Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୪ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସିଂହରାଶିରେ ରହି ଲାଭ ସ୍ଥାନକୁ ଦେଖୁଥିବାରୁ ପଦସ୍ଥବ୍ୟକ୍ତିଙ୍କ ଦ୍ୱାରା କାର୍ଯ୍ୟସିଦ୍ଧି ଘଟିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ଘରକୁ ବନ୍ଧୁ ଆଗମନ ଘଟିବ। ସଭାସମିତିରେ ସୀମା ଭିତରେ ନ ରହିଲେ ସାଧାରଣ କଥାରେ ସମସ୍ୟା ଆସିବ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ ।
ବୃଷ
ବୃଷ
କର୍ମାଧିପ ଭାଗ୍ୟାଧିପତିଙ୍କ ସହ ଥିବାରୁ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ପ୍ରଶାସନିକ ସ୍ତରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍ ଦୂର ହେବ । ବ୍ୟବସାୟ, କଳା, ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ । ବନ୍ଧୁଙ୍କ ସାହାଯ୍ୟରେ କାମ ତ୍ୱରାନ୍ବିତ କରିବେ।
ମିଥୁନ
ମିଥୁନ
ବ୍ୟୟାଧିପ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ମନକଥା ଗୋପନ ନ ରଖିପାରି ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଦୂର କରିବାକୁ ସକ୍ଷମ ହେବେ।
କର୍କଟ
କର୍କଟ
ରାଶ୍ୟାଧିପ ଧନସ୍ଥାନରେ ଅବସ୍ଥାନ କରି ଆର୍ଥିକ ଦୂରବସ୍ଥାକୁ ସୁଧାରି ନେଇପାରନ୍ତି । କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ନ ରହିଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ । ନିର୍ମାଣ, ଯୋଗାଯୋଗ, ପ୍ରେସ୍, ପବ୍ଲିକେଶନ, ଆଲୋଚନା ଓ ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ପ୍ରତୀକ୍ଷିତ ଖବରଟି ଆଜି ପାଇ ଖୁସି ହେବେ।
ସି˚ହ
ସି˚ହ
ତିନୋଟି ଗ୍ରହ କୋଣସ୍ଥାନରେ ରହିଥିବାରୁ ଆଜି ହଠାତ୍ ନୂତନ ଯୋଜନା ଆରମ୍ଭ କରିବେ। ମୌଖିକ ଆଲୋଚନା ନ କଲେ ସହଯୋଗ ଅଭାବରୁ ତାହା ମଉଳି ଯାଇପାରେ । ପରିସ୍ଥିତିବଶତଃ ଆପଣ କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାରେ ପଡ଼ିପାରନ୍ତି ।
କନ୍ୟା
ଶନି ସହ ବୃହସ୍ପତିଙ୍କ ସ୍ଥିତି ପ୍ରଭାବରେ ସନ୍ଦେହୀ ମନୋଭାବ ହେତୁ କେତେକ ସମସ୍ୟା ଦେଖାଦେବ। ଆପଣ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଆପଣଙ୍କ ସକାଶେ ଦୁଶ୍ଚିନ୍ତାର କାରଣ ହୋଇପାରେ । ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।
ତୁଳା
ତୁଳା
ଚନ୍ଦ୍ରଙ୍କ ସହ ଶନିଙ୍କ ଷଡାଷ୍ଟକ ସ୍ଥିତି ହେତୁ କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ। ଆଜି ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ପରିସ୍ଥିତିର ତାଡନାରେ ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ ।
ବିଛା
ବିଛା
ନିଜର ମଣୁଥିବା ବ୍ୟକ୍ତି ଆପଣଙ୍କ ପଛରେ ବିଭିନ୍ନ କଥା କହିବେ। ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ । ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଭାବୁଥିବା କାମଟିକୁ ଠିକ୍ ସମୟରେ ଶେଷ କରି ଖୁସି ହେବେ। କଳା, ସାହିତ୍ୟ, ଗବେଷଣା, ଅନୁସନ୍ଧାନ କ୍ଷେତ୍ରରେ ସମସ୍ୟା ସମାଧାନ ଆଶା ରହିଛି ।
ଧନୁ
ଧନୁ
ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସଫଳ ହେବେ । ବ୍ୟବସାୟ, ପରିବହନ, ପ୍ରକାଶ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଉତ୍ତରାଷାଢା ନକ୍ଷତ୍ର ସହକର୍ମୀ କିମ୍ବା ପ୍ରେମିକାଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ । ଯୁକ୍ତିତର୍କ କାରଣରୁ ପରିବାରରେ ସ୍ତ୍ରୀଙ୍କ ସହ ମନାନ୍ତର ସୃଷ୍ଟି ହେବ ।
ମକର
ମକର
ସ୍ବଗୃହୀ ଶନି ନିଜ ରାଶିରେ ବଳବାନ ହେତୁ ଅସୁସ୍ଥତା ଦୂରେଇଯିବ । ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାର ବଦଳି ଯିବ, ଯାହା କି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ଆଶାରେ ପଡ଼ୋଶୀ ବିନୟପୂର୍ଣ୍ଣ କଥା କହିପାରନ୍ତି । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ ।
କୁମ୍ଭ
କୁମ୍ଭ
ସ୍ବଗୃହୀ ମଙ୍ଗଳଜନିତ କାମ ହାସଲ ସକାଶେ ଆଗନ୍ତୁକଟି ମୁହଁ ସାମନାରେ ପ୍ରଶଂସା ଓ ପଶ୍ଚାନ୍ତେ ସମାଲୋଚନା କରିପାରନ୍ତି । ବନ୍ଧୁମିଳନ, ସଂଗଠନ, ସଭାସମିତି କିମ୍ବା ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବାରର ଭିତର ସମସ୍ୟା ସମ୍ପର୍କୀୟଙ୍କ ଚେଷ୍ଟାରେ ସମାଧାନ ହୋଇଯିବ । ଜଣେ ପଡୋଶୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିବେ ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବୁଧଙ୍କ କୁପ୍ରଭାବରେ ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ । ଅବଶ୍ୟ ନିଜର କାର୍ଯ୍ୟ ଦକ୍ଷତା ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri