Posted inRasifala

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ
ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ ଯେଉଁଥିପାଇଁ ଆବଶ୍ୟକ ମନେ କରୁଥିଲେ ତାହାକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଅଧ୍ୟାପନା, ପ୍ରଶାସନିକ ସେବା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଆଜିର କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମ କରି ଆଶାକୁ ଚରିତାର୍ଥ କରିବେ। ବିବାଦୀୟ ସମସ୍ୟାକୁ ନେଇ ଟେନ୍‌ସନ୍‌ ବଢ଼ିବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ, ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି। କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।
ମିଥୁନ
ମିଥୁନ
ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ। ସରକାରୀ କ୍ଷେତ୍ରରୁ ଆର୍ଥିକ ସାହାଯ୍ୟ ପାଇବେ ଏବଂ ବନ୍ଧୁମାନଙ୍କ ପରାମର୍ଶକୁ ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରିବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ।
କର୍କଟ
କର୍କଟ
ଆତ୍ମୀୟମାନେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପ୍ରଦାନରେ ସହାୟ ହେବେ। ପ୍ରକାଶନ, ପ୍ରଶାସନ, ରାଜନୀତି ଓ ଆନୁଷ୍ଠାନିକ କାମ ସହଜରେ ସାଧିତ ହେବ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣିପାରନ୍ତି।
ସି˚ହ
ସି˚ହ
ଆଜି ସକାଳୁ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିବାକୁ ପଡ଼ିପାରେ। ଆର୍ଥିକ ଅନଟନକୁ କେନ୍ଦ୍ରକରି ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡ଼ା ହୋଇପାରେ। ଅଧିକାଂଶ ସମୟରେ ମନ ବିଚଳିତ ରହିବ।
କନ୍ୟା
ଆପଣଙ୍କ ସୁଚିନ୍ତିତ ବିଚାରଧାରା ଓ କାର୍ଯ୍ୟପ୍ରଣାଳୀ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବାରେ ସହାୟକ ହେବ। ସମୟୋପଯୋଗୀ ପଦକ୍ଷେପ ନେବା ସହ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ମନ ଭାରାକ୍ରାନ୍ତ ରହିବ। ଅଭାବନୀୟ ପରିସ୍ଥିତି ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଆଜି ମାନସିକ ସ୍ଥିରତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, କାର୍ଯ୍ୟ ସିଦ୍ଧି ସହ ଅର୍ଥପ୍ରାପ୍ତିରୁ ମନ ଖୁସି ରହିବ। ମାତ୍ର ବିଶେଷ ଭାବରେ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ। ସନ୍ଧ୍ୟା ସମୟରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ବିଛା
କିଛି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ଲାଗି ରହିଥିବା ସମସ୍ୟାର ଗତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଲୋଚନା ପରିସରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
ଧନୁ
ଧନୁ
ଅସାବଧାନତା କାରଣରୁ ଧନହାନି, କଳହ, ପ୍ରତାରଣା ଓ ଶାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡ଼ିବ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ।
ମକର
ମକର
କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଆଲୋଚନା ଅବସରରେ ଆତ୍ମୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିହିଁ ଶେଷ କରିବାକୁ ଚିନ୍ତା କରୁଥିବା କାମଟିରେ ନିରାଶ ହେବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। ପୂର୍ବର କେତେକ ବିବାଦୀୟ କଥାକୁ ମନେପକାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମୀନମୀନ

ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବା ହେତୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ। ପରିବାରରେ ପୁତ୍ରକନ୍ୟା ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ତରବରିଆ ଭାବେ କୌଣସି କାମ ନ କରି ଦେଖିଚାହିଁ ପଦକ୍ଷେପ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଥଗିତ କାର୍ଯ୍ୟାରମ୍ଭ, ଆର୍ଥିକ ଉନ୍ନତି, ସାମାଜିକ ସ୍ତରରେ ସମ୍ମାନିତ ହେବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ ଏବଂ...

ରାଶିଫଳ: ସୋମବାର, ଜାନୁଆରୀ ୧୯ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ପଞ୍ଚଗ୍ରହକୂଟ ସଂଘଟିତ ହେଉଥିବାରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାରୁ ଲୋକସମ୍ପର୍କ କ୍ଷୁଣ୍ଣ ହେବ। ଦ୍ୱିଜା ନକ୍ଷତ୍ର...

ରାଶିଫଳ: ରବିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ...

ରାଶିଫଳ: ଶନିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଗଜକେଶରୀ ଯୋଗ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିବାରୁ ନୂତନ ଯୋଜନା ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କ...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା...

ରାଶିଫଳ: ଗୁରୁବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ଦୂରଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଗତାନୁଗତି...

ରାଶିଫଳ: ବୁଧବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମାନସିକ ସ୍ଥିତି ଭଲ ନ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଊଣା ହେବନାହିଁ। ଦୀର୍ଘଦିନରୁ ଭଲ ସମ୍ପର୍କ ଥାଇ...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବୃଥା ବିବାଦ, କଥା କଟାକଟି, ଟଣାଓଟରା ମଧ୍ୟରେ ଠିକ୍‍ ନିଷ୍ପତ୍ତିରେ ଉପନୀତ ହୋଇପାରିବେ ନାହିଁ। କିନ୍ତୁ ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri