Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ସୁସ୍ଥ ପାରିବାରିକ ଜୀବନ ସାଙ୍ଗକୁ ବନ୍ଧୁଙ୍କ ସହ ସୁସମ୍ପର୍କ ବଢ଼ିବ। ନୂତନ ଗୃହାରମ୍ଭ ସକାଶେ ମନ ବଳାଇବେ। ଛୋଟ କଥାକୁ କେନ୍ଦ୍ରକରି କଳହ ଲାଗିପାରେ। ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନାର ସୁଯୋଗ ପାଇବେ। କର୍ମକ୍ଷେତ୍ର ଅଥବା ପ୍ରଶାସନିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଆଜି ଅସାବଧାନତା ବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ବାହାରକୁ ଯିବା ସମୟକୁ ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ମାନସିକ ଅସ୍ଥିରତାରୁ କଣ କରିବେ ନ କରିବେ ଦ୍ୱନ୍ଦ୍ୱରେ ପଡ଼ିଯିବେ।
ମିଥୁନ
ମିଥୁନ
ଆଜି ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସ୍ଥଗିତ କାମରେ ସହାୟକ ହେବ। ପାରସ୍ପରିକ ସହମତି ଅଭାବରୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶେ ମନ ଭଲ ରହି ନ ପାରେ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିବ।
କର୍କଟ
କର୍କଟ
ଆଜି କାମ ଚାପ ବୃଦ୍ଧି ପାଇଲେ ମଧ୍ୟ ଉପସ୍ଥିତ ବୁଦ୍ଧି ବଳରେ ସାଧନ କରିନେବେ। ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତି ସାହାଯ୍ୟ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରନ୍ତି।
ସି˚ହ
ସି˚ହ
ସକାଳୁ କିଛି ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ମନଟା ଖୁସି ହୋଇ ଯାଇପାରେ। ଈର୍ଷାପରାୟଣ ମନୋଭାବ ପୋଷଣ କରି ନିକଟସ୍ଥ ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ। ରଚନାତ୍ମକ କାମ, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ।
କନ୍ୟା
ଆଲୋଚନା କ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରି ପାରିବେ ନାହିଁ। ଆଜି ଯାହା ପାଇବାକୁ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପରିବାର ଭିତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି।
ତୁଳା
ତୁଳା
ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ। କର୍ମକ୍ଷେତ୍ରରୁ ଆଜିର ଫେରନ୍ତା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟରେ ମନର ବଳ ଖୁବ୍‍ ଟାଣ ରହିବ କିନ୍ତୁ କଚେରି ମାମଲା ସକାଶେ ଚିନ୍ତା ବଢିପାରେ ା
ବିଛା
ବିଛା
ମାନସିକ ସୁସ୍ଥତା ସାଙ୍ଗକୁ ସୁସ୍ଥ ପାରିବାରିକ ଜୀବନ ଦିନଟିକୁ ସରସ, ସୁନ୍ଦର ରଖିବାରେ ସହାୟକ ହେବ। ବନ୍ଧୁଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ସକାଳୁ ସକାଳୁ ଦୂରଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁଲ୍ଲର୍ଭ ହୋଇପଡିବ।
ଧନୁ
ଧନୁ
ବିଶେଷ କିଛି ଅସୁବିଧା ନ ଥାଇ ମଧ୍ୟ ନିଜର ପୁରୁଣା କଥାକୁ କେନ୍ଦ୍ରକରି ମନ ଭଲ ରହିବ ନାହିଁ। ଦୀର୍ଘ ଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ଉପସ୍ଥିତି ଯୋଗୁ ଖୁସି ହେବେ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଯାନ୍ତ୍ରିକ ଜିନିଷ କିଣିବା ସକାଶେ ଘରୁ ବରାଦ ଆସିପାରେ ା
ମକର
ମକର
ଅନ୍ୟମାନଙ୍କୁ ମନେଇ କାମ ହାସଲ ପାଇଁ ପ୍ରକୃଷ୍ଟ ଦିନଟିଏ କହିଲେ ଅତ୍ୟୁକ୍ତି ହେବନାହିଁ। ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ନିର୍ମାଣାଧୀନ କାମଟି ଆଜି ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବାର ସୂଚନା ରହିଛି ।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ ଅନ୍ୟମାନଙ୍କ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ ସ୍ଥଗିତ କାମ ସମ୍ପନ୍ନ କରିବେ। ଭାବପ୍ରବଣତାରେ ନ ହଜି ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ। ଯାତ୍ରା, ବାଣିଜ୍ୟ, ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ା
ମୀନମୀନ

ଆଜି କାମଟିଏ ଆରମ୍ଭ କରି ଖୁସି ରହିବେ ଏବଂ ବନ୍ଧୁଙ୍କ ପ୍ରିୟଭାଜନ ହେବେ। ଇଚ୍ଛା ନ ଥାଇ ମଧ୍ୟ ହଠାତ୍‍ ଜରୁରୀ କାମରେ ବାହାରକୁ ଯିବାକୁ ପଡିପାରେ। ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ମାନସିକ ସୁସ୍ଥତା ରହିବ ନାହିଁ। ଆନୁଷ୍ଠାନିକ କାମ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟରେ ଅଂଶଗ୍ରହଣ କରି ଖୁସି ମନାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri