Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ
ରାଶି ପ୍ରତି ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ବହୁ ପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇପାରନ୍ତି। ଅଶ୍ୱିନୀ ନକ୍ଷତ୍ର ସକାଶେ ବନ୍ଧୁଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ। ଘର ଲୋକମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କଲେ କଳହକୁ ନିମନ୍ତ୍ରଣ କରିବା ପରି ହୋଇପାରେ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମତଭେଦ କାରଣରୁ ପାରିବାରିକ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ। କୃତ୍ତିକା ନକ୍ଷତ୍ର ସକାଶେ ଆଜି ସହକର୍ମୀଙ୍କ ସହାୟତାରେ ଅର୍ଥ ଲାଭ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ଘରର କେତେକ ବ୍ୟତିକ୍ରମ ବିଷୟକୁ ନେଇ ଚିନ୍ତିତ ରହିବେ। କମ୍ପାନୀ କାମରେ ମାଲିକ ସହ ଛୋଟ କଥାରୁ ମନୋମାଳିନ୍ୟର ସୂଚନା ରହିଛି।
ମିଥୁନ
ମିଥୁନ
ଆତ୍ମୀୟ ସ୍ବଜନଙ୍କ ସହ ଭୁଲ୍‌ ବୁଝାମଣା କଳହର କାରଣ ହୋଇପାରେ। ମୃଗଶିରା ନକ୍ଷତ୍ର ରାଜନୀତି, ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି। ବନ୍ଧୁଙ୍କ ପ୍ରଭାବରେ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ଅସାବଧାନତା କାରଣରୁ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ।
କର୍କଟ
କର୍କଟ
ପାରିବାରିକ ଜୀବନରେ ବହୁଳ ବ୍ୟୟ ମାନସିକ ସ୍ଥିତିକୁ ପ୍ରଭାବିତ କରିବ। ସ୍ବାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ବନ୍ଧୁମାନଙ୍କ ସାହାଯ୍ୟରେ ବାଣିଜ୍ୟ, ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ମନ କଥା ମନ ଭିତରେ ସାଇତି ରଖି ନିତିଦିନିଆ କାମ ସକାଶେ ସକାଳୁ ସକାଳୁ ବାହାରିବାକୁ ପଡ଼ିପାରେ। ବାରମ୍ବାର ଅସଫଳତା ହେତୁ ନିଜ ଲୋକଙ୍କ ଉପରୁ ଭରସା ତୁଟି ଯାଇପାରେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ଅନିୟମିତ ଆହାର ଯୋଗୁ ଅସୁସ୍ଥ ହୋଇପାରନ୍ତି।
କନ୍ୟା
ଯୋଜନା ଅନୁଯାୟୀ କାର୍ଯ୍ୟ ହାସଲରେ ଅସୁବିଧା ରହିବ ନାହିଁ। ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରି ଧୈର୍ଯ୍ୟଧାରଣ ପୂର୍ବକ କାର୍ଯ୍ୟ କଲେ ଉପକୃତ ହେବେ। ଚିତ୍ରା ନକ୍ଷତ୍ର ରପତ୍ାନି ବାଣିଜ୍ୟ, ପରିବହନ ଓ ନୂତନ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବନ୍ଧୁଙ୍କ କଥା ଓ କାମକୁ ପ୍ରାଧାନ୍ୟ ଦେଇ ଘର କାମକୁ ଅବହେଳା କରିପାରନ୍ତି।
ତୁଳା
ତୁଳା
ବିଶାଖା ନକ୍ଷତ୍ରର ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଅକାରଣ ଜିଦ୍‌ ମନକୁ ବିଭ୍ରାନ୍ତ କରିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଆର୍ଥିକ ସ୍ଥିତି ପୂର୍ବ ପରି ରହିବା କାରଣରୁ ମନରେ ସରସତା ରହିବ ନାହିଁ। କାର୍ଯ୍ୟସାଧନ କ୍ଷେତ୍ରରେ ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ପାଇ ଖୁସି ହୋଇପାରନ୍ତି।
ବିଛା
ବିଛା
ନୂତନ ବନ୍ଧୁତ୍ୱ ସାଙ୍ଗକୁ କର୍ମକ୍ଷେତ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନ କଲେ ଠକାମିରେ ପଡ଼ିଯାଇପାରନ୍ତି। ବୃଥା ସନ୍ଦେହଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଅନୁରାଧା ନକ୍ଷତ୍ରର ସାହିତ୍ୟ, ଚଳଚ୍ଚିତ୍ର ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ଧନୁ
ଧନୁ
ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟରେ ପ୍ରିୟ ବନ୍ଧୁଙ୍କର ଦର୍ଶନଜନିତ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟରେ ଟେନସନ୍‌ କିଛି ମାତ୍ରାରେ କମିଯିବ। ଉତ୍ତରାଷାଢ଼ା ନକ୍ଷତ୍ର ପର ଉପରେ ନିର୍ଭର କରିବା ସକାଶେ ବାଧ୍ୟ ହେବାକୁ ପଡ଼ିପାରେ।
ମକର
ମକର
କାମ ହାସଲରେ ବିଳମ୍ବ ମନକୁ ଭାରାକ୍ରାନ୍ତ କରିବ। ଏହା ସାଙ୍ଗକୁ ସଦା ସର୍ବଦା ରୋଗ, ଋଣ ଓ ଶତ୍ରୁତା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ। ଶ୍ରବଣା ନକ୍ଷତ୍ର ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହୋଇପାରନ୍ତି। ଆକସ୍ମିକ ଭାବରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ। ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ କିଛି କରିବା ସକାଶେ ଯାହା ଓ ଯେପରି ଭାବୁଛନ୍ତି ତାହା ଆରମ୍ଭ କରିବା ଭଲ ହେବ। ସାମ୍ବାଦିକତା, ପ୍ରଶାସନ, ବାଣିଜ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ବିବାଦୀୟ ପରିସ୍ଥିତିରେ ମନଭୁଲାଣିଆ କଥା କହି ପରିବେଶକୁ ସ୍ବାଭାବିକ କରିପାରନ୍ତି।
ମୀନମୀନ

ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ଧୀରେ ଧୀରେ ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବାର ସୂଚନା ରହିଛି। ମାଲିମକଦ୍ଦମା, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ। ନିଜ ପରିବାର ସମ୍ବନ୍ଧରେ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। କର୍ମକ୍ଷେତ୍ରରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri