Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ
ଆଜି ଉନ୍ନତ ଚିନ୍ତା, ସୁଖସମ୍ମାନ, ବନ୍ଧୁ ମିଳନ, ଧର୍ମକାଯ୍ୟ, ତଥା ପ୍ରତ୍ୟୁଷ ଯାତ୍ରାଦିରେ ସଫଳତା ହାସଲ କରିବେ। କୃତିକାର ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିପାରେ। ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରି ସମସ୍ୟାକୁ ଡାକି ଆଣିପାରନ୍ତି।
ବୃଷ
ବୃଷ
ଶ୍ରୀଚନ୍ଦ୍ର ହେତୁ ଆଜିର କର୍ମାରମ୍ଭ, ଧାର୍ମିକ କାର୍ଯ୍ୟ, ତଥା ମନୋରଞ୍ଜନ ପ୍ରୀତିପ୍ରଦ ହେବ। ଯେକୌଣସି ପରିସ୍ଥିତିରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇ ପାରିବେ। ଅଫିସରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହୋଇପାରନ୍ତି। ଆଜିର ଦିନଟିରେ ବିନା କାରଣରେ କାହା ସଙ୍ଗରେ ଶତ୍ରୁତା କରନ୍ତୁ ନାହିଁ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମ୍ମାନ ସଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଅସୁବିଧା ନହେଲେ ମଧ୍ୟ ଅଫିସ୍‌ କାମକୁ ନେଇ ଆଶଙ୍କା କରି ମନ ଅସ୍ଥିର ରହିବ। ବାଣିଜ୍ୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରେ ଟେନ୍ସନ ଲାଗି ରହିପାରେ।
କର୍କଟ
କର୍କଟ
ଦୁଃସ୍ଥାନରେ ଶନି ଥିବାରୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ଝାମେଲାରେ ପଶନ୍ତୁ ନାହିଁ। ସକାଳ ସମୟଟି ଭଲ, ବନ୍ଧୁ ମିଳନ, ନୂତନ ବସ୍ତ୍ରଭୂଷଣ ପ୍ରାପ୍ତି ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନରେ ସାଧାରଣ କଥାକୁ କେନ୍ଦ୍ରକରି ଝଗଡାର ଆଶଙ୍କା ରହିଛି। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ଯୋଗୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ।
ସି˚ହ
ସି˚ହ
ରବି ଷଷ୍ଠଭାବରେ ଥିବାରୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଚଳୁଥିଲେ ମଧ୍ୟ ନକାରାମତ୍କ ଚିନ୍ତାଧାରା ବିବ୍ରତ କରିପାରିବ ନାହିଁ। ସତ୍ୟ ଭାଷଣ, ଦୃଢତା ଓ ଜିଦ୍‌ ନିକଟରେ ଅନ୍ୟମାନେ ହାର୍‌ ମାନିବେ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ଜମିଜମା, ବ୍ୟବସାୟରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା
ସ୍ବାର୍ଥସାଧନ ସକାଶେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ମୁହଁରେ ମିଠା କଥା କହି ଓ ନିଜକୁ ଅତି ବିଶ୍ୱସ୍ତକରାଇ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। କର୍ମକ୍ଷେତ୍ରରେ ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ।
ତୁଳା
ତୁଳା
ଆଜି ଯାହାକୁ ଯାହା କହିବେ ବୃହସ୍ପତିଙ୍କ ପ୍ରଭାବରୁ ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ମାନସିକ ଦ୍ୱନ୍ଦ ପରିପ୍ରେକ୍ଷୀରେ ପରିବାରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ। ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହାୟତା କରିବେ। ଶିଳ୍ପ, ପରିବହନ ଓ ହୋଟେଲ ଶିଳ୍ପରେ ପ୍ରଚୁର ପରିମାଣରେ ଲାଭବାନ ହେବେ।
ବିଛା
ବିଛା
ଷଷ୍ଠାଷ୍ଟମ ଚନ୍ଦ୍ର ଓ ମଙ୍ଗଳ ହେତୁ ଅଧିକାଂଶ ସମୟ ଅନ୍ୟମାନଙ୍କ ବିଷୟ ଚିନ୍ତା କରି ନିଜ ପ୍ରତି ଅବହେଳା କରିପାରନ୍ତି। ସହକର୍ମୀଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ପୂର୍ବ ଶତ୍ରୁତାର ଅବସାନ ଘଟି ପଡୋଶୀଙ୍କ ସହ ମିତ୍ରତା ସୃଷ୍ଟି ହେବ। ବିବାଦ ପରିସ୍ଥିତିରେ କିମ୍ବା ମକଦ୍ଦମାର ରାୟ ନଜି ପକ୍ଷରେ ଯିବାର ଆଶା କରିବେ।
ଧନୁ
ଧନୁ
ବୃହସ୍ପତିଙ୍କ ସ୍ଥିତିରୁ ପାରିବାରିକ ପରିସ୍ଥିତିକୁ ଆଖି ଆଗରେ ରଖି ଜୀବନଯାତ୍ରା ଚାଲୁରହିବ। ଜଣେ ସମ୍ପର୍କୀୟଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ। କଥାଛଳରେତିର୍ଥାଟନ କିିମ୍ବା ପରିଦର୍ଶନ କଥା ଚିନ୍ତା କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ମନୋରଞ୍ଜନ ତଥା ଖେଳକୁଦରେ ପ୍ରଶଂସା ପାଇବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କେନ୍ଦ୍ରସ୍ଥ ଗୁରୁ ଯୋଗୁ ଦୀର୍ଘ ଦିନର ମନସ୍ତାପର ଅନ୍ତ ଘଟିବ ଓ ଝିଅ କିମ୍ବା ପୁଅ ପାଇଁ ବିବାହ ସ୍ଥିରୀକୃତ ହେବ। ରାଜନୀତି, କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ନିକଟସ୍ଥ ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବ ଓ ସମସ୍ୟା ମଧ୍ୟରେ ସମ୍ପନ୍ନ ହେଉଥିବାରୁ ଅନୁଶୋଚନା କରିପାରନ୍ତି। ଶନିଙ୍କ ରାଶ୍ୟାବସ୍ଥାନଜନିତ ସ୍ବାସ୍ଥ୍ୟରେ ଉନ୍ନତି ଫଳରେ ଆଶ୍ୱସ୍ତି ଅନୁଭବ କରିବେ। ସକାଳର ଭ୍ରମଣ ସମୟରେ କାର୍ଯ୍ୟସିଦ୍ଧିର ସମ୍ଭାବନାକୁ ଦେଖି ମନ ପ୍ରଫୁଲ୍ଲିତ ହେବ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ।
ମୀନମୀନ

ପାରିବାରିିକ ଜୀବନ ସୁଖ ସନ୍ତୋଷରେ କାଟିବେ ଓ ବନ୍ଧୁବସତ୍ଳ ହେବେ। ଆଇନ ଅଦାଲତରେ, ଆଲୋଚନାରେ, ତଥା ବାଦବିବାଦରେ ଆପୋଷ ସମାଧାନ ଘଟିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାକି ନିଜ ସକାଶେ ଅସୁବିଧା ପରିସ୍ଥିତି ସୃଷ୍ଟି କରିବ। ପରିବାରରେ ଅଶାନ୍ତ ଦୂର ହେବ ଓ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri