Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୩ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ କର୍ମାଧିପ ଶତ୍ରୁ ନକ୍ଷତ୍ରରେ ଥିବାରୁ ସୁବିଧାରେ କାମ ସମ୍ପନ୍ନ ହେବନାହିଁ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ, ବୃତ୍ତି, ବ୍ୟବସାୟ ଭଲରେ ଚାଲିବ।
ବୃଷ
ବୃଷ
ଶୁକ୍ର ଶୁଷ୍କରାଶିରେ ପାପଯୁକ୍ତ କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ। ପିଲାମାନଙ୍କ ଗୌରବ ସାମୟିକ ସାନ୍ତ୍ବନାର କାରଣ ହେବାର ଆଶା ରହିଛି। ନିର୍ମାଣାଧୀନ କାମ ଶେଷ ହେବା ପୂର୍ବରୁ ସମସ୍ୟା ଦେଖାଦେବ।
ମିଥୁନ
ମିଥୁନ
ରାଶ୍ୟାଧିପ ରବିଙ୍କ ସହ ରବି ନକ୍ଷତ୍ରସ୍ଥ ଯୋଗୁଁ ଯୋଜନାରମ୍ଭ ପାଇଁ ମନ ବଳାଇବେ। ଆଜି ବନ୍ଧୁମାନଙ୍କ ସହ ନିଜକୁ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ କରିବେ। ପରିବାରରେ ପକ୍ଷପାତିତା କାରଣରୁ ସୁଯୋଗ ହରାଇ ବ୍ୟଥିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ।
କର୍କଟ
କର୍କଟ
ରବିଙ୍କ ଗୃହରେ ଚନ୍ଦ୍ର ହେତୁ ନୂଆ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ପୂର୍ବ ସମସ୍ୟା ଦୂର ହେବ। ଯାତ୍ରା ସମୟରେ ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ନିଜ ପରିବେଶର ବ୍ୟକ୍ତିଙ୍କ ଅନୁରୋଧକ୍ରମେ ସମାଜକଲ୍ୟାଣ କାର୍ଯ୍ୟରେ ଯୋଗଦେଇପାରନ୍ତି।
ସି˚ହ
ସି˚ହ
ଚନ୍ଦ୍ର ଷଷ୍ଠସ୍ଥ ଶନିଙ୍କ ସହ ଷଡ଼ାଷ୍ଟକସ୍ଥିତିରେ ରହିଥିବାରୁ ଦୂରଯାତ୍ରାରେ ପ୍ରତିବନ୍ଧକ ରହିବ ନାହିଁ। ବନ୍ଧୁମାନଙ୍କ ନିମନ୍ତ୍ରଣକ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି। ସରକାରୀ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ନିର୍ମାଣ, କାରିଗରି, ରପ୍ତାନି, ବାଣିଜ୍ୟରେ ଉନ୍ନତି ହେବ।
କନ୍ୟା
ଦ୍ୱାଦଶସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ଯାହା ପାଇବାକୁ ଆଶା ବାନ୍ଧି ବସିଛନ୍ତି ତାହା ହୁଏତ ମିଳି ନ ପାରେ। ବ୍ୟବସାୟରେ ଲାଭ ମିଳିବ; ମାତ୍ର ଅନ୍ୟ ବାଟରେ ବ୍ୟୟ ସୂଚନା ରହିଛି। ଗରିଷ୍ଠ ଖାଦ୍ୟର ବିଷମତା ହେତୁ ପେଟ ଗୋଳମାଳ ଦେଖାଦେଇପାରେ। ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
ତୁଳା
ତୁଳା
ମଙ୍ଗଳ ପ୍ରଭାବରେ ରାଶି ଅର୍ଥଲାଭ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି। ଆଜି ବ୍ୟବସାୟରେ ଝଗଡା, ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହ ମତ ପାର୍ଥକ୍ୟ ମାନସିକ ଅଶାନ୍ତିର କାରଣ ହୋଇପାରେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ସାମାଜିକ ସ୍ତରରେ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।
ବିଛା
ବିଛା
କର୍ମସ୍ଥ ଚନ୍ଦ୍ର ପାପଯୁକ୍ତ ଶୁକ୍ର ନକ୍ଷତ୍ରସ୍ଥ ଯୋଗୁଁ ଆନୁଷ୍ଠାନିକ କାମରେ ଅବହେଳା, ଘରୋଇ କଥାରେ ଝଗଡା, କାମରେ ପ୍ରତିବନ୍ଧକ କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଗାଡି ମରାମତି, ଘର ସାଜସଜ୍ଜା, ବ୍ୟବସାୟିକ ଆଲୋଚନା, ସଂଗଠନ ଓ ମାଲି ମକଦ୍ଦମାରେ ସମୟ ଅତିବାହିତ ହେବ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ଧନୁ
ଧନୁ
ରବି ଓ ବୁଧଙ୍କ ସ୍ଥିତି କର୍ମାରମ୍ଭ, ସାକ୍ଷାତ୍‌କାର, ସରକାରୀ କାର୍ଯ୍ୟ ସକାଶେ ଅନୁକୂଳତା ପ୍ରଦାନ କରିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗଁୁ ବିବ୍ରତ ହେବେ। କାର୍ଯ୍ୟରେ ପ୍ରତିବନ୍ଧକ ହେତୁ ବିଚଳିତବୋଧ କରିବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ।
ମକର
ମକର
ରାଶିରେ ବୃହସ୍ପତିଙ୍କ ଯୋଗୁଁ ପ୍ରତୀକ୍ଷିତ ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ। ପରିବାରରେ କାହା ସହ କାହାର ନ ପଡ଼ିବାରୁ ମାନସିକ ଅଶାନ୍ତି ଦେଖାଦେବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। କିନ୍ତୁ ଅର୍ଥ ସଙ୍କଟ ମଧ୍ୟରେ ଗତି କରିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଗୁଜବ ମାନସିକ ସ୍ଥିରତାକୁ ବିକ୍ଷିପ୍ତ କରିପାରେ। କୌଣସି ବିବାଦୀୟ ପରିସ୍ଥିତିରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁମାନେ ଅସହଯୋଗ କରିବା ଦ୍ୱାରା କେତେକ କାମ ବିଳମ୍ବରେ ସମ୍ପନ୍ନ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତି ଦୁର୍ବଳ ରହିବ।
ମୀନମୀନ
ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ପୂର୍ବବିବାଦକୁ ମନେପକାଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି। ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହେବା ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri