Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୨ ତାରିଖ – Daily Horoscope

ମେଷ
ଗତକାଲିର ପରିସ୍ଥିତିରେ ଆଜି କୌଣସି ପରିବର୍ତ୍ତନ ହେବନାହିଁ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତିକୁ ଗ୍ରହଣ କରିବା ଭଲ ହେବ। ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାରୁ ଦୁଃଖ କରିବେ। ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ।
ବୃଷ
ବୃଷ
ଆଜି କୌଣସି କାମ ନ ଅଟକିଲେ ବି ସମସ୍ୟା ଲାଗିରହିବ। ଅଫିସ୍‌ରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିଲେ ମଧ୍ୟ ପରିବହନରେ କ୍ଷତି କିମ୍ବା ଆକସ୍ମିକ ସମସ୍ୟାର ଆଶଙ୍କା ରହିଛି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ବନ୍ଧୁ ଓ ସହକର୍ମୀଙ୍କୁ ପ୍ରତିକୂଳ ପରିସ୍ଥିତି ସହ ଲଢିବାର ପ୍ରେରଣା ପ୍ରଦାନ କରିବେ। ବିଭିନ୍ନ ଯୋଜନାରେ ଅନୁକୂଳ ବାତାବରଣ ସୃଷ୍ଟି ନ ହେବା କାରଣରୁ ବ୍ୟସ୍ତ ହୋଇପାରନ୍ତି। ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ଆନୁଷ୍ଠାନିକ କିମ୍ବା ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ।
କର୍କଟ
କର୍କଟ
ସାମୟିକ ସୁବିଧା ଓ ସୁଯୋଗ ଆପଣଙ୍କ ବିଷାଦିତ ମନକୁ ଆହ୍ଲାଦିତ କରିବାରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ। ଧର୍ମକାର୍ଯ୍ୟରେ ନିୟୋଜିତ ହେବେ।
ସି˚ହ
ସି˚ହ
ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବେ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ସତ କହି ବିବାଦ ଘେରରେ ପଡିପାରନ୍ତି।
କନ୍ୟା
ସହନଶୀଳତା ଓ ବିନମ୍ରତା ଆପଣଙ୍କ ଆଜିର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବାରେ ସହାୟକ ହେବ। କୌଣସି ବନ୍ଧୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମିଥ୍ୟା କହି ମନକୁ ଚହଲାଇ ଦେଇପାରେ। ଈର୍ଷାରେ ଜଳୁଥିବା ଆମତ୍ୀୟଙ୍କ ଅସମ୍ମାନ ପାଇ ଦୁଃଖିତ ହେବେ। ଅର୍ଥ କିମ୍ବା ଅଳଙ୍କାର ଦେବା ନେବାରୁ ଝଗଡା ହୋଇପାରେ।
ତୁଳା
ତୁଳା
ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବା ସହ ଜଣେ ପଡୋଶୀଙ୍କ ଜରିଆରେ ଆଶା ପୂରଣ ହେବ। ପରିବାରରେ ପିଲାଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବା କାରଣରୁ ବିରକ୍ତ ହେବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ବନ୍ଧୁଟିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରିବା ଯନ୍ତ୍ରଣା ତୀବ୍ର ହେବ।
ବିଛା
ବିଛା
ଦୀର୍ଘଦିନ ହେଲା ଯାହା ପାଉ ନ ଥିଲେ ଆଜି ତାହା ଲାଭ କରି ମନ ଖୁସି ହୋଇଯିବ। ହାତକୁ ନେଇଥିବା କାମଗୁଡିକ ଯଥା ସମୟରେ ସମ୍ପନ୍ନ ହେବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ଠିକ୍‌ ହୋଇଯିବ। କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
ବହୁତ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ଆକସ୍ମିକ ଅର୍ଥଲାଭ, ବନ୍ଧୁମିଳନ, ନୂତନ ସ୍ଥାନ ଭ୍ରମଣରୁ ମନ ଖୁସି ରହିବ। ପ୍ରଶାସନିକ କ୍ଷେତ୍ରରେ ଅପ୍ରିୟ ସତ୍ୟ କହି ସମସ୍ୟାରେ ପଡ଼ିପାରନ୍ତି। ପୁରାତନ ରୋଗପୀଡା କାରଣରୁ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ମକର
ମକର
ଦୁଶ୍ଚିନ୍ତା କାରଣରୁ ଟେନ୍‌ସନ୍‌ ଲାଗି ରହିଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, ମାଲିମକଦ୍ଦମା ପ୍ରଭୃତିରେ ସଫଳତା ପାଇବେ। ଆନୁଷ୍ଠାନିକ କାମ, ସାହିତ୍ୟାଲୋଚନା, ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରୁ ସମସ୍ୟାମୁକ୍ତ ରହିବେ।
କୁମ୍ଭ
କୁମ୍ଭ
ପରିସ୍ଥିତି ପ୍ରତି ନଜର ଦେଇ କାମ କରି ଚାଲିଲେ କୌଣସି କାମ ଅଟକି ରହିବ ନାହିଁ। ପୁରୁଣା ଜିନିଷ ବିକ୍ରୟ କରି ନୂତନ ଜିନିଷ କ୍ରୟ ପାଇଁ ମନ ବଳାଇପାରନ୍ତି। ଛୋଟ କଥାକୁ ଧରି ବସିଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ଅଦଳବଦଳ ହୋଇଯିବାର ଆଶଙ୍କା ରହିଛି।
ମୀନମୀନ
ଆଦୌ ଦେଉ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବନ୍ଧୁ ଗହଣରେ ବାକ୍‌ ଅସଞ୍ଜମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି। ବ୍ୟବସାୟରେ ଲାଭ ପାଇ ଅନ୍ୟ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri