Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ଆଂଶିକ କାଳସର୍ପଯୋଗ ଆପଣଙ୍କୁ ସ୍ବାସ୍ଥ୍ୟ ଓ ଅର୍ଥ ସମ୍ପର୍କୀୟ ବ୍ୟତିକ୍ରମ ମାଧ୍ୟମରେ ଚିନ୍ତିତ କରାଇପାରେ । ଘର ଅପେକ୍ଷା ବାହାର ଲୋକଙ୍କ ସକାଶେ ବିଶେଷ ସମୟ ନେଇପାରନ୍ତି । କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ଭାବେ ଅଟକି ଯିବ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।
ବୃଷ
ବୃଷ
ଆଜି ଆପଣଙ୍କ ପାଇଁ ଉତ୍ତରାର୍ଦ୍ଧରେ ସମସ୍ତଗ୍ରହ ଅବସ୍ଥାନ କରୁଥିବାରୁ ଅପରାହ୍ନ ସମୟରେ ହିଁ ସଫଳତା ମିଳିବ । ପିଲାଙ୍କ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୌରବାନ୍ବିତ ହୋଇପାରନ୍ତି । କର୍ମକ୍ଷେତ୍ର, ଯାନ ବାହନ, ଦୋକାନବାଡିରେ ଟେନସନ୍ ଲାଗିରହିପାରେ। ଆତ୍ମୀୟତା ଦେଖାଉଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି ।
ମିଥୁନ
ମିଥୁନ
ନିକିତି ତଉଲପରି ଆପଣଙ୍କ ରାଶିର ଗ୍ରହାବସ୍ଥାନ ଯୋଗୁଁ ଅର୍ଥ, ପରିବାର ଓ ସନ୍ତାନଭାବର ସୁଫଳତା କମ୍ ମିଳିବ । ସକାଳୁ ହଠାତ୍ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ଅସ୍ଥିର ହେବ। କର୍ମକ୍ଷେତ୍ରରେ ବିଭିନ୍ନ କାମରେ ବ୍ୟସ୍ତ ରହିବେ। ବ୍ୟବସାୟ ଭଲରେ ଚାଲିବ ଓ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ।
କର୍କଟ
କର୍କଟ
ଭାଗ୍ୟଭାବସ୍ଥ ମଙ୍ଗଳଙ୍କ ଯୋଗୁଁ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ । ଟଙ୍କା ପଇସା, ନେବା ଆଣିବା କ୍ଷେତ୍ରରେ ସତର୍କ ରହିବା ଭଲ। ପାରିବାରିକ କ୍ଷେତ୍ର, ଯାନବାହନ ଚଳାଚଳ, ଦୋକାନବାଡି ପ୍ରଭୃତିରେ ସମସ୍ୟା ଦେଖାଦେବ। କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟିକ କ୍ଷେତ୍ର ସମସ୍ୟା ବଢ଼ିପାରେ। ଉତ୍ତରାଫାଲଗୁନୀ ଅତ୍ୟଧିକ ଲୋଭ ଏବଂ ସନ୍ଦେହ, ପାରିପାର୍ଶ୍ୱିକ ପରିସ୍ଥିତିକୁ କେତେକାଂଶରେ ଅସ୍ବାଭାବିକ କରିପାରେ। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ ।
କନ୍ୟା
ଶୁକ୍ରଙ୍କ ପ୍ରଭାବରେ ମନୋରଞ୍ଜନର ମଉକାକୁ କେତୁ ପ୍ରତିରୋଧ କରିପାରନ୍ତି । ସବୁ କାମ ବିଳମ୍ବରେ ସମ୍ପନ୍ନ ହେବା କାରଣରୁ ମନ ଭଲ ରହିବ ନାହିଁ । ଶତ୍ରୁତାର ଅବସାନ ଘଟିବ, ରୋଗପୀଡା ଉପଶମ ହେବ। ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ ।
ତୁଳା
ତୁଳା
ଆଜି ବନ୍ଧୁଙ୍କ ସାହାଯ୍ୟରେ ଅର୍ଥଲାଭର ସୁଯୋଗ ପାଇବେ । ଶୁକ୍ରଙ୍କ ପ୍ରଭାବରୁ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ସନ୍ତାନଙ୍କ ଉନ୍ନତି, ଶିକ୍ଷା, ସାକ୍ଷାତ୍କାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇବେ। ସାହିତ୍ୟସଭା, ଆନୁଷ୍ଠାନିକ କାମ, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ ।
ବିଛା
ବିଛା
ଆଜି ସକାଳୁ ସକାଳୁ ଦୂରଯାତ୍ରା ସହ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ସବୁ କାମଗୁଡିକ ଗଡ୍ବଡ୍ ହୋଇଯାଉଥିବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି । ମୁଖଭାବସ୍ଥ ରବି ଓ ବୁଧ ହେତୁ କଡା କଥା କହିବା କାରଣରୁ ସମ୍ପର୍କହାନିର ଆଶଙ୍କା ରହିଛି । ଶିଳ୍ପ, ବ୍ୟବସାୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
ଧନୁ
ଧନୁ
ଶୀଘ୍ରଗତିବିଶିଷ୍ଟ ଗ୍ରହ ରାଶିରେ ରହିଥିବାରୁ ଯାହା ଭାବୁଛନ୍ତି ଶୀଘ୍ର ନ କଲେ ପରକ୍ଷଣରେ ପରିସ୍ଥିତି ବଦଳି ଯାଇପାରେ । ପ୍ରିୟ ବନ୍ଧୁଙ୍କ ଆଗରେ ମନକଥା କହିବାରେ ପଛେଇଗଲେ ପସ୍ତେଇବେ। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ ।
ମକର
ମକର
ଅସଫଳତାରୁ ନିରୁସତ୍।ହିତ ହୋଇପାରନ୍ତି । ଦିନଟି ବହୁମାତ୍ରାରେ ଅବ୍ୟବସ୍ଥା ଭିତରେ କଟିବ। ବିଶେଷତଃ ଅର୍ଥାଭାବ ସମସ୍ୟାର ମୂଳ କାରଣ ହୋଇପାରେ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଶ୍ରବଣା ନକ୍ଷତ୍ର ସାଧାରଣ କଥାରେ ରାଗ, ରୁଷା ଓ ଅଭିମାନ ଭିତରେ ସମୟ କଟାଇବେ ।
କୁମ୍ଭ
କୁମ୍ଭ
ଶନିକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଅବଶ୍ୟ କର୍ମକ୍ଷେତ୍ରର ବିବଦମାନ ସ୍ଥିତି କେତେକାଂଶରେ ସମାଧାନ ଦିଗକୁ ଗତି କରିବ । ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅର୍ଥ ଅପରିହାର୍ଯ୍ୟ ହୋଇପାରେ । ସକାଳୁ ସକାଳୁ ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବାର ସୂଚନା ରହିଛି ।
ମୀନମୀନ
ଆଜି ଆପଣଙ୍କ ମନ ଭୁଲାଣିଆ କଥାରେ ଶତ୍ରୁମାନେ ମିତ୍ର ପାଲଟିଯିବେ । ଅସାବଧାନତାରୁ ପୂର୍ବଭାଦ୍ରବ ନକ୍ଷତ୍ରର ଧନ ହାନି ଘଟିପାରେ । ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri