କୁମ୍ଭ
ଆପଣଙ୍କ ଉନ୍ନତ ଚିନ୍ତାଧାରା ଏବଂ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀରୁ ପାରିବାରିକ ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଓ ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ରହିବେ। ପରିଜନଙ୍କ ସହିତ ନୂତନ ଦର୍ଶନୀୟସ୍ଥାନ ପରିଭ୍ରମଣ ସାଙ୍ଗକୁ ଦେବାର୍ଚ୍ଚନା ସକାଶେ ମନ ବଳାଇବେ ା
ମୀନମୀନ
ସବୁକିଛି ଠିକ୍‍ ଚାଲିଥିଲେ ମଧ୍ୟ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁସମ୍ପର୍କ ହାନିର କାରଣ ହେବ। ପରୋକ୍ଷରେ କେହି ଅସୁବିଧାରେ ପକାଇପାରନ୍ତି। ସଭାସମିତି, ଆଲୋଚନା ପରିସର, ରାଜନୈତିକ ସ୍ଥିତି ଓ ପ୍ରଶାସନିକ ସ୍ତରରେ ପ୍ରତିରୋଧ ଦୂରେଇଯିବ। ନୂତନ ସ୍ଥାନ ପରିଦର୍ଶନର ମଉକା ପାଇ ଆନନ୍ଦ ଅନୁଭବ କରିପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri