Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ
ରବି ସ୍ବନକ୍ଷତ୍ରସ୍ଥ ହୋଇ କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ପ୍ରଶାସନିକ ସ୍ତରରେ ଦୃଢ଼ ସିଦ୍ଧାନ୍ତ ନେବେ। ପାରିବାରିକ ସମସ୍ୟା, ଯାନବାହନରେ ସମସ୍ୟାର ସମାଧାନ ହୋଇଯିବ। ମାଲିମକଦ୍ଦମା କ୍ଷେତ୍ରରେ ମନରେ ସଂଶୟ ଉପତ୍ନ୍ନ ହୋଇପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ବୃଷ
ବୃଷ
ସ୍ବସ୍ଥାନହନ୍ତା ବୃହସ୍ପତି ଧନସ୍ଥାନରେ ଥିବାରୁ ଆଜିର ଯାତ୍ରା ସକାଶେ ଆର୍ଥିକ ପରିସ୍ଥିତି ସମସ୍ୟା ସୃଷ୍ଟି କରିପାରେ। ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଆଲୋଚନାରେ ସମୟ କାଟିବେ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ହେତୁ ମନ ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା ଦିଗରୁ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ବୃହସ୍ପତି କ୍ଷେତ୍ରରୁ ବୁଧ ନିଜ ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ଭଲ ରହିବ। ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବା ହେତୁ କାର୍ଯ୍ୟ ସାଧନ କରିବା ସହଜସାଧ୍ୟ ହେବ। ଜମିଜମା କାରବାର, ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବା ସୂଚନା ରହିଛି। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ନିଜର ପ୍ରତିଦ୍ୱନ୍ଦ୍ୱୀ ସହ ଟକ୍କର ଦେଇ ଚାଲିବାକୁ ପଡ଼ିପାରେ।
କର୍କଟ
କର୍କଟ
ନିଜ ରାଶିକୁ ଚନ୍ଦ୍ର ଦୃଷ୍ଟି ଦେଉଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ଜଟିଳତାରୁ ଦୂରେଇ ରହିପାରିବେ। ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବାରୁ ଅନ୍ୟ ଉପରେ ନିର୍ଭରକରିବେ। ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ହଡ଼ବଡ଼େଇଯିବା ସୂଚନା ରହିଛି। ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବେ।
ସି˚ହ
ସି˚ହ
ଶୁକ୍ର ଓ ଶନିଙ୍କ ଦୃଷ୍ଟି ରାଶି ପ୍ରତି ରହିଥିବାରୁ ବହୁ ଦିନରୁ ଦେଖି ନ ଥିବା ବନ୍ଧୁଙ୍କୁ ଦେଖିବା ସକାଶେ ମନ ଛଟପଟ ହେବ। ପରିସ୍ଥିତିରେ ପଡ଼ି ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି। କେତେକ ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ଶିଳ୍ପ, ବାଣିଜ୍ୟ, ସଭାସମିତି ପ୍ରଭୃତିରେ ସମସ୍ୟା ଦୂରହେବ।
କନ୍ୟା
ନିକଟ ସମ୍ପର୍କୀୟମାନଙ୍କଠାରୁ ଶୁଭ ଖବର ଶୁଣି ଖୁସି ହେବେ। ରାହୁଙ୍କ ପ୍ରଭାବରୁ ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଶନି କ୍ଷେତ୍ରରେ ଶୁକ୍ର ଥିବାରୁ ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ନୂତନ ବସ୍ତ୍ର ଓ ଆଳଙ୍କାରିକ ଜିନିଷ କ୍ରୟକରିବା ସକାଶେ ମନ ବଳାଇବେ।
ତୁଳା
ତୁଳା
ଚନ୍ଦ୍ର ଶିଥିଳ ଗ୍ରହଙ୍କ କ୍ଷେତ୍ରରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ କାମ ଡେରିରେ ହେଉଥିବାରୁ ମନ ଭଲ ଲାଗିବ ନାହିଁ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ବିଶ୍ୱସ୍ତବ୍ୟକ୍ତି ନିକଟରୁ ଆସ୍ଥା ହରାଇପାରନ୍ତି। ସଭାସମିତିରେ ଗୁରୁଜନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଘର ସାହସଜ୍ଜା କିମ୍ବା ମରାମତି କାମରେ ସମୟ କଟିବ।
ବିଛା
ବିଛା
ବୁଧଙ୍କ ପ୍ରଭାବରୁ ନିଜର ଚିନ୍ତାଧାରା ଅନୁଯାୟୀ କାମ ହାସଲ ହେବାରେ ବ୍ୟତିକ୍ରମ ପରିଲକ୍ଷିତ ହେବ। କିନ୍ତୁ ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରିପାରନ୍ତି। ବିବାଦୀୟ ପରିସ୍ଥିତିରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଚନ୍ଦ୍ର ଓ କେତୁ ହେତୁ ବିଭିନ୍ନ ସମସ୍ୟା କାରଣରୁ ମାନସିକ ସ୍ଥିତି ବିଗିଡ଼ିଯିବ। ବୁଝାମଣା ଅଭାବରୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ଅସ୍ବୀକାର କରିପାରନ୍ତି। ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତହୋଇ ଆପଣଙ୍କୁ ପ୍ରତାରିତ କରିପାରେ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବେ।
ମକର
ମକର
ଅଷ୍ଟମାଧିପତି ରବିଙ୍କ ଯୋଗୁ କର୍ମକ୍ଷେତ୍ରରେ ଅଯଥା କଳହରୁ ଦୂରେଇ ରହିବା ଭଲ ହେବ। ମୂଲ୍ୟବାନ୍‍ ଜିନିଷ କିଣିବା ସକାଶେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ଉଚ୍ଚବର୍ଗଙ୍କ ସହାୟତା ଲାଭକରି ସ୍ଥିରତା ଫେରିପାଇବେ। ନିଜ କୃତ କର୍ମର ପରିଣାମ ସ୍ବରୂପ ଲୋକମାନଙ୍କ ଉପରୁ ଆସ୍ଥା ହରାଇପାରନ୍ତି।
କୁମ୍ଭ
କୁମ୍ଭ
ସ୍ବରାଶିସ୍ଥ ଶନି ହେତୁ ଆଜିର କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବେ। ଅନ୍ୟମାନଙ୍କ ଭଲ କରିବାକୁ ଯାଇ ବିନା କାରଣରେ କଳହକୁ ନିୟନ୍ତ୍ରଣ କରିବେ। ହଠାତ୍‍ କୌଣସି ସ୍ଥାନକୁ ଯିବାକୁ ମନସ୍ଥକରି ବାଟରୁ ଫେରିଆସିବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବେ।
ମୀନମୀନ

ବଳହୀନ ମଙ୍ଗଳ ଯୋଗୁ ଅର୍ଥନୈତିକ ପରିସ୍ଥିତି ବିଗିଡ଼ଯିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହ ଯୁକ୍ତିତର୍କଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟିହେବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକରି ବିଫଳ ହେବେ। ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ଅସଙ୍ଗତି ଦୂରେଇବାରେ ସମର୍ଥ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri