Posted inRasifala

ରାଶିଫଳ: ଶନିବାର , ଜୁନ୍ ୨୮ ତାରିଖ – Daily Horoscope

ମେଷ
ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଆଶ୍ୱସ୍ତି ଅନୁଭବ କରିବେ। ସରକାରୀ ସହାୟତା ସମ୍ପର୍କୀୟ ଖବର ବନ୍ଧୁଙ୍କ ନିକଟରୁ ଶୁଣି ଉଲ୍ଲସିତ ହୋଇପାରନ୍ତି। ଅନ୍ୟମାନଙ୍କର କଥାରେ ପ୍ରଭାବିତ ହୋଇ କାମ କଲେ ସମସ୍ୟା ଭିତରକୁ ଟାଣିହୋଇ ପାରନ୍ତି। କର୍ମକ୍ଷେତ୍ର, ବାଣିଜ୍ୟ, ନିର୍ମାଣ କାମରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ଆଜି ଅର୍ଥଲାଭ ସାଙ୍ଗକୁ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ଜନିତ ସମସ୍ୟା ବୃଦ୍ଧିର ଆଶଙ୍କା ରହିଛି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। କୌଣସି ମୂଲ୍ୟବାନ ଜିନିଷ ହଜାଇବା କାରଣରୁ ବିରସ ମନରେ ସମୟ କଟାଇବାକୁ ପଡ଼ିପାରେ।
ମିଥୁନ
ମିଥୁନ
ସ୍ଥଗିତ କାମ ସହଜ ଓ ସୁବିଧାରେ ସମ୍ପନ୍ନର ମାର୍ଗ ଉନ୍ମୁକ୍ତ ରହିବ। ଆକସ୍ମିକ ଭାବରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ପାରିବାରିକ କ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବା ଯୋଗୁ ଏକପ୍ରକାର ଶାନ୍ତି ଅନୁଭବ କରିବେ।
କର୍କଟ
କର୍କଟ
ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହେବେ। ତଥାପି ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‍ କରିପାରନ୍ତି। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସ୍ନାୟବିକ ଦୁର୍ବଳତା କିମ୍ବା ଆଣ୍ଠୁ ଗଣ୍ଠିରେ ଦରଜ ଜନିତ ପୀଡ଼ା ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେଇପାରନ୍ତି। ଅସୁବିଧା ଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଲାଗି ରହିବାରୁ ମାନସିକ ଶାନ୍ତି ବ୍ୟାହତ ହେବ। ଆର୍ଥିକ ଅନଟନ ସାଙ୍ଗକୁ ପାରିବାରିକ ମତାନ୍ତର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ହେତୁ ଖୁସି ହେବେ। ସନ୍ତାନଙ୍କ ବିବାହ କଥାବାର୍ତ୍ତାରେ ଅଗ୍ରଗତି ଘଟିପାରେ।
ତୁଳା
ତୁଳା
ଆଜି କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ବୃଦ୍ଧି ପାଇବା କାରଣରୁ ମନ ଅଶାନ୍ତ ରହିବ। ବନ୍ଧୁଙ୍କ ସହାୟତାରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଆକସ୍ମିକ ସୁଯୋଗ ଲାଭକରି ବହୁତ ଦିନର ଆଶା ପୂରଣ କରିବାର ସୁଯୋଗ ପାଇବେ। ନିଜ ଲୋକଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବାରୁ ଠିକ୍‍ ନିଷ୍ପତ୍ତି ନେବା ସହଜସାଧ୍ୟ ହୋଇ ନ ପାରେ। ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବେ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ତଥା ରାଜନତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବାର ସୂଚନା ରହିଛି।
ଧନୁ
ଧନୁ
ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା କାରଣରୁ ଅଫିସ୍‍ରେ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। କାମ ହାସଲ ସକାଶେ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ଭରସା କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବନାହିଁ।
ମକର
ମକର
ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଖୁସି ହେବେ। ପାରିବାରିକ ସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସି ଗପର ମଉକା ଜୁଟିବ। ପ୍ରକାଶନ, ସଂଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟିକ ସଫଳତା ମିଳିବ କିନ୍ତୁ ପୂର୍ଣ୍ଣ ସନ୍ତୋଷଜନକ ହୋଇ ନପାରେ।
କୁମ୍ଭ
କୁମ୍ଭ
ମନର ଅସନ୍ତୋଷକୁ ବନ୍ଧୁଙ୍କ ସମ୍ମୁଖରେ ବଖାଣିବା ଦ୍ୱାରା ଓଲଟା ଫଳ ଭୋଗିବାକୁ ପଡ଼ିବ। ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। ଅସୁବିଧା ନ ହେଲେ ମଧ୍ୟ କେତେକ କାମ ଅଧାରେ ଅଟକିଯିବାରୁ ଅଶାନ୍ତି ଅନୁଭବ କରିବେ। ଅନ୍ୟମନସ୍କତାରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ମୀନମୀନ

ସମସ୍ୟା ରହିଥିଲେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‍ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‍ ଆଦୃତ ହେବେ ା


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri