Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ
ଶନି ଓ ଗୁରୁଦୃଷ୍ଟ ତୃତୀୟଭାବ ହେତୁ ଅତି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇବେ। କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ। ମନେ ମନେ ଭାବୁଥିବା କାମ ହାସଲ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ବୃଷ
ବୃଷ
କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ହଠାତ୍‌ ଆତ୍ମୀୟଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳ ମଧ୍ୟ ହେବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥକୈନ୍ଦ୍ରିକ ହୋଇପଡିବ। ପରିବାର ଭିତରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ମିଥୁନ
ମିଥୁନ
ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପାରିବାରିକ ଅଶାନ୍ତି କ୍ରମଶଃ ବଢୁଥିବାରୁ ନୀରବ ରହିବାକୁ ବାଧ୍ୟ ହେବେ। ଯେତେ ଭଲ କାମ କରିଲେ ମଧ୍ୟ ସମାଲୋଚିତ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରର ଅସଜଡ଼ା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସଙ୍ଗକୁ ସମସ୍ୟା ସୁଧାରିନେବାର ପ୍ରଯତ୍ନ କରିବେ। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ସି˚ହ
ସି˚ହ
ଆଜି କୌଣସି ଦୁଃଖଦ ଖବର ମନକୁ ସାମୟିକ ବିଚଳିତ କରିପାରେ। ସଭାସମିତି କିମ୍ବା ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ସତ କଥା କହିବାରୁ କେତେକ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରି ନିଜକୁ ସଂକୁଚିତ ମନେକରିପାରନ୍ତି।
କନ୍ୟା
ଆକସ୍ମିକ ଭାବରେ କିଛି ନୂତନ କର୍ମାରମ୍ଭ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ଆନୁଷ୍ଠାନିକ କାମରେ ଅନ୍ୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁଙ୍କ ସାହାଯ୍ୟର ପ୍ରତିଶ୍ରୁତି କଥାରେ ହିଁ ସୀମିତ ରହିଯିବ।
ତୁଳା
ତୁଳା
ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଘଟିବାର ସମ୍ଭାବନା ରହିଛି। ବାଣିଜ୍ୟ ବ୍ୟବସାୟ ପରିବହନରୁ ଲାଭବାନ ହେବେ। ଦୀର୍ଘ ଦିନରୁ ଆଶା କରିଥିବା କୌଣସି ଖବର ଆଜି ଅପରାହ୍ନରେ ପାଇ ଖୁସି ହେବେ। ତଥାପି ଆର୍ଥିକ ସଂକଟ କେତେକ ବ୍ୟତିକ୍ରମ ସୃଷ୍ଟି କରିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ପରେ ଚିନ୍ତା କରିବାକୁ ପଡିବ। ଅନ୍ୟମାନଙ୍କ ସମର୍ଥନ ନ ପାଇ କେତେକ କାମରେ ଦୂରେଇ ରହିବାକୁ ବାଧ୍ୟ ହେବେ । ଗାଡି, ମୋଟର, ପୁରୁଣା ଘର ମରାମତି ସକାଶେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। କଳା, ସାହିତ୍ୟ କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ।
ଧନୁ
ଧନୁ
ବିଭିନ୍ନ କାମର ଚାପ ହେତୁ କ୍ଲାନ୍ତି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ମନସ୍ତାପ କରିବାକୁ ପଡିପାରେ। କେତେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ, ମାତ୍ର ଇଚ୍ଛା କରୁଥିବା ଜିନିଷଟି ନିଶ୍ଚିତ ପାଇ ପାରିବେ। କର୍ମକ୍ଷେତ୍ରରେ ନିଜର ଅନିଚ୍ଛାଜନିତ ପ୍ରତିକ୍ରିୟାକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର
ଅନୁକୂଳ ସମୟ ନ ଥିବାରୁ ଘରେ ଓ ବାହାରେ ଅଶାନ୍ତି ଅନୁଭବ କରିବେ। ଏଣେ ନିଜ ଲୋକ ଉପରେ ଭରସା କରିପାରିବେ ନାହିଁ। ସଭାସମିତି, ପରିବହନ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହିପାରନ୍ତି। କେତେକ କ୍ଷେତ୍ରରେ ନିଜର ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହେବେ। ପିଲାଙ୍କ ବିବାହ ସମ୍ପର୍କୀୟ ପ୍ରସ୍ତୁତି ଲାଗି ବନ୍ଧୁଙ୍କ ସହ ଆଲୋଚନା କରିବେ।
ମୀନମୀନ
ପରିବାରରେ ସମସ୍ୟା ସମାଧାନ, ପରିବହନରେ ଅର୍ଥଲାଭ, ନିର୍ମାଣରେ ଅଗ୍ରଗତି ହେତୁ ଖୁସି ଅନୁଭବ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରିବେ ନାହିଁ। ପର କଥାରେ ମୁଣ୍ଡ ନ ପୂରାଇବା ଭଲ କାରଣ ଅଯଥା ଟେନ୍‌ସନ ବଢ଼ିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri