Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଅଭିରୁଚି ପ୍ରଦାନ କରିବା ସହ ସମ୍ମାନ ଦାନରେ ସହାୟକ ହେବ। କିନ୍ତୁ ଅଫିସ୍‌ କାମରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମାର୍ମିକ ବିଚାରଧାରା ଶୃଙ୍ଖଳିତ ଜୀବନଯାପନରେ ସହାୟକ ହେବ। ଶନି ଓ ମଙ୍ଗଳଙ୍କ ସଂଯୋଗ କାରଣରୁ ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ। ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ବ୍ୟବସାୟ ସନ୍ତୋଷଜନକ ନ ହୋଇପାରେ।
ମିଥୁନ
ମିଥୁନ
ଉଚ୍ଚସ୍ଥ ରବିଙ୍କ ଯୋଗୁ ମାନସିକ ଦ୍ୱନ୍ଦ୍ୱର ଅବସାନ ସକାଶେ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ପରିବାରର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହେବେ।
କର୍କଟ
କର୍କଟ
ଶୁକ୍ରଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ କେତୁଯୁକ୍ତ ଚନ୍ଦ୍ର ଭାଇଭଉଣୀଙ୍କ ମନାନ୍ତରର କାରଣ ହୋଇପାରେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଆଜି ବନ୍ଧୁଙ୍କ ସହାୟତାରେ ପୁନଃ ପ୍ରତିଷ୍ଠିତ ହେବ। କର୍ମକ୍ଷେତ୍ରରେ ରବି ଓ ବୃହସ୍ପତି କଡ଼ା ନିର୍ଦ୍ଦେଶ ଦେଇ ଅଧସ୍ତନଙ୍କ ବିରାଗଭାଜନ କରାଇପାରନ୍ତି। ଶିକ୍ଷା, ଗବେଷଣା, ସାହିତ୍ୟାଦିରେ ସମସ୍ୟା ଦୂରେଇଯିବ।
ସି˚ହ
ସି˚ହ
ରାଶ୍ୟାଧିପତି ଭାଗ୍ୟସ୍ଥାନରେ ରହି ପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ କରାଇବେ। ଅଷ୍ଟମଭାବସ୍ଥ ରାହୁଙ୍କ ପ୍ରଭାବଜନିତ ପ୍ରତ୍ୟେକ କ୍ଷେତ୍ରରୁ ପୂର୍ଣ୍ଣ ସନ୍ତୋଷ ପାଇବା କଷ୍ଟ ହେବ। ଦୂରଯାତ୍ରାର ପ୍ରସ୍ତୁତି, ବ୍ୟୟବୃଦ୍ଧି ରୋକିବା ପାଇଁ ଯୋଜନା ଯଥାବିଧି ସମ୍ପନ୍ନ ହୋଇପାରିବ। ନିଜ ସ୍ବାର୍ଥକୁ ଆଖି ଆଗରେ ରଖି ମିତ୍ର କେହି ଛଳନା କରି ଦୂରେଇ ଯାଇପାରନ୍ତି।
କନ୍ୟା
ରବିଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବିପରୀତ ରାଜଯୋଗ ପ୍ରଭାବରେ ପରୋକ୍ଷ ଭାବରେ ଆପଣଙ୍କ ଅଶା ଚରିତାର୍ଥ ହେବ। ରାଶି ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଜନିତ ସ୍ବାସ୍ଥ୍ୟହାନିର ଆଶଙ୍କା ରହିଛି। ଉପରିସ୍ଥ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୁଧଗ୍ରହ ବୌଦ୍ଧିକତାକୁ ବର୍ଦ୍ଧନ କଲେ ମଧ୍ୟ ବନ୍ଧୁତା କ୍ଷୁଣ୍ଣ କରିବ।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ପ୍ରଭାବରୁ କାହାକୁ କିଛି କଡ଼ା କଥା କହିବା ଠିକ୍‌ ହେବନାହିଁ। ଭଲ ସମ୍ପର୍କ ନ ଥିବା ଲୋକେ ଆଗରେ ଭଲ କଥା କହି ପଛରେ ଚେର କାଟୁଥିବାର ଝଲକ ଦେଖିବାକୁ ମିଳିବ। ସମୟ ପାଇଲେ ବିଳାସ ବ୍ୟସନରେ ସମୟ ଅତିବାହିତ କରିବାକୁ ମନ ବଳିବ। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ଉଚ୍ଚସ୍ଥ ରବିଙ୍କ ଯୋଗୁ ବଡ଼ଲୋକ ସହ ମିଶିବେ, ଯାହା ଚାହୁଁଥିବେ ପାଇବେ, ହସଖୁସିରେ ନୂଆ ନୂଆ କାମ କରିବେ। ବେକାର ଖର୍ଚ୍ଚ, ବୃଥା ଭ୍ରମଣ, ପରିବାରରେ ଝଗଡ଼ାରୁ ତ୍ରାହି ମିଳିବ ନାହିଁ। ବନ୍ଧୁମେଳରେ ରହିବାର ସୁଯୋଗ ପାଇ ଦୁଃଖ ଭୁଲି ଯାଇପାରନ୍ତି। ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ଧନୁ
ଧନୁ
ଦୁଃସ୍ଥାନାଧିପ କର୍ମଭାବସ୍ଥ ଯୋଗୁ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଅଲଗା ଉଦ୍ଦେଶ୍ୟ ରଖିଥାଇପାରନ୍ତି। ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ, ମାତ୍ର ଉତ୍ତରାଷାଢ଼ା ପାଇଁ ବିଶେଷ ଅସୁବିଧା ହେବନାହିଁ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ହେବ, ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ପାପଗ୍ରହଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ମନ ଭିତରର ଅଲଗା ଚିନ୍ତାଧାରାଟି ପୂର୍ଣ୍ଣ ନ ହେବା କାରଣରୁ ଛଟପଟ ହୋଇପାରନ୍ତି। କାର୍ଯ୍ୟବ୍ୟସ୍ତତା ସହ ଭାବପ୍ରବଣତା କାରଣରୁ ଅନ୍ୟମନସ୍କ ରହିବେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ କିମ୍ବା କିଛି ଭୁଲ୍‌ କରିପାରନ୍ତି। ଆର୍ଥିକ ସ୍ଥିତି କ୍ରମଶଃ ବଦଳିଯିବା କାରଣରୁ ଉଦ୍‌ବିଗ୍ନତା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଶନି ସହ ମଙ୍ଗଳ ରାଶିରେ ଥିବାରୁ ମୁଣ୍ଡରେ ଅସଂଖ୍ୟ ଜଞ୍ଜାଳର ବୋଝ ଅସ୍ଥିରତାର କାରଣ ହେବ। ଶ୍ରୁତିରୋଚକ କଥା କହି ଅନ୍ୟମାନଙ୍କୁ ମନେଇ ନେବେ ଓ ଆର୍ଥିକ ଦିଗରୁ ଉପକୃତ ହେବେ। କାମ ଯେତେ ଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି, ତାହା ହେବା କଷ୍ଟକର ହୋଇପାରେ। ପରକଥାରେ ମୁଣ୍ଡ ପୂରାଇ ଭୁଲ୍‌ ମାର୍ଗାନୁସରଣ କରିପାରନ୍ତି।
ମୀନମୀନ

ଦ୍ୱିତୀୟସ୍ଥ ବୃହସ୍ପତି ହେତୁ ଅନୁକୂଳତା ପ୍ରାପ୍ତ ହୋଇ ଖୁସି ମନରେ କାମ କରିବା ମଉକା ଜୁଟିବ। ଭାବିଚିନ୍ତି କାମ ନ କଲେ ନେଡି ଗୁଡ଼ କହୁଣିକୁ ବୋହିଯିବାର ଆଶଙ୍କା ଦେଖାଦେଇପାରେ। ଯେତେ ଭଲ କଲେ ମଧ୍ୟ ପଛରେ ନିଜ ଲୋକମାନେ ସମାଲୋଚନା କରିବାକୁ ଛାଡ଼ିବେ ନାହିଁ। ଅବଶ୍ୟ ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri