Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ
ଆଜି କେନ୍ଦ୍ରସ୍ଥାନରେ ଗୁରୁ ଓ ଶନିଙ୍କ ପ୍ରଭାବରୁ ସବୁ କାମ ସହଜରେ ସାଧନ ହେବ। ଗତକାଲିର ଟେନ୍‌ସନ କିଛି ମାତ୍ରାରେ କମିଯିବ ଏବଂ ଅଫିସ୍‌ରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ରାହୁଙ୍କ କୁପ୍ରଭାବରୁ ବ୍ୟବହାରରେ ସଂଯମତା ନ ରଖିଲେ କଳହର ସମ୍ଭାବନା ରହିଛି। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେଲେ ମନୋବଳ ବୃଦ୍ଧି ପାଇବ।
ବୃଷ
ବୃଷ
ଆପଣ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ବନ୍ଧୁଙ୍କ ସମ୍ମୁଖରେ ମନର ଦୁଃଖ ଲୁଚାଇ ହସି ହସି କଥା କହିବା ପାଇଁ ବାଧ୍ୟ ହେବେ। ଗତକାଲିଠାରୁ ଭାବୁଥିବା କାମଟି ଆଜି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପରିବହନ, ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଆଜି ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ୟ କେତେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ପରିଲକ୍ଷିତ ହେବ। ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଇ ଚଳିବାକୁ ପଡିବ। ଅଫିସ୍‌ରେ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ବାରମ୍ବାର ସ୍ଥାନ ପରିବର୍ତ୍ତନ ଓ ଭ୍ରମଣଜନିତ ପରିଶ୍ରମ ଲାଗି ସ୍ବାସ୍ଥ୍ୟହାନି ଘଟିପାରେ। ଆଲୋଚନା ସମୟରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେବେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବ୍ୟବସାୟିକ ସ୍ଥିତି ଭଲ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ସି˚ହ
ସି˚ହ
ଆଜିର ବୁଧାଦିତ୍ୟ ଯୋଗ ଆପଣଙ୍କ ସ୍ଥିର ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ। ଆର୍ଥିକ ସ୍ବଚ୍ଛଳତା କାରଣରୁ ମାନସିକ ସ୍ଥିରତା ଆସିବ। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି ନ ଚଳିଲେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବନ୍ଧୁଙ୍କ ପ୍ରରୋଚନାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିବ।
କନ୍ୟା
ସମସ୍ୟା ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ କେତେକ କାରଣରୁ ମନରେ ସରସତା ରହିବ ନାହିଁ। ନିକଟସ୍ଥ ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ତାହା କଥାରେ ହିଁ ସୀମିତ ରହିଯାଇପାରେ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ଦୀର୍ଘଦିନର ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ସଭାସମିତିରେ ଯୋଗଦେଲେ କିମ୍ବା ସହମତିରେ କାମ କଲେ ଲକ୍ଷ୍ୟ ହାସଲ କରିପାରିବେ। ଅନିଚ୍ଛା ସତ୍ତ୍ୱେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। ପରିବହନ, ବ୍ୟବସାୟ ତଥା ରପ୍ତାନିରେ ଉନ୍ନତି ଘଟିବ।
ବିଛା
ବିଛା
ବାକ୍‌ ସଂଯମତା ନ ରଖିଲେ ସବୁ ପ୍ରକାରର ସୁବିଧା ଥାଇ ମଧ୍ୟ ହାତମୁଠାରୁ ସୁ୍‌ଯୋଗ ଖସିଯିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସାମ୍ନା କରିବେ। ନୀଚ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ।
ଧନୁ
ଧନୁ
ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରି ସଫଳ ହେବେ। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇବ ଏବଂ ସାମୟିକ ମାନସିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ପଡୋଶୀଙ୍କ ମୁହଁରୁ କୌଣସି ଭୁଲ୍‌ ଖବରକୁ ସତ୍ୟ ମନେକରି ଉତ୍‌କ୍ଷିପ୍ତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବ। ଛାଟ କଥାକୁ କେନ୍ଦ୍ରକରି ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଅତିରିକ୍ତ ଭ୍ରମଣ ହେତୁକ ସନ୍ଧ୍ୟାରେ କ୍ଲାନ୍ତି ଓ ଅବସାଦ ଦେଖାଦେଇ ପାରେ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଅଫିସ୍‌ କାମରେ ଅନୁପସ୍ଥିତି କିମ୍ବା ବିଳମ୍ବ ପାଇଁ କୈଫିୟତ୍‌ ଦେବାକୁ ପଡିପାରେ। ଶିଳ୍ପ, ବ୍ୟବସାୟ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଖଳ ଲୋକମାନଙ୍କ କାନକୁହା କଥାକୁ ବିଶ୍ୱାସ କରି ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri