Posted inRasifala

ରାଶିଫଳ: ସୋମବାର, ଜୁଲାଇ ୭ ତାରିଖ – Daily Horoscope

ମେଷ
ଆଜି ଯାହା ଆଶା କରୁଛନ୍ତି ତାହା ପାଇବାରେ ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ଆକସ୍ମିକ ଦୂରଯାତ୍ରା କରିବାର ସୁବିଧା ପାଇପାରନ୍ତି। ସକାଳୁ ସକାଳୁ ଅର୍ଥ ସମ୍ପର୍କିତ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କଲେ ସଫଳତା ପାଇବେ । ଦିନ ମଧ୍ୟରେ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ା
ବୃଷ
ବୃଷ
ସମ୍ପର୍କୀୟଙ୍କ ସାହାଯ୍ୟ ଦ୍ୱାରା ସ୍ଥଗିତ କାମଟିକୁ ଶେଷ କରିବାରେ ସମର୍ଥ ହେବେ। କୈାଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦୌଡ କରିବାକୁ ପଡିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ। ପ୍ରତିଯୋଗିତା, ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ବିଜୟୀ ହୋଇପାରନ୍ତି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ସନ୍ଦେହ କଲେ କ୍ଷତିରେ ପଡ଼ିବେ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ୍‍ ହେବାର ସମ୍ଭାବନା ରହିଛି ା
କର୍କଟ
କର୍କଟ
ମାନସିକ ସ୍ଥିତି ଉତ୍ତେଜନାପ୍ରବଣ ରହିଲେ ମଧ୍ୟ ପରିସ୍ଥିତି ଅନୁସାରେ ଆପଣଙ୍କ ବ୍ୟବହାର ମନକୁ ସୁହାଇଲା ଭଳି ରହିବ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ ଦୁଃଶ୍ଚିନ୍ତା ଦୂର ହେବ। ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଅଫିସ୍‍ରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି ।
ସି˚ହ
ସି˚ହ
ଆମତ୍ୀୟଙ୍କ ସହଯୋଗ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ମନ କଥା ମନରେ ରଖି କେତେକ କାମ କରିବାକୁ ବାଧ୍ୟ ହେବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ ପାଇଁ ଫନ୍ଦିଫିକର କରିବାକୁ ପଡିପାରେ। ସାହିତ୍ୟ, ସଙ୍ଗୀତ ସମାରୋହ, ବାଣିଜ୍ୟ, ପରିବହନ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ବନ୍ଧୁଙ୍କ ସହ ଦୂରଯାତ୍ରା କରିବାକୁ ପଡିପାରେ। ଆଜିର କାମ ହାସଲ ସକାଶେ କିଛି ଖର୍ଚ୍ଚାନ୍ତ ହେବାକୁ ପଡିବାର ସୂଚନା ରହିଛି। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆମତ୍ୀୟମାନେ ହଠାତ୍‍ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ତୁଳା
ତୁଳା
ପାରିବାରିକ ସୁଖ, ବନ୍ଧୁଙ୍କ ସହାନୁଭୂତି ଓ ଆମତ୍ୀୟଙ୍କ ସୌହାର୍ଦ୍ଦ୍ୟ ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। କୌଣସି ଜିନିଷ କ୍ରୟ କରିବା ସକାଶେ ମୋଟା ଅଙ୍କର ଅର୍ଥ ବ୍ୟୟ କରିପାରନ୍ତି। କର୍ମକ୍ଷେତ୍ରରେ, ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ବଢ଼ିବ। ପ୍ରିୟଜନଙ୍କ ସହିତ ଦର୍ଶନୀୟସ୍ଥାନ ପରିଦର୍ଶନର ସୌଭାଗ୍ୟ ଲାଭ କରିବେ।
ବିଛା
ବିଛା
ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରି ଆଶ୍ୱସ୍ତି ଲଭିବେ। ବୁଝାମଣା ଅଭାବରୁ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆମତ୍ୀୟଙ୍କ ସହଯୋଗର ପ୍ରତିଶ୍ରୁତି ମାଙ୍ଗଳିକ କାର୍ଯ୍ୟ ସକାଶେ ଅନୁକୂଳ ହେବାର ଆଶା ଉଦ୍ରେକ କରିବ। ଆର୍ଥିକସ୍ଥିତି ମନ୍ଦ ନ ହେଲେ ମଧ୍ୟ ଆବଶ୍ୟକତାକୁ ପୂରଣ କରିବା ସକାଶେ କରଜ କରିବାକୁ ପଡିପାରେ।
ଧନୁ
ଧନୁ
ରାଶ୍ୟାଧିପତି ବୃହସ୍ପତି ନିଜ ରାଶିକୁ ଅବଲୋକନ କରୁଥିବାରୁ ମାନସିକ ଓ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କିନ୍ତୁ ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେଶନ ସମ୍ପର୍କିତ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି। ଅଭାବ ରହିଥିଲେ ମଧ୍ୟ ପରିବାରର ଆବଶ୍ୟକତାକୁ ଉପଲବ୍ଧିକରି ଗୃହୋପକରଣ କ୍ରୟ କରିବେ।
ମକର
ମକର
ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହୃଦୟତା ଲାଭକରି ଆଶା ପୂରଣ କରିପାରିବେ। ଯାତ୍ରା କାଳରେ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ବନ୍ଧୁବର୍ଗ ଓ ପରିବାର ସହ ଦର୍ଶନୀୟ ସ୍ଥାନ ଭ୍ରମଣର ଯୋଗ ରହିଛି। ସାହିତ୍ୟ, ସଭାସମିତି ଓ ରାଜନୈତିକରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ସହକର୍ମୀ ସହ ବିରୋଧ ଓ ଶତ୍ରୁତା ରହିଥିଲେ ମଧ୍ୟ କାର୍ଯ୍ୟ ସାଧନ ପାଇଁ କିଛି ଅସୁବିଧା ନାହିଁ। ପ୍ରତ୍ୟେକ ସ୍ତରରେ ସମସ୍ୟା ପ୍ରତିହତ କରି ନିଜର ସ୍ଥିତିକୁ ସୁଦୃଢ କରିପାରିବେ। ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପାରିବାରିକ ସ୍ତରରେ ପିଲାଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ

ହାତରେ କିଛି ନ ଥିଲେ ମଧ୍ୟ ଠିକଣା ସମୟରେ ବନ୍ଧୁଙ୍କ ଦ୍ୱାରା ଆବଶ୍ୟକତା ପୂରଣ ହୋଇଯିବ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସାଙ୍ଗକୁ ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ସଭାସମିତି, ଆନୁଷ୍ଠାନିକ କାମ ଏବଂ ଧାର୍ମିକ କାର୍ଯ୍ୟର ସଫଳତାରେ ଆନନ୍ଦିତ ହେବେ। ପଡୋଶୀଙ୍କ ସହ ବୁଝାମଣା ଠିକ୍‍ ରହି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri