Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ବିବାଦୀୟ ଘଟଣାରେ ସେମିତି କିଛି ହେବ ନାହିଁ। ଅଶ୍ୱିନୀ ନକ୍ଷତ୍ର ସକାଶେ ଆତ୍ମୀୟଙ୍କ ପାରିବାରିକ ସମାଧାନ ପାଇଁ ଚିନ୍ତା ବଢ଼ିପାରେ। ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରିପାରନ୍ତି। ଅବହେଳାଜନିତ ସ୍ଥଗିତ କାମ ସକାଶେ ଉପରିସ୍ଥଙ୍କୁ କୈଫିୟତ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ଦ୍ୱିଜା ନକ୍ଷତ୍ରର ପାରଷ୍ପରିକ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ସରକାରୀ ସ୍ତରରୁ ଦୀର୍ଘ ପ୍ରତୀକ୍ଷା ପରେ ଆଶା କରୁଥିବା ଖବରଟି ଆଜି ପାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ, ଚୁକ୍ତିପତ୍ର ସମ୍ବନ୍ଧୀୟ ଆଲୋଚନାରେ ଦ୍ୱନ୍ଦ୍ୱ ଦୂର ହେବ। ପଡ଼ୋଶୀଙ୍କ ସହଯୋଗରୁ ଅଟକି ରହିଥିବା କାମ ଆରମ୍ଭ କରିବେ।
ମିଥୁନ
ମିଥୁନ
ବିବାଦୀୟ କଥା ଚିନ୍ତାକରି କିମ୍ବା ପ୍ରକାଶ କରି ଅନ୍ୟମନସ୍କ ରହିପାରନ୍ତି। ଶୁଭକାର୍ଯ୍ୟରେ ଯୋଗଦେଇ ବନ୍ଧୁଙ୍କ ପ୍ର୍ରିୟଭାଜନ ହେବେ। ପୁନର୍ବସୁ ନକ୍ଷତ୍ରର ପାରିବାରିକ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଉତ୍କଟ ହେବନାହିଁ।
କର୍କଟ
କର୍କଟ
ଆର୍ଥିକ ସ୍ଥିତିରେ ଉନ୍ନତି ସାଙ୍ଗକୁ କଥାବାର୍ତ୍ତାର କଠୋରତା ସମସ୍ୟା ସୃଷ୍ଟି କରିପାରେ। ଅବଦମିତ ଇଚ୍ଛା, ଅସମ୍ପୂର୍ଣ୍ଣ କାର୍ଯ୍ୟ, ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହେବ। ପୁଷ୍ୟା ନକ୍ଷତ୍ରର ଗୃହସଜ୍ଜା, ଗାଡ଼ି ମରାମତି, ଜମିଜମା କିଣା ବିକା ପ୍ରତି ଆଗ୍ରହ ବଢ଼ିପାରେ। ଯାତ୍ରା,ବ୍ୟବସାୟ, ବନ୍ଧୁଙ୍କ ସହ ଆଲୋଚନା ମନ୍ଦ ହେବନି।
ସି˚ହ
ସି˚ହ
ଉତ୍ତରାଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
କନ୍ୟା
ହସ୍ତା ନକ୍ଷତ୍ର ସକାଶେ ବ୍ୟୟାଧିକ୍ୟ କାରଣରୁ ଅର୍ଥ ସଂକଟ ଦେଖା ଦେଇପାରେ। ଘରୋଇ ସମସ୍ୟା ସାଙ୍ଗକୁ ବ୍ୟବସାୟରେ ପ୍ରତିବନ୍ଧକଜନିତ ଟେନ୍‌ସନ ଲାଗି ରହିବ। କର୍ମକ୍ଷେତ୍ରର ଜଣେ ବନ୍ଧୁଙ୍କ ସହାୟତାରେ କାର୍ଯ୍ୟ ହାସଲ କରିବେ। ପୂର୍ବ ସ୍ଥିରୀକୃତ ଯୋଜନା ପ୍ରକାରେ କୌଣସି ନୂତନ କର୍ମାରମ୍ଭ କରିବେ।
ତୁଳା
ତୁଳା
ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ। ବିଶାଖା ନକ୍ଷତ୍ର କ୍ରୟ, ବିକ୍ରୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡ଼ିପାରନ୍ତି। ଏକାଧାରରେ ଶାରୀରିକ ଓ ମାନସିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ।
ବିଛା
ବିଛା
ଇଚ୍ଛା ନ ଥାଇ ମଧ୍ୟ ଦୂରଯାତ୍ରା, ବ୍ୟୟବହୁଳତା, ସ୍ବାସ୍ଥ୍ୟ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ଜ୍ୟେଷ୍ଠା ନକ୍ଷତ୍ରର ଶୁଭେଚ୍ଛୁଙ୍କ ସହାୟତାରେ ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଦୂର ହୋଇପାରିବ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ ଓ ଅଦାଲତର ରାୟ ସପକ୍ଷରେ ଯିବ। ଶତ୍ରୁଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ଧନୁ
ଧନୁ
ସହାନୁଭୂତିର ସହ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ମଧ୍ୟ ସୂଚନା ରହିଛି। ଉତ୍ତରାଷାଢ଼ା ନକ୍ଷତ୍ର ଶୁଣାକଥାକୁ ସତ ମନେ କରି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ପାରିବାରିକ ଜଞ୍ଜାଳ ବୃଦ୍ଧି ଓ ଅର୍ଥାଭାବ ସାମୟିକ ଅଶାନ୍ତିର କାରଣ ହୋଇପାରେ।
ମକର
ମକର
ଧନିଷ୍ଠା ନକ୍ଷତ୍ର ବାକି ପଡ଼ିଥିବା ଅର୍ଥ ଆଦାୟରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ପୂରଣ ହୋଇଯିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାରେ ଆପଣଙ୍କ କୌଶଳପୂର୍ଣ୍ଣ କାର୍ଯ୍ୟକଳାପ ସହାୟକ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଚୁପ୍‌ଚାପ ହୋଇ ବସିରହିବା ଅପେକ୍ଷା କିଛି କରିବା ଠିକ୍‌ ହେବ।
କୁମ୍ଭ
କୁମ୍ଭ
ସମସ୍ୟାବହୁଳ ପରିସ୍ଥିତି ରହିଥିଲେ ମଧ୍ୟ କୌଶଳରେ ସବୁ ସୁଧାରି ନେବେ। ବ୍ୟବସାୟରେ ନୂତନ ଦିଗନ୍ତ ସୃଷ୍ଟି ହେବ ଏବଂ ଆଶାର ଆଲୋକ ନିଶ୍ଚିତ ଦେଖିବେ। ପୂର୍ବଭାଦ୍ର ନକ୍ଷତ୍ର ଅଯଥା ତର୍କ ନ କରି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ପାଇ ମନ ସାମୟିକ ହାଲୁକା ହୋଇଯିବ।
ମୀନମୀନ

ପାରିବାରିକ ସ୍ଥିତିରେ ସମସ୍ୟାଗୁଡ଼ିକ ସମାଧାନ କରିବା ସକାଶେ ନିକଟସ୍ଥ ଭଦ୍ରଲୋକଙ୍କ ସହାୟତା ଆବଶ୍ୟକ କରିପାରନ୍ତି। ଅଫିସରେ ଥିବା ସମୟରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ। ଉତ୍ତରଭାଦ୍ର ନକ୍ଷତ୍ର ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ଆଜି ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?