Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ରାଶିର ସନ୍ତାନ ଭାବରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ବିଭିନ୍ନ ସମସ୍ୟା ସାଙ୍ଗକୁ ଆମତ୍ୀୟଙ୍କ ହତାଦର ମାନସିକ ସ୍ଥିତିକୁ କଳୁଷିତ କରିଦେବ। ଶତ୍ରୁତା କରୁଥିବା ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚେଷ୍ଟାକରି ବିଫଳ ହେବେ। ରଚନାମତ୍କ କାମ, ଆନୁଷ୍ଠାନିକ କାର୍ଯ୍ୟାରମ୍ଭରୁ ଆଶ୍ୱସ୍ତି ଲାଭ କରିବେ।
ବୃଷ
ବୃଷ
ପାପଗ୍ରହ ଯୁକ୍ତ ରବିଙ୍କ କୁପ୍ରଭାବରେ ପାରିବାରିକ ଅଶାନ୍ତି ଓ ଅର୍ଥାଭାବ ପରିସ୍ଥିତିର ସାମ୍ନା କରିବେ। ବନ୍ଧୁମାନେ ସାମୟିକ ସୁଯୋଗକୁ ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍‌ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଯାତ୍ରା, ପ୍ରକାଶନ, ବ୍ୟବସାୟ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
ଆଜି କର୍ମକ୍ଷେତ୍ରରେ ଜିଦ୍‌ରେ ଅଟଳ ରହିବା କାରଣରୁ କଳହ ଲାଗିପାରେ। ଧନାଧିପ ତୃତୀୟସ୍ଥ ଯୋଗୁ ଅର୍ଥ ସମ୍ବନ୍ଧୀୟ କଥା, ଚୁକ୍ତିପତ୍ର, ଜମିଜମା କାରବାର ସକାଶେ ଦିନଟି ଭଲ। ଆନୁଷ୍ଠାନିକ କାମରେ ବ୍ୟତିକ୍ରମ ଦେଖି ମାନସିକ ଆଘାତ ଲାଗିପାରେ। ସମ୍ପର୍କୀୟ ଜଣେ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି।
କର୍କଟ
କର୍କଟ
ମୁଖ ଭାବସ୍ଥ ଚନ୍ଦ୍ର ହେତୁ ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଅର୍ଥଲାଭର ସୁବିଧା ପ୍ରଦାନ କରିବ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ, କିନ୍ତୁ କିଛି କରିବାର ଉପାୟ ପାଇବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ଅଭିମାନ କରିଥିବା ସନ୍ତାନ, ପଡ଼ୋଶୀଙ୍କ ଅଭିଯୋଗରୁ ଭାବାନ୍ତର ସୃଷ୍ଟି ହୋଇପାରେ। ବ୍ୟବସାୟ ଓ ପରିବହନ ସମସ୍ୟା ଦୂରହେବ।
ସି˚ହ
ସି˚ହ
ମାନସିକ ଅସ୍ଥିରତାଜନିତ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ମିଳାଇଯିବ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ। ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ପରିସ୍ଥିତି ଭଲ ରହି ନ ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ନବମସ୍ଥ ଗୁରୁଙ୍କ କୃପାରୁ ସାମୂହିକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ କାର୍ଯ୍ୟଦକ୍ଷତା ଓ କଥନଶୈଳୀରୁ ସଭାସମିତିରେ ପ୍ରଶଂସିତ ହେବେ। ଶତ୍ରୁତା କରୁଥିବା ବ୍ୟକ୍ତି ନାନାଦି କଥା କହିପାରନ୍ତି।
ତୁଳା
ତୁଳା
ତୃତୀୟାଧିପତିଙ୍କ ଶୁଭତ୍ୱରୁ ଆମତ୍ୀୟଙ୍କ ସହଯୋଗ ସମାଧାନର ସୂତ୍ର ବାହାର କରିବାରେ ସାହାଯ୍ୟ କରିବ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ମାଲିମକଦ୍ଦମା, ଜମିଜମା ସମସ୍ୟା ସମାଧାନ ଦିଗକୁ ମୁହାଁଇପାରେ।
ବିଛା
ବିଛା
ଚନ୍ଦ୍ରଙ୍କ ସ୍ଥିତିଜନିତ ମାନସିକ ଅସ୍ଥିରତା କାରଣରୁ ଯାହା ଭାବୁଥିବେ ତାହାର ଠିକ୍‌ ଓଲଟା ହୋଇଯିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କଳା ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।
ଧନୁ
ଧନୁ
ଦୈନନ୍ଦିନର ଜୀବନଚର୍ଯ୍ୟାରେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ବୈବାହିକ କର୍ମ ସମ୍ପାଦନ ପାଇଁ ବନ୍ଧୁପ୍ରସ୍ତାବ ସମ୍ପର୍କୀୟ ଆଲୋଚନାର ମଉକା ଜୁଟିବ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ମୂଳା ନକ୍ଷତ୍ର ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ।
ମକର
ମକର
ସପ୍ତମାଧିପତି ଦୁଃସ୍ଥାନସ୍ଥ ଯୋଗୁ ପ୍ରତିବନ୍ଧକକୁ ଏଡ଼ି କାମ ହାସଲ କରିବାକୁ ପଡ଼ିବ। ସ୍ତ୍ରୀଙ୍କ ସହ ମତାନ୍ତର ଆଶଙ୍କା ରହିଛି। ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇଯାଇପାରେ
କୁମ୍ଭ
କୁମ୍ଭ
ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ସୃଷ୍ଟିହେବ। ଅଭିମାନକରି ରହିଥିବା ବନ୍ଧୁଙ୍କୁ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳିନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇବେ। ଧନିଷ୍ଠା ନକ୍ଷତ୍ରର ବାକି ପଡ଼ିଥିବା ଟଙ୍କା ଆଜି ଚେଷ୍ଟାକଲେ ଫେରିପାରିବେ।
ମୀନମୀନ

ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ବ୍ୟବସାୟ, ପରିବହନ, ଲେଖାପଢ଼ା, ଯାତ୍ରା ଓ ଆଲୋଚନା କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?