Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୮ ତାରିଖ – Daily Horoscope

ମେଷ
ଆଜି ସମସ୍ୟା ସମାଧାନ, ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ପ୍ରଶାସନିକ ସଫଳତା ପାଇବେ। ବ୍ୟୟସ୍ଥ ରାହୁ ଯୋଗୁ ବିଦେଶ ଯାତ୍ରା ସୁଯୋଗ, ଅପବ୍ୟୟ ସଙ୍ଗକୁ ସ୍ବାସ୍ଥ୍ୟହାନି ଘଟିପାରେ। ମାଙ୍ଗଳିକ କାମ, ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟିକ ସଫଳତା ଓ କଚେରି ମାମଲା ଫଇସଲା ହେବାର ସୂଚନା ରହିଛି।
ବୃଷ
ବୃଷ
କାର୍ଯ୍ୟବ୍ୟସ୍ତତା ସଙ୍ଗକୁ ମାନସିକ ଓ ପାରିବାରିକ ଅସ୍ଥିରତା ମଧ୍ୟରେ ସମୟ କଟାଇବେ। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ଏଜେନ୍ସିପ୍‍, ବୀମା, ଶେୟାର ବଜାର ପାଇଁ ଦିନଟି ଭଲ। ନିଜ କାମ ପଛକୁ ପକାଇ ଆମତ୍ୀୟଙ୍କ ପାଇଁ ହଇରାଣରେ ପଡ଼ିପାରନ୍ତି। ଦୂରଯାତ୍ରାରେ ସନ୍ଦିଗ୍ଧ ଲୋକଙ୍କ ପ୍ରତି ସତର୍କତା ରକ୍ଷା କରିବା ହିତକର ହେବ।
ମିଥୁନ
ମିଥୁନ
ସପ୍ତମରେ ଷଷ୍ଠାଧିପତି ଯୋଗୁ ବିବାଦରେ ପରାଜୟ, ପ୍ରତିଦ୍ୱନ୍ଦ୍ୱିତାରେ ଅପଦସ୍ଥ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତଭେଦ ଅଶାନ୍ତି ସୃଷ୍ଟି କରିବ। ଅର୍ଥ ସାହାଯ୍ୟ ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ। ସଙ୍ଗଠନ, ଭ୍ରମଣ, ସଭା ସମିତି, କଳା ସାହିତ୍ୟ ଓ ଆନୁଷ୍ଠାନିକ ତଥା ରାଜନୈତିକ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ।
କର୍କଟ
କର୍କଟ
ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ଜୀବନଯାତ୍ରାକୁ ସ୍ବାଭାବିକ କରାଇବାରେ ସାହାଯ୍ୟ କରିବ। ସାମାଜିକ ସ୍ତରରେ ସମସ୍ୟାଗୁଡ଼ିକ ଅପସରି ଯିବାର ଲକ୍ଷ୍ୟ କରିବେ। କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ବାକ୍‍ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ମତଭେଦ କାରଣରୁ ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବନ୍ଧୁମାନେ ମିଥ୍ୟାଭିଯୋଗ ଲଦିବାର ଅପଚେଷ୍ଟା କରି ପାରନ୍ତି। ଶିଳ୍ପ, ଚୁକ୍ତିପତ୍ର, ପରିବହନ, ବ୍ୟବସାୟରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କନ୍ୟା
ଆଜି ଅର୍ଥଲାଭ ସହ କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଭାବପ୍ରବଣତାବଶତଃ ପ୍ରସଙ୍ଗ ବହିର୍ଭୂତ କଥା କହି ଅପଦସ୍ଥ ହୋଇପାରନ୍ତି। ଗୃହ, ଜମିଜମା, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଭଲ ସମ୍ପର୍କ ନ ଥିବା ପାଖ,ପଡ଼ୋଶୀମାନେ ସମସ୍ୟା ସୃଷ୍ଟିକାରୀ ମନ୍ତବ୍ୟ ପ୍ରଦାନ କରିପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ଭିତରେ ରଖିବାକୁ ଚେଷ୍ଟା କରିବା ଭଲ। ସାମାଜିକ ସ୍ତରରେ, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିବାରରେ ବିବାଦକୁ ରୋମନ୍ଥନ କଲେ ପରିବେଶ ଅଶାନ୍ତ ରହିପାରେ। ବ୍ୟବସାୟ, ପରିବହନ, ନିର୍ମାଣ, ହୋଟେଲ ଶିଳ୍ପ କ୍ଷେତ୍ରରୁ ସୁଫଳ ପାଇପାରିବେ।
ବିଛା
ବିଛା
ଆଜି ପଦସ୍ଥ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କଲେ ନିରାଶ ହେବାକୁ ପଡ଼ିବ ନାହିଁ। ପରିବାର କ୍ଷେତ୍ରରେ ସମସ୍ୟା ଲାଗି ରହିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ। ପ୍ରତ୍ୟେକ ସ୍ତରରେ ନିଜର ବିଚାରବୁଦ୍ଧି ପ୍ରୟୋଗକରି କାର୍ଯ୍ୟ ହାସଲ କରିପାରିବେ। କ୍ରୀଡ଼ା, ସଙ୍ଗୀତ, କଳା, ସାହିତ୍ୟ, ପବ୍ଲିକେଶନ, ଏଜେନ୍ସିପ୍‍, ବ୍ୟବସାୟ ଭଲରେ ଚାଲିବ।
ଧନୁ
ଧନୁ
ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାର୍ଯ୍ୟ ଆରମ୍ଭ କରିବାକୁ ମନ ବଳାଇବେ। ବ୍ୟବସାୟ, ଶିଳ୍ପ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ବ୍ୟାଙ୍କ, ସୋସାଇଟି ଋଣ ପରିଶୋଧ ସକାଶେ ବ୍ୟଗ୍ରତା ଅନୁଭବ କରିବେ। କଳା, ସାହିତ୍ୟ, ସଙ୍ଗୀତସମାରୋହ, ତଥା ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ଭଲ ସମ୍ପର୍କ ଥିବା ବନ୍ଧୁଟିର ଅନୁପସ୍ଥିତି ମନଃସ୍ଥିତିକୁ ବିକ୍ଷିପ୍ତ କରିବ। ସ୍ଥଗିତ ରହିଯାଇଥିବା କାମକୁ ଆଜି ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ଏବଂ ଆଶାକରିଥିବା ଦିଗରୁ ହଠାତ୍‍ କୌଣସି ଖବର ପାଇପାରନ୍ତି। ସଭାସମିତି, ପ୍ରଶାସନ, ଆନୁଷ୍ଠାନିକ କ୍ଷେତ୍ରରେ ଆଲୋଚନାର ସୁଯୋଗ ଜୁଟିବ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ସମସ୍ୟା ଦୂରେଇବା ସକାଶେ ବନ୍ଧୁବର୍ଗଙ୍କ ସାହାଯ୍ୟପ୍ରାର୍ଥୀ ହେବେ। ଅଟକିଥିବା କାର୍ଯ୍ୟସାଧନ କ୍ଷେତ୍ରରେ ଅର୍ଥ ସଂକଟ କାମକୁ ଅଟକାଇ ରଖିପାରେ। ସ୍ବାର୍ଥସାଧନର ଦୂରଭିସନ୍ଧି ରଖି ଆମତ୍ୀୟ ଅସହଯୋଗ ଆଚରଣ କରିପାରନ୍ତି। ଭୁଲ୍‍ ବୁଝାମଣା ଜନିତ ପ୍ରଶାସନିକ ସ୍ତରରେ ବିଶୃଙ୍ଖଳା ଦେଖାଦେବାର ଆଶଙ୍କା ରହିଛି।
ମୀନମୀନ

ପରିବାରରେ ଅସ୍ବସ୍ତିକର ପରିବେଶକୁ ସଜାଡ଼ି ନେବାର ଉପକ୍ରମ କରିପାରନ୍ତି। ରାଜନୀତି, ପ୍ରଶାସନ, ସଂଗଠନ, କଳ କାରଖାନା, ଫାର୍ମ, ଫ୍ୟାକ୍ଟୋରି କାରବାରରେ ଉନ୍ନତି କରିବେ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥପ୍ରାପ୍ତି ପାଇଁ ଆଲୋଚନାରେ ଅଗ୍ରଗତି ଘଟିପାରେ। ଅମନଯୋଗୀ ସନ୍ତାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri