Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୧୮ ତାରିଖ – Daily Horoscope

ମେଷ
ଶୁକ୍ର ପ୍ରଭାବରୁ ଆଶା କରୁଥିବା ଦିଗରୁ ଅଧିକ ଧନ ପାଇ ଖୁସି ହେବେ। ରବି ଉଚ୍ଚସ୍ଥ ହେତୁ ଅଫିସରେ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ କିନ୍ତୁ ଫଳ କିଛି ଭଲ ନ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ ରହିବ ନାହିଁ।
ବୃଷ
ବୃଷ
ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯାଇପାରେ। ଅଧିକାଂଶ ସମୟ ଅନ୍ୟମନସ୍କ ହେତୁକ କୌଣସି ଭୁଲ କାମ କରି ଅନୁତପ୍ତ ହେବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ଆଜି ଦିନରେ ଯେଉଁ କାମରେ ହାତ ଦେବେ ସଫଳ ହେବେ। ପ୍ରଶାସନିକ ସ୍ତରରେ ରାଜକୀୟ ସମ୍ମାନ ପାଇବେ କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧା ଭୋଗିବେ। ବ୍ୟବସାୟରେ ଦୀର୍ଘଦିନର ଆଶା ଫଳବତୀ ହେବ। ପରିବାର ଭିତରେ ରୁକ୍ଷଭାଷାରେ ମନର ଭାବ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।
କର୍କଟ
କର୍କଟ
ଅନ୍ତରଙ୍ଗ ବନ୍ଧୁଙ୍କ ସହଯୋଗ ସ୍ମୃତି ହୋଇ ସବୁଦିନ ପାଇଁ ରହିଯିବ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ କିନ୍ତୁ ସହକର୍ମୀମାନଙ୍କଠାରୁ ସହଯୋଗ ପାଇବେନି। ସାମାଜିକ କ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ଆଗଧାଡିର ବ୍ୟକ୍ତିଭାବରେ ପରିଗଣିତ ହେବେ। ଯାତ୍ରା, ବାଣିଜ୍ୟ ଓ ପରିବହନରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ ଗତି କରିବାକୁ ପଡିପାରେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସହ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ଆବଶ୍ୟକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଇଚ୍ଛା ଥିଲେ ମଧ୍ୟ ଲୋକାଚାରକୁ ଭୟ କରି କୌଣସି କାର୍ଯ୍ୟ କରିପାରିବେ ନାହିଁ ା
କନ୍ୟା
ନିଜର ବିଚାରବୁଦ୍ଧି ସାଙ୍ଗକୁ ଅର୍ଥବଳ ମାଧ୍ୟମରେ ଅଟକିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବେ। ଆଜି ବନ୍ଧୁଙ୍କୁ ଭେଟି ଆମତ୍ସନ୍ତୋଷ ଲାଭ କରିବେ। ଏକାଧିକ କାମରେ ହାତ ଦେବା ଠିକ୍‍ ହେବନାହିଁ , ଅଯଥା ଲାଭ ବଦଳରେ କ୍ଷତିରେ ପଡିପାରନ୍ତି। ଅପରାହ୍ନ ସମୟରେ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ପଡିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବା ସହ ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ୱ ବଢ଼ିବା କାରଣରୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ପୂର୍ବ ରାଗକୁ ମନେପକାଇ ପାଖ ପଡୋଶୀମାନେ ହତାଦର ମନୋଭାବ ପୋଷଣ କରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାର ସମାଧାନ କରିବାରେ ସଫଳ ହେବେ। ଶିଳ୍ପ, ବ୍ୟବସାୟ, ସାମ୍ବାଦିକତା, ଏଜେନଶିପ୍‍ ପ୍ରଭୃତିରେ ସୁଫଳ ପାଇବେ। ଶୁଭେଚ୍ଛୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‍ବୁଦ୍ଧ ହେବେ। ଚେଷ୍ଟା କରୁଥିବା କାମରେ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ା
ଧନୁ
ଧନୁ
ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତାପ କରିବାକୁ ପଡିପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଅତିଥିଙ୍କ ଆଗମନରୁ ଘରେ ଖୁସିର ବାତାବରଣ ରହିବ। ଏପରି କେତେକ କଥା ମନ ଭିତରେ ରହିଯିବ ଯାହାକି କହିପାରିବେ ନାହିଁ କି ସମାଧାନ କରିବାର ମଧ୍ୟ ଉପାୟ ନ ଥିବ।
ମକର
ମକର
ଆଜି ଆର୍ଥିକ ଦିଗ ଭଲ ରହିବ ଏବଂ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବଢ଼ିବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ ବଢିଯିବ। ଆନୁଷ୍ଠାନିକ କାମ, ସଭାସମିତି, ଲେଖାପଢା, ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ କୂଟନୀତି ପ୍ରୟୋଗ କରି ନିଜର ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ ଦିଗରୁ କୌଣସି ଅସୁବିଧା ନ ଥିଲେ ମଧ୍ୟ ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ସାମାଜିକ ସ୍ତରରେ ବୁଦ୍ଧିଜୀବୀ ତଥା ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡାରେ ପ୍ରଶଂସା ପାଇପାରନ୍ତି।
ମୀନମୀନ

ସମସ୍ୟା ମଧ୍ୟରେ ଗତି କରୁଥିଲେ ମଧ୍ୟ ପାରିବାରିକ ସ୍ଥିତି, ଯାତ୍ରା ଓ ବାଣିଜ୍ୟ ମନ୍ଦ ହେବନି। ଆଇନ ସହାୟତା ଲାଭକରି ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। କଳା, ସାହିତ୍ୟ, ସଙ୍ଗୀତରୁ ସୁନାମ ମିଳିବ ଓ ବନ୍ଧୁ ମିଳନରୁ ଆନନ୍ଦିତ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri