Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ
ଆଜି କେନ୍ଦ୍ରସ୍ଥାନରେ ଗୁରୁ ଓ ଶନିଙ୍କ ପ୍ରଭାବରୁ ସବୁ କାମ ସହଜରେ ସାଧନ ହେବ। ଗତକାଲିର ଟେନ୍‌ସନ କିଛି ମାତ୍ରାରେ କମିଯିବ ଏବଂ ଅଫିସ୍‌ରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ରାହୁଙ୍କ କୁପ୍ରଭାବରୁ ବ୍ୟବହାରରେ ସଂଯମତା ନ ରଖିଲେ କଳହର ସମ୍ଭାବନା ରହିଛି। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେଲେ ମନୋବଳ ବୃଦ୍ଧି ପାଇବ।
ବୃଷ
ବୃଷ
ଆପଣ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ବନ୍ଧୁଙ୍କ ସମ୍ମୁଖରେ ମନର ଦୁଃଖ ଲୁଚାଇ ହସି ହସି କଥା କହିବା ପାଇଁ ବାଧ୍ୟ ହେବେ। ଗତକାଲିଠାରୁ ଭାବୁଥିବା କାମଟି ଆଜି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପରିବହନ, ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଆଜି ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ୟ କେତେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ପରିଲକ୍ଷିତ ହେବ। ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଦେଇ ଚଳିବାକୁ ପଡିବ। ଅଫିସ୍‌ରେ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ବାରମ୍ବାର ସ୍ଥାନ ପରିବର୍ତ୍ତନ ଓ ଭ୍ରମଣଜନିତ ପରିଶ୍ରମ ଲାଗି ସ୍ବାସ୍ଥ୍ୟହାନି ଘଟିପାରେ। ଆଲୋଚନା ସମୟରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେବେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବ୍ୟବସାୟିକ ସ୍ଥିତି ଭଲ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ସି˚ହ
ସି˚ହ
ଆଜିର ବୁଧାଦିତ୍ୟ ଯୋଗ ଆପଣଙ୍କ ସ୍ଥିର ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ। ଆର୍ଥିକ ସ୍ବଚ୍ଛଳତା କାରଣରୁ ମାନସିକ ସ୍ଥିରତା ଆସିବ। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି ନ ଚଳିଲେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବନ୍ଧୁଙ୍କ ପ୍ରରୋଚନାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିବ।
କନ୍ୟା
ସମସ୍ୟା ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ କେତେକ କାରଣରୁ ମନରେ ସରସତା ରହିବ ନାହିଁ। ନିକଟସ୍ଥ ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ତାହା କଥାରେ ହିଁ ସୀମିତ ରହିଯାଇପାରେ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ଦୀର୍ଘଦିନର ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ସଭାସମିତିରେ ଯୋଗଦେଲେ କିମ୍ବା ସହମତିରେ କାମ କଲେ ଲକ୍ଷ୍ୟ ହାସଲ କରିପାରିବେ। ଅନିଚ୍ଛା ସତ୍ତ୍ୱେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। ପରିବହନ, ବ୍ୟବସାୟ ତଥା ରପ୍ତାନିରେ ଉନ୍ନତି ଘଟିବ।
ବିଛା
ବିଛା
ବାକ୍‌ ସଂଯମତା ନ ରଖିଲେ ସବୁ ପ୍ରକାରର ସୁବିଧା ଥାଇ ମଧ୍ୟ ହାତମୁଠାରୁ ସୁ୍‌ଯୋଗ ଖସିଯିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସାମ୍ନା କରିବେ। ନୀଚ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ।
ଧନୁ
ଧନୁ
ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରି ସଫଳ ହେବେ। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇବ ଏବଂ ସାମୟିକ ମାନସିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ପଡୋଶୀଙ୍କ ମୁହଁରୁ କୌଣସି ଭୁଲ୍‌ ଖବରକୁ ସତ୍ୟ ମନେକରି ଉତ୍‌କ୍ଷିପ୍ତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବ। ଛାଟ କଥାକୁ କେନ୍ଦ୍ରକରି ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଅତିରିକ୍ତ ଭ୍ରମଣ ହେତୁକ ସନ୍ଧ୍ୟାରେ କ୍ଲାନ୍ତି ଓ ଅବସାଦ ଦେଖାଦେଇ ପାରେ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଅଫିସ୍‌ କାମରେ ଅନୁପସ୍ଥିତି କିମ୍ବା ବିଳମ୍ବ ପାଇଁ କୈଫିୟତ୍‌ ଦେବାକୁ ପଡିପାରେ। ଶିଳ୍ପ, ବ୍ୟବସାୟ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଖଳ ଲୋକମାନଙ୍କ କାନକୁହା କଥାକୁ ବିଶ୍ୱାସ କରି ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri