Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ
ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟାକରି ବିଫଳ ହେବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର ସୂଚନା ରହିଛି।
ବୃଷ
ବୃଷ
ପ୍ରତ୍ୟେକ ଦିଗ ସକାଶେ ଅନୁକୂଳ ସ୍ଥିତି ରହିଲେ ମଧ୍ୟ ପାରିବାରିକ ସମସ୍ୟା ସମାଧାନ କରିପାରିବେ ନାହିଁ। କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ଆପଣଙ୍କୁ ସୁହାଇଲା ଭଳି କଥା କହିପାରନ୍ତି। ବ୍ୟବସାୟ, ପରିବହନ, ପ୍ରଶାସନ, ଆଇନ ଓ ରାଜନୈତିକ ସଙ୍ଗଠନର କାର୍ଯ୍ୟ ଭଲରେ ଚାଲିବ।
ମିଥୁନ
ମିଥୁନ
ପାରିବାରିକ ଜୀବନ ପୂର୍ବଭଳି ରହିଲେ ମଧ୍ୟ ସମ୍ପର୍କୀୟଙ୍କ କାନକୁହା କଥା ବ୍ୟତିକ୍ରମ ସୃଷ୍ଟିକରିବ। ସହକର୍ମୀଙ୍କୁ ସନ୍ତୁଷ୍ଟକରାଇ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ରାଜନୀତି ତଥା ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇବାରେ ଜଣେ ହିତାକାଂକ୍ଷୀ ସାହାଯ୍ୟ କରିପାରନ୍ତି।
କର୍କଟ
କର୍କଟ
ଆଜି ବନ୍ଧୁସମ୍ପର୍କ, ବିବାଦୀୟ ପରିସ୍ଥିତି ତଥା କର୍ମାରମ୍ଭରେ ଅସ୍ଥିରତା ସୃଷ୍ଟିହୋଇପାରେ। ଅପେକ୍ଷା କରିବାକୁ କହିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତହେବେ। ପରିବାରରେ ପୂର୍ବ ସମସ୍ୟା ସମାଧାନ ଦିଗରେ ପଡ଼ୋଶୀ ସାହାଯ୍ୟ କରିବେ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‍ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।
ସି˚ହ
ସି˚ହ
ଅଧିକାଂଶ ସମୟ ସମସ୍ୟାଗ୍ରସ୍ତ ରହିବା ହେତୁ ମନ ବିଚଳିତ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଲାଗି ରହିଥିବା ଶତ୍ରୁତା, ଅଶାନ୍ତି, ଓ ଋଣଭାର କ୍ରମଶଃ ହ୍ରାସ ପାଇବ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି।
କନ୍ୟା
କାର୍ଯ୍ୟବ୍ୟସ୍ତତା କାରଣରୁ ଆଜି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ରହିପାରିବେ ନାହିଁ। ବନ୍ଧୁଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଚହଲାଇଦେବ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଟଙ୍କା ପଇସା ଦେବାନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟିହୋଇପାରେ।
ତୁଳା
ତୁଳା
ବହୁଦିନରୁ ଚେଷ୍ଟା କରୁଥିବା କାମଟି ଜଣେ ସହକର୍ମୀଙ୍କ ଜରିଆରେ ସଫଳହେବ। ଆମତ୍ୀୟଙ୍କ ସମସ୍ୟା ବିଷୟରେ ଦୁଶ୍ଚିନ୍ତା ବୃଦ୍ଧି ଟେନ୍‍ସନର କାରଣ ହେବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁଯାୟୀ ସୁଫଳ ପାଇବେ। ମନୋରଞ୍ଜନର ମଉକା ଜୀବନଯାତ୍ରାକୁ ମଧୁମୟ କରିବା ସମ୍ଭାବନା ରହିଛି।
ବିଛା
ବିଛା
ଆପଣଙ୍କ ଦୃଢ଼ ଇଚ୍ଛାଶକ୍ତି ସାଙ୍ଗକୁ ସାହସିକ ପଦକ୍ଷେପ ଅସମ୍ଭବକୁ ସମ୍ଭବ କରାଇବାରେ ସାହାଯ୍ୟ କରିବ। ସାମୟିକ ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ଠିକ୍‍ ହୋଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ। ମାତ୍ରାଧିକ ଭ୍ରମଣହେତୁକ କ୍ଲାନ୍ତି ଅନୁଭବ କରିବେ।
ଧନୁ
ଧନୁ
ବିଗତ ଦିନର ଘଟଣାର ପ୍ରଭାବକୁ କେନ୍ଦ୍ରକରି ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରବାସରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ପରିଜନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ବିରୁଦ୍ଧାଚରଣ କରିପାରନ୍ତି।
ମକର
ମକର
ପରିବାରର ଇଚ୍ଛା ବିରୋଧରେ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବା ହେତୁ ପାରିବାରିକ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଟେନ୍‍ସନ ଲାଗି ରହିବାରୁ ରକ୍ତଚାପ ବଢ଼ିପାରେ। ଦାୟିତ୍ୱହୀନ ମନ୍ତବ୍ୟର ପରିଣାମ ସ୍ବରୂପ ମନସ୍ତାପ କରିବାକୁ ପଡ଼ିବ। ଆଲୋଚନା ପରିସରରେ ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟିକରିବ।
କୁମ୍ଭ
କୁମ୍ଭ
କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବନ୍ଧୁଙ୍କ ସାହାଯ୍ୟ ଆର୍ଥିକ ସମସ୍ୟା ଦୂରେଇଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। ଦୂରଯାତ୍ରାରେ ଦୀର୍ଘଦିନର ଅଭିଳାଷ ପୂରଣ ହେବାର ଆଶା ରହିଛି। ପରିବାର ମଧ୍ୟରେ ଛୋଟ କଥାକୁ ଧରିବସିବା ଅନର୍ଥର କାରଣ ହୋଇପାରେ।
ମୀନମୀନ

ଆଜି ଫେରିବା ରାସ୍ତାରେ ବନ୍ଧୁ ଜଣେ ଭେଟି କୌଣସି ସାହାଯ୍ୟ ଭିକ୍ଷା କରିପାରନ୍ତି। ସହକର୍ମୀଙ୍କ ସହାୟତାରେ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଲୋଚନା ପରିସରରେ ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri