Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୮ ତାରିଖ – Daily Horoscope

ମେଷ
ଆଜି ସମସ୍ୟା ସମାଧାନ, ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ପ୍ରଶାସନିକ ସଫଳତା ପାଇବେ। ବ୍ୟୟସ୍ଥ ରାହୁ ଯୋଗୁ ବିଦେଶ ଯାତ୍ରା ସୁଯୋଗ, ଅପବ୍ୟୟ ସଙ୍ଗକୁ ସ୍ବାସ୍ଥ୍ୟହାନି ଘଟିପାରେ। ମାଙ୍ଗଳିକ କାମ, ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟିକ ସଫଳତା ଓ କଚେରି ମାମଲା ଫଇସଲା ହେବାର ସୂଚନା ରହିଛି।
ବୃଷ
ବୃଷ
କାର୍ଯ୍ୟବ୍ୟସ୍ତତା ସଙ୍ଗକୁ ମାନସିକ ଓ ପାରିବାରିକ ଅସ୍ଥିରତା ମଧ୍ୟରେ ସମୟ କଟାଇବେ। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ଏଜେନ୍ସିପ୍‍, ବୀମା, ଶେୟାର ବଜାର ପାଇଁ ଦିନଟି ଭଲ। ନିଜ କାମ ପଛକୁ ପକାଇ ଆମତ୍ୀୟଙ୍କ ପାଇଁ ହଇରାଣରେ ପଡ଼ିପାରନ୍ତି। ଦୂରଯାତ୍ରାରେ ସନ୍ଦିଗ୍ଧ ଲୋକଙ୍କ ପ୍ରତି ସତର୍କତା ରକ୍ଷା କରିବା ହିତକର ହେବ।
ମିଥୁନ
ମିଥୁନ
ସପ୍ତମରେ ଷଷ୍ଠାଧିପତି ଯୋଗୁ ବିବାଦରେ ପରାଜୟ, ପ୍ରତିଦ୍ୱନ୍ଦ୍ୱିତାରେ ଅପଦସ୍ଥ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତଭେଦ ଅଶାନ୍ତି ସୃଷ୍ଟି କରିବ। ଅର୍ଥ ସାହାଯ୍ୟ ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ। ସଙ୍ଗଠନ, ଭ୍ରମଣ, ସଭା ସମିତି, କଳା ସାହିତ୍ୟ ଓ ଆନୁଷ୍ଠାନିକ ତଥା ରାଜନୈତିକ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ।
କର୍କଟ
କର୍କଟ
ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ଜୀବନଯାତ୍ରାକୁ ସ୍ବାଭାବିକ କରାଇବାରେ ସାହାଯ୍ୟ କରିବ। ସାମାଜିକ ସ୍ତରରେ ସମସ୍ୟାଗୁଡ଼ିକ ଅପସରି ଯିବାର ଲକ୍ଷ୍ୟ କରିବେ। କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ବାକ୍‍ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ମତଭେଦ କାରଣରୁ ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବନ୍ଧୁମାନେ ମିଥ୍ୟାଭିଯୋଗ ଲଦିବାର ଅପଚେଷ୍ଟା କରି ପାରନ୍ତି। ଶିଳ୍ପ, ଚୁକ୍ତିପତ୍ର, ପରିବହନ, ବ୍ୟବସାୟରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କନ୍ୟା
ଆଜି ଅର୍ଥଲାଭ ସହ କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଭାବପ୍ରବଣତାବଶତଃ ପ୍ରସଙ୍ଗ ବହିର୍ଭୂତ କଥା କହି ଅପଦସ୍ଥ ହୋଇପାରନ୍ତି। ଗୃହ, ଜମିଜମା, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଭଲ ସମ୍ପର୍କ ନ ଥିବା ପାଖ,ପଡ଼ୋଶୀମାନେ ସମସ୍ୟା ସୃଷ୍ଟିକାରୀ ମନ୍ତବ୍ୟ ପ୍ରଦାନ କରିପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ଭିତରେ ରଖିବାକୁ ଚେଷ୍ଟା କରିବା ଭଲ। ସାମାଜିକ ସ୍ତରରେ, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିବାରରେ ବିବାଦକୁ ରୋମନ୍ଥନ କଲେ ପରିବେଶ ଅଶାନ୍ତ ରହିପାରେ। ବ୍ୟବସାୟ, ପରିବହନ, ନିର୍ମାଣ, ହୋଟେଲ ଶିଳ୍ପ କ୍ଷେତ୍ରରୁ ସୁଫଳ ପାଇପାରିବେ।
ବିଛା
ବିଛା
ଆଜି ପଦସ୍ଥ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କଲେ ନିରାଶ ହେବାକୁ ପଡ଼ିବ ନାହିଁ। ପରିବାର କ୍ଷେତ୍ରରେ ସମସ୍ୟା ଲାଗି ରହିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ। ପ୍ରତ୍ୟେକ ସ୍ତରରେ ନିଜର ବିଚାରବୁଦ୍ଧି ପ୍ରୟୋଗକରି କାର୍ଯ୍ୟ ହାସଲ କରିପାରିବେ। କ୍ରୀଡ଼ା, ସଙ୍ଗୀତ, କଳା, ସାହିତ୍ୟ, ପବ୍ଲିକେଶନ, ଏଜେନ୍ସିପ୍‍, ବ୍ୟବସାୟ ଭଲରେ ଚାଲିବ।
ଧନୁ
ଧନୁ
ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାର୍ଯ୍ୟ ଆରମ୍ଭ କରିବାକୁ ମନ ବଳାଇବେ। ବ୍ୟବସାୟ, ଶିଳ୍ପ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ବ୍ୟାଙ୍କ, ସୋସାଇଟି ଋଣ ପରିଶୋଧ ସକାଶେ ବ୍ୟଗ୍ରତା ଅନୁଭବ କରିବେ। କଳା, ସାହିତ୍ୟ, ସଙ୍ଗୀତସମାରୋହ, ତଥା ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ଭଲ ସମ୍ପର୍କ ଥିବା ବନ୍ଧୁଟିର ଅନୁପସ୍ଥିତି ମନଃସ୍ଥିତିକୁ ବିକ୍ଷିପ୍ତ କରିବ। ସ୍ଥଗିତ ରହିଯାଇଥିବା କାମକୁ ଆଜି ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ଏବଂ ଆଶାକରିଥିବା ଦିଗରୁ ହଠାତ୍‍ କୌଣସି ଖବର ପାଇପାରନ୍ତି। ସଭାସମିତି, ପ୍ରଶାସନ, ଆନୁଷ୍ଠାନିକ କ୍ଷେତ୍ରରେ ଆଲୋଚନାର ସୁଯୋଗ ଜୁଟିବ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ସମସ୍ୟା ଦୂରେଇବା ସକାଶେ ବନ୍ଧୁବର୍ଗଙ୍କ ସାହାଯ୍ୟପ୍ରାର୍ଥୀ ହେବେ। ଅଟକିଥିବା କାର୍ଯ୍ୟସାଧନ କ୍ଷେତ୍ରରେ ଅର୍ଥ ସଂକଟ କାମକୁ ଅଟକାଇ ରଖିପାରେ। ସ୍ବାର୍ଥସାଧନର ଦୂରଭିସନ୍ଧି ରଖି ଆମତ୍ୀୟ ଅସହଯୋଗ ଆଚରଣ କରିପାରନ୍ତି। ଭୁଲ୍‍ ବୁଝାମଣା ଜନିତ ପ୍ରଶାସନିକ ସ୍ତରରେ ବିଶୃଙ୍ଖଳା ଦେଖାଦେବାର ଆଶଙ୍କା ରହିଛି।
ମୀନମୀନ

ପରିବାରରେ ଅସ୍ବସ୍ତିକର ପରିବେଶକୁ ସଜାଡ଼ି ନେବାର ଉପକ୍ରମ କରିପାରନ୍ତି। ରାଜନୀତି, ପ୍ରଶାସନ, ସଂଗଠନ, କଳ କାରଖାନା, ଫାର୍ମ, ଫ୍ୟାକ୍ଟୋରି କାରବାରରେ ଉନ୍ନତି କରିବେ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥପ୍ରାପ୍ତି ପାଇଁ ଆଲୋଚନାରେ ଅଗ୍ରଗତି ଘଟିପାରେ। ଅମନଯୋଗୀ ସନ୍ତାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri