Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ଆଂଶିକ କାଳସର୍ପଯୋଗ ଆପଣଙ୍କୁ ସ୍ବାସ୍ଥ୍ୟ ଓ ଅର୍ଥ ସମ୍ପର୍କୀୟ ବ୍ୟତିକ୍ରମ ମାଧ୍ୟମରେ ଚିନ୍ତିତ କରାଇପାରେ । ଘର ଅପେକ୍ଷା ବାହାର ଲୋକଙ୍କ ସକାଶେ ବିଶେଷ ସମୟ ନେଇପାରନ୍ତି । କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ଭାବେ ଅଟକି ଯିବ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।
ବୃଷ
ବୃଷ
ଆଜି ଆପଣଙ୍କ ପାଇଁ ଉତ୍ତରାର୍ଦ୍ଧରେ ସମସ୍ତଗ୍ରହ ଅବସ୍ଥାନ କରୁଥିବାରୁ ଅପରାହ୍ନ ସମୟରେ ହିଁ ସଫଳତା ମିଳିବ । ପିଲାଙ୍କ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୌରବାନ୍ବିତ ହୋଇପାରନ୍ତି । କର୍ମକ୍ଷେତ୍ର, ଯାନ ବାହନ, ଦୋକାନବାଡିରେ ଟେନସନ୍ ଲାଗିରହିପାରେ। ଆତ୍ମୀୟତା ଦେଖାଉଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି ।
ମିଥୁନ
ମିଥୁନ
ନିକିତି ତଉଲପରି ଆପଣଙ୍କ ରାଶିର ଗ୍ରହାବସ୍ଥାନ ଯୋଗୁଁ ଅର୍ଥ, ପରିବାର ଓ ସନ୍ତାନଭାବର ସୁଫଳତା କମ୍ ମିଳିବ । ସକାଳୁ ହଠାତ୍ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ଅସ୍ଥିର ହେବ। କର୍ମକ୍ଷେତ୍ରରେ ବିଭିନ୍ନ କାମରେ ବ୍ୟସ୍ତ ରହିବେ। ବ୍ୟବସାୟ ଭଲରେ ଚାଲିବ ଓ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ।
କର୍କଟ
କର୍କଟ
ଭାଗ୍ୟଭାବସ୍ଥ ମଙ୍ଗଳଙ୍କ ଯୋଗୁଁ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ । ଟଙ୍କା ପଇସା, ନେବା ଆଣିବା କ୍ଷେତ୍ରରେ ସତର୍କ ରହିବା ଭଲ। ପାରିବାରିକ କ୍ଷେତ୍ର, ଯାନବାହନ ଚଳାଚଳ, ଦୋକାନବାଡି ପ୍ରଭୃତିରେ ସମସ୍ୟା ଦେଖାଦେବ। କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟିକ କ୍ଷେତ୍ର ସମସ୍ୟା ବଢ଼ିପାରେ। ଉତ୍ତରାଫାଲଗୁନୀ ଅତ୍ୟଧିକ ଲୋଭ ଏବଂ ସନ୍ଦେହ, ପାରିପାର୍ଶ୍ୱିକ ପରିସ୍ଥିତିକୁ କେତେକାଂଶରେ ଅସ୍ବାଭାବିକ କରିପାରେ। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ ।
କନ୍ୟା
ଶୁକ୍ରଙ୍କ ପ୍ରଭାବରେ ମନୋରଞ୍ଜନର ମଉକାକୁ କେତୁ ପ୍ରତିରୋଧ କରିପାରନ୍ତି । ସବୁ କାମ ବିଳମ୍ବରେ ସମ୍ପନ୍ନ ହେବା କାରଣରୁ ମନ ଭଲ ରହିବ ନାହିଁ । ଶତ୍ରୁତାର ଅବସାନ ଘଟିବ, ରୋଗପୀଡା ଉପଶମ ହେବ। ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ ।
ତୁଳା
ତୁଳା
ଆଜି ବନ୍ଧୁଙ୍କ ସାହାଯ୍ୟରେ ଅର୍ଥଲାଭର ସୁଯୋଗ ପାଇବେ । ଶୁକ୍ରଙ୍କ ପ୍ରଭାବରୁ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ସନ୍ତାନଙ୍କ ଉନ୍ନତି, ଶିକ୍ଷା, ସାକ୍ଷାତ୍କାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇବେ। ସାହିତ୍ୟସଭା, ଆନୁଷ୍ଠାନିକ କାମ, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ ।
ବିଛା
ବିଛା
ଆଜି ସକାଳୁ ସକାଳୁ ଦୂରଯାତ୍ରା ସହ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ସବୁ କାମଗୁଡିକ ଗଡ୍ବଡ୍ ହୋଇଯାଉଥିବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି । ମୁଖଭାବସ୍ଥ ରବି ଓ ବୁଧ ହେତୁ କଡା କଥା କହିବା କାରଣରୁ ସମ୍ପର୍କହାନିର ଆଶଙ୍କା ରହିଛି । ଶିଳ୍ପ, ବ୍ୟବସାୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
ଧନୁ
ଧନୁ
ଶୀଘ୍ରଗତିବିଶିଷ୍ଟ ଗ୍ରହ ରାଶିରେ ରହିଥିବାରୁ ଯାହା ଭାବୁଛନ୍ତି ଶୀଘ୍ର ନ କଲେ ପରକ୍ଷଣରେ ପରିସ୍ଥିତି ବଦଳି ଯାଇପାରେ । ପ୍ରିୟ ବନ୍ଧୁଙ୍କ ଆଗରେ ମନକଥା କହିବାରେ ପଛେଇଗଲେ ପସ୍ତେଇବେ। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ ।
ମକର
ମକର
ଅସଫଳତାରୁ ନିରୁସତ୍।ହିତ ହୋଇପାରନ୍ତି । ଦିନଟି ବହୁମାତ୍ରାରେ ଅବ୍ୟବସ୍ଥା ଭିତରେ କଟିବ। ବିଶେଷତଃ ଅର୍ଥାଭାବ ସମସ୍ୟାର ମୂଳ କାରଣ ହୋଇପାରେ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଶ୍ରବଣା ନକ୍ଷତ୍ର ସାଧାରଣ କଥାରେ ରାଗ, ରୁଷା ଓ ଅଭିମାନ ଭିତରେ ସମୟ କଟାଇବେ ।
କୁମ୍ଭ
କୁମ୍ଭ
ଶନିକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଅବଶ୍ୟ କର୍ମକ୍ଷେତ୍ରର ବିବଦମାନ ସ୍ଥିତି କେତେକାଂଶରେ ସମାଧାନ ଦିଗକୁ ଗତି କରିବ । ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅର୍ଥ ଅପରିହାର୍ଯ୍ୟ ହୋଇପାରେ । ସକାଳୁ ସକାଳୁ ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବାର ସୂଚନା ରହିଛି ।
ମୀନମୀନ
ଆଜି ଆପଣଙ୍କ ମନ ଭୁଲାଣିଆ କଥାରେ ଶତ୍ରୁମାନେ ମିତ୍ର ପାଲଟିଯିବେ । ଅସାବଧାନତାରୁ ପୂର୍ବଭାଦ୍ରବ ନକ୍ଷତ୍ରର ଧନ ହାନି ଘଟିପାରେ । ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri