Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ପାଇ ଖୁସୀ ହେବେ। କଠିନ ଶ୍ରମ ଏବଂ ଭ୍ରମଣ କାରଣରୁ କ୍ଳେଶ ଭୋଗିବାକୁ ପଡିବାର ସୂଚନା ରହିଛି। ରୋହିଣୀ ନକ୍ଷତ୍ରର ନିଜଲୋକଙ୍କ ସହିତ ଦୂରଯାତ୍ରା କରିପାରନ୍ତି।
ବୃଷ
ବୃଷ
ମିତ୍ରଙ୍କ ସହିତ ଶୁକ୍ର ଗୁରୁ କ୍ଷେତ୍ରସ୍ଥ ହେତୁ ଭାଙ୍ଗତ୍ପଡିଥିବା ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ହେବ। ମୃଗଶିରା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହେବ। ସାମାଜିକ ସ୍ତରରେ ସାହିତ୍ୟ, ରଚନାତ୍ମକ କାର୍ଯ୍ୟରେ ସଫଳତା ପାଇବେ। ସରକାରୀ ସ୍ତରରୁ ପ୍ରତୀକ୍ଷା କରିଥିବା ଖବରଟି ଆଜି ବନ୍ଧୁଙ୍କ ମାଧ୍ୟମରେ ପାଇପାରନ୍ତି ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ବିଭିନ୍ନ ବିଷୟକୁ କେନ୍ଦ୍ରକରି ସମସ୍ୟା ଭିତରେ ବୁଡି ରହିଥିବା କାରଣରୁ ଅନ୍ୟମନସ୍କ ରହିପାରନ୍ତି। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବାରେ ପଦାଧିକାରୀ ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ମନରେ ଦୁଃଖ ଭରି ରହିଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ମନକଥା ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ଚନ୍ଦ୍ର ଏବଂ ଶୁକ୍ର ପାପଗ୍ରହ ଯୁକ୍ତ ଯୋଗୁ ଆଜି ଅସୁବିଧା ଭୋଗିଲେ ମଧ୍ୟ କାମ ଅଟକିବ ନାହିଁ। ପାରିବାରିକ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସମ୍ପର୍କୀୟଙ୍କ ସାହାଯ୍ୟ ଆଶା କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ, ସହ ଯୋଗରେ ଧର୍ମାନୁଷ୍ଠାନ କ୍ଷେତ୍ରରେ ଯୋଗଦେଇପାରନ୍ତି। ଅଶ୍ଳେଷା ନକ୍ଷତ୍ରର ମନ ଅସ୍ଥିର ରହିବାରୁ କାମ ସଂପର୍ଣ୍ଣ କଷ୍ଟକର ହୋଇପଡିବ।
ସି˚ହ
ସି˚ହ
ପ୍ରଶାସନିକ ଆଲୋଚନା ପରିପ୍ରେକ୍ଷୀରେ ସତ କହି ବିରୋଧୀ ହୋଇପାରନ୍ତି। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ପରିସ୍ଥିତିର ବିଡମ୍ବନା ଦୃଷ୍ଟିରୁ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି। ଉତରାଫାଲଗୁନୀ ନକ୍ଷତ୍ର ସାହିତ୍ୟ, କ୍ରୀଡା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
କନ୍ୟା
ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡିପାରନ୍ତି। ସମ୍ମୁଖରେ ହିତକକଥା କହୁଥିଲେ ମଧ୍ୟ ଆତ୍ମୀୟମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ଯାତ୍ରା, ବାଣିଜ୍ୟ ଏବଂ ପରିବହନରେ ପ୍ରତିଦ୍ୱନ୍ଦୀଙ୍କ ସହିତ ମାନମନାନ୍ତର ଘଟିବ। ବନ୍ଧୁବର୍ଗଙ୍କ ସହାନୁଭୂତିରୁ ଟେନସନ୍‌ ଦୂର ହେବାର ସୂଚନା ରହିଛି।
ତୁଳା
ତୁଳା
ଆଜି ବିଶାଖା ନକ୍ଷତ୍ର ବିଶିଷ୍ଟବ୍ୟକ୍ତିଙ୍କ ସାହଚର୍ଯ୍ୟରେ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, କ୍ରୀଡା କ୍ଷେତ୍ରରୁ ସୁଫଳ ମିଳିବ। ବନ୍ଧୁଙ୍କ ଅନୁରୋଧ କ୍ରମେ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଖୁସି ହେବେ। କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡିପାରନ୍ତି।
ବିଛା
ବିଛା
ସମ୍ପର୍କୀୟଙ୍କ ସହଯୋଗ ଲାଭକରି ମନ ଅନୁଯାୟୀ କାମ କରିବାର ସୁଯୋଗ ପାଇପାରିବେ। ବନ୍ଧୁ ଫାଇଦା ହାସଲ ସକାଶେ ମନ ଧରିଲା ପରି କଥାବାର୍ତ୍ତା କରିପାରନ୍ତି। ଅନୁରାଧା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବଢ଼ିପାରେ। ମାଙ୍ଗଳିକ ପାଇଁ ବରାଦ ଅନୁଯାୟୀ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।
ଧନୁ
ଧନୁ
ବାରମ୍ବାର ପ୍ରତିରୋଧର ସାମନା କରିବାକୁ ପଡିଲେ ମଧ୍ୟ କାମ ହାସଲ କରିବା ସକାଶେ ବିଶେଷ ଅସୁବିଧା ହେବ ନାହିଁ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ପୂର୍ବାଷାଢା ନକ୍ଷତ୍ରର ଶିକ୍ଷା, ପରୀକ୍ଷା, ସମ୍ପର୍କସ୍ଥାପନ ଓ ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ଭଲ ରହିବ।
ମକର
ମକର
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ମନୋରନ ଓ ବିଳାସବ୍ୟସନ ପାଇଁ ଆକର୍ଷିତ ହୋଇପାରନ୍ତି। ପରିବାରରେ ଭୁଲ୍‌ବୁଝାମଣା ଜନିତ କୈାଣସି କ୍ଷେତ୍ରରେ ସ୍ଥିର ନିଷ୍ପତି ନେବା କଷ୍ଟକର ହୋଇପାରେ। ମନର ବିକ୍ଷିପ୍ତତା କାର୍ଯ୍ୟକ୍ଷେତ୍ର, ଦୈନନ୍ଦିନର କାମକୁ ଅସ୍ଥିର କରିଦେଇପାରେ। ଧନିଷ୍ଠା ନକ୍ଷତ୍ର ବାକି ଥିବା ଅର୍ଥ ଆଦାୟ କରିପରିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସମସ୍ୟା ସୁଧାରି ନେବା ସକାଶେ ପ୍ରଯନତ୍ କରି ସଫଳ ହେବେ। ବନ୍ଧୁଙ୍କ ପରାମର୍ଶକ୍ରମେ ବ୍ୟବସାୟରେ ନୂଆ କିଛି ଯୋଡିବାର ଉଦ୍ୟମ କରିପାରନ୍ତି। ମିଳିମିଶି କାମ କରିବା ସାଙ୍ଗକୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଶତଭିଷା ନକ୍ଷତ୍ରକୁ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶୃତି ଦେବେ, କିନ୍ତୁ କିଛି କରିବେ ନାହିଁ।
ମୀନମୀନ
ଆଧ୍ୟାତ୍ମିକ ପରିବେଶରେ ବହୁଲୋକ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପୂର୍ବଭାଦ୍ର ନକ୍ଷତ୍ରର ମନ ଭଲ ରହିଥିବା କାରଣରୁ ପାରିବାରିକ ସ୍ଥିତିରେ ମିଷ୍ଟଭାଷୀହେବେ। ଅପରାହ୍ନେ କୈାଣସି ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବାରମ୍ଭାର ପ୍ରତିଦ୍ୱନ୍ଦିତା କାରଣରୁ ବାଣିଜ୍ୟରେ ଆଖିଦୃଷ୍ଟିଆ ସଫଳତା ମିଳିବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

ରାଶିଫଳ: ବୁଧବାର, ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆଜି ରାହୁଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିକଟତର…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୨୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ ସଫଳତା ପାଇବେ। କୃତ୍ତିକା ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ପ୍ରତିବାଦ କାରଣରୁ ନିର୍ମାଣାଧୀନ କାମ ଅଟକିବ। ବିବାଦୀୟ କଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri