Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଶନି ସହ ଚନ୍ଦ୍ରଙ୍କ ସଂଯୋଗ ନିରୁତ୍ସାହିତ କରିପାରେ। ଧାର୍ମିକ କାର୍ଯ୍ୟରେ ବ୍ୟୟ ସାଙ୍ଗକୁ ଆନୁଷଙ୍ଗିକ ସହଯୋଗ ଅଭାବରୁ କୌଣସି କାମ ସମ୍ପନ୍ନ କରି ନ ପାରନ୍ତି। ଅବଶ୍ୟ କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‍ ବ୍ୟବସାୟରୁ ଲାଭବାନ୍‍ ହେବେ। ଆଜି ବୃଥା ତର୍କ ନ କରି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ
କର୍ମାଧିପ ଗୁରୁଙ୍କ ଦୃଷ୍ଟିରେ ଥିବାରୁ କର୍ମାରମ୍ଭ ପ୍ରତିପ୍ରଦ ରହିବା ସାଙ୍ଗକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉନ୍ନତି କରିବେ। ବନ୍ଧୁଙ୍କ ନିକଟରୁ ଯାହା ପାଉଛନ୍ତି ତାହାକୁ ଆଦରର ସହ ଗ୍ରହଣ କରିବା ଭଲ । ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ା
ମିଥୁନ
ମିଥୁନ
ଆପଣଙ୍କ ଯୁକ୍ତିଯୁକ୍ତ ମତମନ୍ତବ୍ୟକୁ ବନ୍ଧୁମାନେ ବିରୋଧକଲେ ମଧ୍ୟ ସଫଳତା ଅବଶ୍ୟମ୍ଭାବୀ। ପାରିବାରିକ କ୍ଷେତ୍ରରେ ସମସ୍ୟା ରହିବ, କିନ୍ତୁ ହଠାତ୍‍ କୌଣସି ପଦକ୍ଷେପ ନେଲେ ଝମେଲା ବଢ଼ିଯିବ। ଜମିଜମା ବିବାଦ କିମ୍ବା କଚେରି ମାମଲାରେ ଆଶାଜନକ ଫଳ ପାଇବେ। ଶିଳ୍ପ, ପରିବହନରେ ସଫଳତା ପାଇବେ।
କର୍କଟ
କର୍କଟ
ଉନ୍ନତ ଚିନ୍ତାଧାରା ସାଙ୍ଗକୁ ଗଠନମୂଳକ ପରାମର୍ଶ ବନ୍ଧୁ ଗହଣରେ ଗ୍ରହଣୀୟ ହେବ। ଛୋଟ କଥାକୁ ନେଇ ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ ଅଭିଯୋଗ ଆଣିପାରନ୍ତି। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ, ଯାହାକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ। ବାଣିଜ୍ୟ, ପରିବହନ ଓ ସଙ୍ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ ା
ସି˚ହ
ସି˚ହ
ଧନ ସ୍ଥାନରେ କେତୁଗ୍ରହ ପ୍ରଭାବରେ ଆର୍ଥିକ ସମସ୍ୟା ମଧ୍ୟରେ ପିଲାଙ୍କ ଅଭିଯୋଗକୁ ନେଇ ମନ ଅସ୍ଥିର ରହିବ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‍ ବୁଝିବେ। ସରକାରୀ ଆଦେଶ ପ୍ରାପ୍ତହୋଇ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରିସ୍ଥିତି ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍‍ ହୋଇଯିବ।
କନ୍ୟା
ଭାଗ୍ୟସ୍ଥାନକୁ ରାଶ୍ୟାଧିପ ଦେଖୁଥିବାରୁ କୌଣସି ଶୁଭ ଖବର ପାଇବେ। ଯାତ୍ରା ସମୟରେ ପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତି ଅନୁଭବ କରିବେ। ଆଜି ସୁଦ୍ଧା ପାଇପାରି ନ ଥିବା ଜିନିଷଟି ପାଇ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉକତ୍ଟ ହେବ ନାହିଁ।
ତୁଳା
ତୁଳା
ସ୍ବଗୃହୀଜନିତ ଆଜି ଯାହା ଓ ଯେମିତି ଚାହୁଁଛନ୍ତି ସେମିତି କାମ କରନ୍ତୁ, କିନ୍ତୁ ବିବାଦରୁ ଦୂରେଇରହନ୍ତୁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ପ୍ରଶାସନିକ ସ୍ତରରେ ରହିଥିବା ସମସ୍ୟାର ସମଧାନ ହୋଇଯିବ। ହଠାତ୍‍ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ, ଫଳରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବିଛା
ବିଛା
ଶନିଙ୍କ ଦୁର୍ବଳତା ହେତୁ ପରିବାରର ବିଭିନ୍ନ ସମସ୍ୟା ମୂଳକ ବିଷୟ ଚିନ୍ତାକରି ମାନସିକ ସୁସ୍ଥତା ରହିବ ନାହିଁ। ସହକର୍ମୀଙ୍କ ସହ ସନ୍ଦେହ ଓ ଭୁଲ୍‍ ବୁଝାମଣାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି ା
ଧନୁ
ଧନୁ
ଅଷ୍ଟମସ୍ଥ ବୃହସ୍ପତି ପ୍ରଭାବରେ ବିଭିନ୍ନ ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଗୁପ୍ତକଥା, କଳାଧନ, କଚେରି ମାମଲା ସମ୍ପର୍କିତ ଅଯଥା ଚିନ୍ତା କରିପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାର ପ୍ରଯନତ୍ କରିପାରନ୍ତି । ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ।
ମକର
ମକର
ରାହୁ ମୁଖମଣ୍ଡନ କରିଥିବାରୁ ମୂଲ୍ୟହୀନ କଥାରେ ବିତର୍କକରି ପରିବାରରେ କଳହ ଲାଗିପାରେ। ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ। ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ର, ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
ଧନାଧିପ ଦ୍ୱିତୀୟକୁ ଅବଲୋକନ କରୁଥିବାରୁ ବନ୍ଧୁଙ୍କ ନିକଟରୁ ପ୍ରାପ୍ତି ଆଶା ନିରର୍ଥକ ହେବ ନାହିଁ। ନିଜ ପରିସରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ,ଏଣୁ ସତର୍କ ରହିବା ଭଲ। କଠୋର ପରିଶ୍ରମ କାରଣରୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ ।
ମୀନମୀନ
ଭାଗ୍ୟଭାବସ୍ଥ ବୁଧ ଓ ମଙ୍ଗଳ ପ୍ରଭାବରେ କୌଣସି ବନ୍ଧୁଙ୍କ ସାହାଯ୍ୟରୁ ଯାନବାହନ, ନୂତନ ମେଶିନେରି ଜିନିଷ କିଣିପାରନ୍ତି। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ଫଳରେ ମନ ଏକପ୍ରକାର ହାଲୁକା ରହିବ। ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‍ ଠିକ୍‍ ସମ୍ପନ୍ନ ହୋଇଯାଇପାରେ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri