Posted inRasifala

ରାଶିଫଳ: ଶୁକ୍ରବାର , ଜାନୁୟାରୀ ୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା ଓ ନିରପେକ୍ଷ ନ୍ୟାୟ କରି ଚର୍ଚ୍ଚିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ସତ କିନ୍ତୁ ଏଥିପାଇଁ ବହୁତ ମେହେନତ କରିବାକୁ ପଡିପାରେ। ପ୍ରତ୍ୟେକ କଥାରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯଦ୍ଦ୍ବାରା କି ସମାଲୋଚନାର ପାତ୍ର ହେବାକୁ ପଡିପାରେ।
ବୃଷ
ବୃଷ
ସହକର୍ମୀଙ୍କ ସହ ଯୁକ୍ତିତର୍କଜନିତ ଅଶାନ୍ତି କୌଣସି ସମସ୍ୟାର ସମ୍ମୁଖୀନ କରାଇପାରେ। କହିବାକୁ ଚାହୁଁଥିଲେ ମଧ୍ୟ ପରିବାରରେ ଗୋପନୀୟ କଥାଟିକୁ ପ୍ରକାଶ କରିପାରିବେ ନାହିଁ। ଅଯଥା ଗୁଡାଏ ମୂଲହୀନ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ସାମାଜିକ ସ୍ତରରେ ଟିକଏ ପ୍ରଶଂସା ପାଇବା ସକାଶେ ହାତରୁ ଖାଇ ପର ପାଇଁ ଖଟିବେ।
ମିଥୁନ
ମିଥୁନ
ପୂର୍ବାଲୋଚନା କ୍ରମରେ ଆଜି ବନ୍ଧୁଙ୍କ ସହ ମାଙ୍ଗଳିକ କାର୍ଯ୍ୟ ସକାଶେ କଥାବାର୍ତ୍ତା କରିପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ଅସାବଧାନତା କାରଣରୁ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। ପାରିବାରିକ କ୍ଷେତ୍ରରେ ଅନାବଶ୍ୟକ ଖର୍ଚ୍ଚ କରି ଅନୁତାପ କରିପାରନ୍ତି।
କର୍କଟ
କର୍କଟ
ବନ୍ଧୁଙ୍କ ସହାନୁଭୂତିଭରା କଥା ପଦୁଏ ଏବଂ ପାରିବାରିକ ଆଶ୍ୱାସନା ହେତୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ଅନ୍ୟଦ୍ୱାରା ଆକସ୍ମିକ ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପଡ଼ୋଶୀମାନେ ବାକ୍‌ଚାତୁରି କଥା କହି କାର୍ଯ୍ୟ ହାସଲ କରିବେ।
ସି˚ହ
ସି˚ହ
ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ନିଶ୍ଚିତ ସଫଳତା ପାଇବେ। ପରିବାରରେ ସ୍ତ୍ରୀ କିମ୍ବା ସ୍ବାମୀ ସହମତିରେ କାମ କଲେ ଉପକୃତ ହେବେ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ କିନ୍ତୁ ପ୍ରଶାସନିକ ସ୍ତରରେ ସମସ୍ୟା ସୁଧୁରିବ ନାହିଁ। ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ଆଜି ପାଇବେ। ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ତୁଳା
ତୁଳା
ଶନିଙ୍କ ପ୍ରଭାବାନୁଯାୟୀ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ଏବଂ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଅଚିରେ ବିଳମ୍ବରେ ପାଇବେ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ କିନ୍ତୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଅର୍ଥାଭାବ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ବିଛା
ବିଛା
କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ବିଫଳତାର ମୁଖ୍ୟ କାରଣ ହୋଇପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ଅବଶ୍ୟ କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ।
ଧନୁ
ଧନୁ
ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆତ୍ମୀୟ ସ୍ବଜନଙ୍କ ସାହାଯ୍ୟରୁ ପାରିବାରିକ ବ୍ୟତିକ୍ରମରୁ ଟେନସନ୍‌ କିଛି ମାତ୍ରାରେ କମିଯିବ। ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ଭଲ। ବହୁତ ଦିନରୁ ଦେଖି ନ ଥିବା ପ୍ରିୟବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ।
ମକର
ମକର
କର୍ମକ୍ଷେତ୍ରରେ ଖଳ ଲୋକମାନଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଏକ ଭିନ୍ନ ପରିବେଶରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କୌଣସି ବିଶେଷ କାରଣ ନ ଥାଇ ମଧ୍ୟ ଦୋଷୀସାବସ୍ତ୍ୟ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଆଲୋଚନା ପରିସରରେ ବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆପଣଙ୍କ କଥାକୁ ବିଶ୍ୱାସ କରି ମିତ୍ରମାନେ ସହଯୋଗର ହାତ ବଢାଇପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ମୀନମୀନ

ନିଜ ଚତୁଃପାର୍ଶ୍ୱରେ ରହୁଥିବା ଖଳଲୋକମାନଙ୍କ କୃତ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ମାନସିକ ଅସ୍ଥିରତା ବଶତଃ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସକାଶରୁ ଅନାଦର ପାଇପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଥଗିତ କାର୍ଯ୍ୟାରମ୍ଭ, ଆର୍ଥିକ ଉନ୍ନତି, ସାମାଜିକ ସ୍ତରରେ ସମ୍ମାନିତ ହେବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ ଏବଂ...

ରାଶିଫଳ: ସୋମବାର, ଜାନୁଆରୀ ୧୯ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ପଞ୍ଚଗ୍ରହକୂଟ ସଂଘଟିତ ହେଉଥିବାରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାରୁ ଲୋକସମ୍ପର୍କ କ୍ଷୁଣ୍ଣ ହେବ। ଦ୍ୱିଜା ନକ୍ଷତ୍ର...

ରାଶିଫଳ: ରବିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ...

ରାଶିଫଳ: ଶନିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଗଜକେଶରୀ ଯୋଗ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିବାରୁ ନୂତନ ଯୋଜନା ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କ...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା...

ରାଶିଫଳ: ଗୁରୁବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ଦୂରଯାତ୍ରା, ବିବାଦୀୟ କ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତା ନିକଟରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଗତାନୁଗତି...

ରାଶିଫଳ: ବୁଧବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମାନସିକ ସ୍ଥିତି ଭଲ ନ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଊଣା ହେବନାହିଁ। ଦୀର୍ଘଦିନରୁ ଭଲ ସମ୍ପର୍କ ଥାଇ...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବୃଥା ବିବାଦ, କଥା କଟାକଟି, ଟଣାଓଟରା ମଧ୍ୟରେ ଠିକ୍‍ ନିଷ୍ପତ୍ତିରେ ଉପନୀତ ହୋଇପାରିବେ ନାହିଁ। କିନ୍ତୁ ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri