Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ସ୍ୱାସ୍ଥ୍ୟରେ ସାମ୍ୟତା, କର୍ମକ୍ଷେତ୍ରରେ କାର୍ଯ୍ୟ ସିଦ୍ଧି ଏବଂ ପରିବାରରେ ଶାନ୍ତି ଯୋଗୁ ଖୁସି ଅନୁଭବ କରିପାରନ୍ତି। କିନ୍ତୁ କୃତ୍ତିକା ନକ୍ଷତ୍ରର ସନ୍ତାନଙ୍କ ସମସ୍ୟା, ଶିକ୍ଷାରେ ପ୍ରତିବନ୍ଧକ, ଆଲୋଚନାରେ ବିଫଳତା ଯୋଗୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଋଣ ପରିଶୋଧ କରିବା ସକାଶେ ଘରୋଇ ବ୍ୟକ୍ତି କିମ୍ବା ବ୍ୟାଙ୍କରୁ ନିର୍ଦ୍ଦେଶ ପାଇପାରନ୍ତି।
ବୃଷ
ବୃଷ
ବନ୍ଧୁଙ୍କ ଆହ୍ବାନରେ ଅନତିଦୂରକୁ ଯାତ୍ରା କରିବା ସକାଶେ ପ୍ରସ୍ତୁତ ହେବାକୁ ପଡ଼ିପାରେ। ରୋହିଣୀ ନକ୍ଷତ୍ରର ସକାଳୁ ଅର୍ଥ ସମ୍ବନ୍ଧିତ ଖବର ପାଇ ଖୁସି ହେବେ। ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିପାରନ୍ତି। ଭୋଗବିଳାସ, ଦର୍ଶନୀୟ ସ୍ଥାନ ଭ୍ରମଣ, ବନ୍ଧୁମିଳନ ହେତୁକ ଆନନ୍ଦ ଲଭିବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣରେ ରହିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ। ରାଜନୈତିକ କ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପୁନର୍ବସୁ ନକ୍ଷତ୍ର ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ ଦୂରଯାତ୍ରାର ସୁଯୋଗ ପାଇବେ। ପୁରାତନ ଶତ୍ରୁ, କ୍ରନିକ୍‌ ରୋଗ କିମ୍ବା ଋଣଭାରଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବାର ସୂଚନା ରହିଛି ।
କର୍କଟ
କର୍କଟ
ଆପଣଙ୍କ କର୍ମଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତି, ସଂଗଠନ କିମ୍ବା ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବୈଷୟିକ ଅଭିବୃଦ୍ଧି ସଙ୍ଗକୁ ପ୍ରକଳ୍ପାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପୂର୍ବ ସମସ୍ୟା ସମାଧାନ ପାଇଁ ପଡ଼ୋଶୀଙ୍କ ପରାମର୍ଶ ଗ୍ରହଣୀୟ ହେବ।
ସି˚ହ
ସି˚ହ
ପରିସ୍ଥିତିବଶତଃ ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ୍‌ କରିବାକୁ ବାଧ୍ୟ ହୋଇପାରନ୍ତି। ମଘା ନକ୍ଷତ୍ର ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ପୂର୍ବକ ବିବ୍ରତବୋଧ କରିପାରନ୍ତି। କିନ୍ତୁ ବିବାଦୀୟ ସ୍ଥିତିରେ, କଚେରି ମାମଲାରେ, ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇବେ।
କନ୍ୟା
ଚିତ୍ରା ନକ୍ଷତ୍ରର ଆତ୍ମୀୟଙ୍କ ସହ ମନାନ୍ତର କିମ୍ବା କଳହଜନିତ ମାନସିକ ସ୍ଥିତି ଭଲ ରହିବନାହିଁ। କିନ୍ତୁ ଆଜି ପକେଟ ଖାଲି ରହିବନି ଏବଂ ମଜାମଉଜକୁ ମଧ୍ୟ ମନ ବଳିବ। କର୍ମ କ୍ଷେତ୍ରରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ ।
ତୁଳା
ତୁଳା
ଅଭାବ ନ ଥିଲେ କ’ଣ ହେଲା ହାତ ଖାଲି ରହିବା ଫଳରେ କୌଣସି ଜିନିଷ କିଣିବାକୁ ଇଚ୍ଛାଥିଲେ ମଧ୍ୟ କିଣିପାରିବେ ନାହିଁ । କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ଅବଶ୍ୟ ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବା ସଙ୍ଗକୁ ପରିବାରରେ ଶାନ୍ତି ବିରାଜମାନ କରିବ।
ବିଛା
ବିଛା
ଈର୍ଷା କରୁଥିବା ଲୋକଙ୍କର ପରୋକ୍ଷ ଟୁପ୍‌ଟାପ୍‌ କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ। ଜ୍ୟେଷ୍ଠା ନକ୍ଷତ୍ର ଆନୁଷ୍ଠାନିକ କାମରୁ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। କର୍ମ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସୁଧାରିବା ସକାଶେ ବନ୍ଧୁ ସାହାଯ୍ୟ କରିବେ।
ଧନୁ
ଧନୁ
ସଭାସମିତିରେ ଆପଣଙ୍କ ମତ ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ରାଜନୀତିରେ, କଳାସାହିତ୍ୟ ସଙ୍ଗୀତରେ, ସଭାସମିତିରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆକସ୍ମିକ ଭାବରେ ଭ୍ରମଣ, ବନ୍ଧୁମିଳନ ଓ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ ।
ମକର
ମକର
ଆଜି ବାହାରେ ଆଦରସମ୍ମାନ ଏବଂ ପ୍ରଶଂସା ପାଇ ଖୁସୀ ହୋଇଯିବେ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିବ। ମୂଲ୍ୟବାନ ଦ୍ରବ୍ୟ ହଜାଇଦେବା କାରଣରୁ ମନସ୍ତାପ କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି। ଶତଭିଷା ନକ୍ଷତ୍ରର ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ଯେତେ ଚେଷ୍ଟା କଲେ ମଧ୍ୟ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ।
ମୀନମୀନ
ଆଜି ପରିବାରରେ ଅବୁଝା ସନ୍ତାନ, କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ଭର୍ତ୍ସନା ସାଙ୍ଗକୁ ବନ୍ଧୁଙ୍କ ଅସହଯୋଗରୁ ଚିନ୍ତିତ ରହିବେ। ରେବତୀ ନକ୍ଷତ୍ରର ଆର୍ଥିକ ଉନ୍ନତି, ପ୍ଲଟିଙ୍ଗ୍‌ କାରବାର, ଅଗ୍ନି ତଥା ବିଦ୍ୟୁତ୍‌ ସମ୍ପର୍କିତ ବ୍ୟବସାୟ କ୍ଷେତ୍ରରୁ ଲାଭବାନ୍‌ ହେବେ। ଆଜିର ପାରିବାରିକ ସ୍ଥିତି, ବନ୍ଧୁ ସମ୍ପର୍କ, ଯାତ୍ରା ଓ ସଭାସମିତି କ୍ଷେତ୍ର ଉତ୍ତମ ରହିବ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri