Posted inRasifala

ରାଶିଫଳ: ଶୁକ୍ରବାର, ଜାନୁୟାରୀ ୨୮ ତାରିଖ – Daily Horoscope

ମେଷ
ଅଫିସିଆଲି କାମର ସମସ୍ୟା ସୁଧୁରି ଯିବ। ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜନିଷ କିଣା ବିକା କ୍ଷେତ୍ରରେ ସୁଫଳ ପାଇବେ। ପଡ଼ୋଶୀ, ସହକର୍ମୀ, ଭାଇଭଉଣୀଙ୍କ ସହ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ ହେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନପାଇ ଅପଦସ୍ତ ହୋଇପାରନ୍ତି।
ବୃଷ
ବୃଷ
ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି କାମ ହାସଲ କରିବେ। ଅଫିସ୍‌କୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଚେଷ୍ଟା କରୁଥିବା କାମ ଶୀଘ୍ର ଶେଷ କରିବା ନିମିତ୍ତ ଖୁବ୍‌ ଆଶାବାଦୀ ହେବେ। କୌଣସି ନୂଆକାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ।
ମିଥୁନ
ମିଥୁନ
ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ବିବ୍ରତ ହେବେ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ବହୁତ ଲଢ଼େଇ ଜାରି ରଖିବାକୁ ପଡ଼ିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଭୁଲ୍‌ ବୁଝାମଣା ହେତୁକ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅବହେଳା ଓ କାଳକ୍ଷେପଣ ନୀତି କିମ୍ବା ଅଳସୁଆମି ହେତୁ କାମ ଗୁଡ଼ିକ ଧିମେଇ ଯିବ। ଅର୍ଥର ଅଭାବ ନ ଥିଲେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରି ପାରିବେ ନାହିଁ। କଚେରି ମାମଲା କିମ୍ବା ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ। ବନ୍ଧୁ ବାନ୍ଧବ ସୁବିଧାବାଦୀ ଗୁଣରେ ଶୋଷଣ କରିବେ,ଏଣୁ ବୁଝି ବିଚାରି କାମ କରନ୍ତୁ।
ସି˚ହ
ସି˚ହ
କୌଣସି ନୂଆ କାମ ହାତକୁ ନେବେ ଓ ତଦନୁଯାୟୀ କାମ ମଧ୍ୟ ଆରମ୍ଭ କରି ଦେଇ ପାରନ୍ତି। ନିରପେକ୍ଷତା ଅବଲମ୍ବନ ନ କଲେ ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ହେଉ ସମାଲୋଚିତ ହେବାକୁ ପଡିବ। ଅଧିକାଂଶ ସମୟ ସହକର୍ମୀ, ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ କାମ କରିବାର ସୁଯୋଗ ପାଇବେ। ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରିବା ପରିସ୍ଥିତିକୁ ସାମନା କରିବାକୁ ପଡ଼ିବ। କେତେକ କାମ ଅଟକି ରହିଥିବା କାରଣରୁ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ। ଘରୋଇ କଳହକୁ ନେଇ ଅଶାନ୍ତି ଜନିତ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ବ୍ୟବସାୟ ପାଇଁ ଦିନଟି ଭଲ ଏବଂ ଆଜିର ଯାତ୍ରାରେ ଆଶା ପୂରଣ ହେବ।
ତୁଳା
ତୁଳା
ନିଜକୁ ଆଡ୍‌ଜଷ୍ଟ କରି ଚଳିବାରେ ସାମାନ୍ୟ ଅସୁବିଧାକୁ ଦୂରେଇବାରେ ସମର୍ଥ ହେବେ। କେତେକ ବ୍ୟକ୍ତି ପଛରେ କଟୁକ୍ତି ପ୍ରକାଶ କରିପାରନ୍ତି। ଯେତେ ତୁନି କରି ରହିଲେ ମଧ୍ୟ ପରିବାର ଭିତରେ ପ୍ରଶଂସା ସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ।
ବିଛା
ବିଛା
ଆଗାମୀ ସମୟର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶା କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କ ରହିବା ଭଲ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷ ସହଯୋଗ ପ୍ରତିଶ୍ରୁତି ଦେବେ। ବ୍ୟବସାୟ, ପରିବହନ, ରାଜନୀତି, କଳା ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରୁ ଶୁଭଫଳ ମିଳିବ।
ଧନୁ
ଧନୁ
ଆଜି ଆପଣଙ୍କୁ ସ୍ବାଦିଷ୍ଟ ଭୋଜନ, ଟଙ୍କା ପଇସା, ବନ୍ଧୁଙ୍କ ପ୍ରଶଂସା ଏବଂ ପାରିବାରିକ ସହଯୋଗ ମିଳିବ। ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆଗାମୀ ମଙ୍ଗଳୋତ୍ସବ କାଯର୍‌ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ମକର
ମକର
ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ଲାଭକରି କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ସାମାଜିକ କ୍ଷେତ୍ରରେ ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡା ହୋଇପାରେ। ଆମତ୍ୀୟମାନଙ୍କ ସହ ମତପାର୍ଥକ୍ୟ ହେବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡିବ।
କୁମ୍ଭ
କୁମ୍ଭ
ସାଧାରଣ କଥାକୁ ବଡ ଆକାରରେ ଚିନ୍ତାକରି ବ୍ୟସ୍ତ ହୋଇପାରନ୍ତି। ବ୍ୟବସାୟିକ ସ୍ଥିତି ମନ୍ଦ ହେବନି କିନ୍ତୁ ଋଣ ପରିଶୋଧ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ବାଧୀନ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର ତଥା ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ।
ମୀନମୀନ
ଆର୍ଥିକ ଦୁରବସ୍ଥାର ପରିବର୍ତ୍ତନ ଆନନ୍ଦର ପରିଚାୟକ ହେବ। ପାରିବାରିକ କ୍ଷେତ୍ରରେ ଯେତେ ପ୍ରୟାସ କଲେ ମଧ୍ୟ ଅନ୍ୟମାନଙ୍କୁ ସହଜରେ ସନ୍ତୁଷ୍ଟ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri