Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୦ ତାରିଖ – Daily Horoscope

ମେଷ
ପାପଗ୍ରହ ଶନି ଓ ରାହୁଙ୍କ ପ୍ରଭାବରେ ଦୈନନ୍ଦିନ ଜୀବନରେ ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ଆନ୍ଦୋଳିତ କରିପାରେ। ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି ସମସ୍ୟା ଦେଖାଦେବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶାନୁସାରେ ହଠାତ୍‌ ଯାତ୍ରା କରିବାକୁ ପଡିବାର ସମ୍ଭାବନା ରହିଛି।
ବୃଷ
ବୃଷ
ଶୁକ୍ରଙ୍କ ଶୁଭ ପ୍ରଭାବରୁ ଶାରୀରିକ ସୁସ୍ଥତା ସାଙ୍ଗକୁ ମାନସିକ ସ୍ଥିତି ଭଲ ରହିବ। ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ବ୍ୟତିବ୍ୟସ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ । ନିର୍ମାଣ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମିଥୁନ
ମିଥୁନ
ଧନସ୍ଥାନରେ ବୃହସ୍ପତିଙ୍କ ସ୍ଥିତିଜନିତ ଆର୍ଥିକ ସ୍ଥିତିି ଭଲ ରହିବ। ଅତ୍ୟାବଶ୍ୟକ କାମ ଅଟକି ରହିବାରୁ ସେହିକଥା ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି। ବହୁ ଦିନରୁ ଚେଷ୍ଟା କରୁଥିବା କୌଣସି ନୂତନ କାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି। ଯାନବାହନ, ଜମିଜମ, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗିରହିବ।
କର୍କଟ
କର୍କଟ
ବନ୍ଧୁକାରକ ବୁଧ କୋଣଭାବ ମଣ୍ଡନ କରିଥିବାରୁ ବିବାଦର ସମାଧାନ ପାଇଁ ପଥ ପରିଷ୍କାର କରିବ। କର୍ମକ୍ଷେତ୍ରରେ ଅସୁବିଧା ଭୋଗିବେ ଏବଂ କାରଣ ନ ଥାଇ ଦୋଷୀ ସାବସ୍ତ୍ୟ ହେବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
କବନ୍ଧଗ୍ରହ କେତୁ ରାଶିରେ ଅବସ୍ଥାନ କରି ସ୍ବାସ୍ଥ୍ୟ, ବ୍ୟବସାୟ ସାଙ୍ଗକୁ ଯାତ୍ରାରେ ଦ୍ୱନ୍ଦ୍ୱ ସୃଷ୍ଟି କରାଇବେ। ପରିବାର ଭିତରେ ସାଧାରଣ କଥାରୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଆପଣଙ୍କର କୃତି ଓ କୃତିତ୍ୱକୁ ନେଇ ସାହିତ୍ୟ, ରଚନାତ୍ମକ କାମରେ ପ୍ରଶଂସା ମିଳିବ। ସାଂସ୍କୃତିକ କିମ୍ବା ସାଂଗଠନିକ କାମ, ରାଜନୈତିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।
କନ୍ୟା
ରାହୁଙ୍କ କୁପ୍ରଭାବ ପରିବାରର ବୁଝାମଣା ଓ ବିଚାରଧାରାକୁ ଓଲଟ ପାଲଟ କରିଦେବ। ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ଗୃହ, ଜମିଜମା, ମାଲିମକଦ୍ଦମା ସମ୍ପର୍କିତ ଆଲୋଚନା ବିଗିଡି ଯାଇପାରେ।
ତୁଳା
ତୁଳା
ରାହୁ ପରମମିତ୍ର ଶନିଙ୍କ ଗୃହରେ ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ଉପାୟ ଚିନ୍ତା କରାଇପାରନ୍ତି। ବିଶାଖା ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ବ୍ୟବସାୟ, ପରିବହନ, ପ୍ଲଟିଂ କାରବାର ଓ କଚେରି ମାମଲାରେ ଶୁଭ ଫଳ ପାଇବେ।
ବିଛା
ବିଛା
ଶାରୀରିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ଅକ୍ଷୁଣ୍ଣ ରହିଲେ ମଧ୍ୟ ଅପୂରଣୀୟ ଆଶା ମାନସିକ ସ୍ତରକୁ କଳୁଷିତ କରିପାରେ। ଆପଣ କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି। ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ, ଯାହାକି ପରକ୍ଷଣରେ ଦରକାରରେ ଆସିବ।
ଧନୁ
ଧନୁ
ଚନ୍ଦ୍ରଙ୍କ ଏକାଦଶ ସ୍ଥାନରେ ଅବସ୍ଥିତି ପାରିବାରିକ ଜୀବନକୁ ସରସ କରାଇବ। ଆଜି ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ। ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ରାଶ୍ୟାଧିପ ଦୁଃସ୍ଥାନସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ସୁସ୍ଥତାକୁ ବ୍ୟାହତ କରିପାରେ।
ମକର
ମକର
ଅଷ୍ଟମଭାବରେ କେତୁଙ୍କ ଅବସ୍ଥାନ ପ୍ରଭାବରେ ଭଲ କଥାକୁ ମଧ୍ୟ ଓଲଟା ଦୃଷ୍ଟିରେ ଦେଖିପାରନ୍ତି। ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ଆଶା ପୂରଣ ହେବ। ସାହାଯ୍ୟ, ସହଯୋଗ ମାଧ୍ୟମରେ ନିଜପାଇଁ ନୂତନ ସୁଯୋଗ ସକାଶେ ରାସ୍ତା ଉନ୍ମୋଚନ କରିବେ। ବ୍ୟବସାୟରେ ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
କୁମ୍ଭ
କୁମ୍ଭ
କର୍ମାଧିପ ମଙ୍ଗଳଙ୍କ ଶୁଭପ୍ରଭାବରେ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବଢ଼ିବ। ଗତକାଲିଠାରୁ ଯାହା ଚିନ୍ତା କରୁଛନ୍ତି ତାହା ସହଜରେ ସମ୍ପନ୍ନ କରିବେ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡିବା ପାଇଁ ଚିନ୍ତା କରିବେ। କାନକୁହା କଥାକୁ ସତ୍ୟ ମଣି ଉପରିସ୍ଥ ଅଫିସରଙ୍କ ଭର୍ତ୍ସନା ମାନସିକ ସ୍ଥିତିକୁ ବିଗାଡ଼ି ପାରେ।
ମୀନମୀନ
ରାଶି ପାଇଁ ଗ୍ରହସ୍ଥିତି ଅନୁକୂଳ ରହିଥିବାରୁ କାମ ଅଟକିବ ନାହିଁ। ପାରିବାରିକ କ୍ଷେତ୍ରରେ ନୂତନ ଯୋଜନାର ଅଗ୍ରଗତି ମନକୁ ଉଚାଟ କରିବ। ପୂର୍ବଭାଦ୍ରପଦର ସମସ୍ୟା ବଢିବାରୁ ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri