Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ
ପାପଯୁକ୍ତ ଚନ୍ଦ୍ର ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି କାହାକୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଅତି ଭଲ ପାଉଥିବା ବନ୍ଧୁଟି ପ୍ରତି ନିର୍ଦ୍ଦୟ ହେବା ଠିକ୍‌ ହେବନାହିଁ। ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ତଥା ଅତୀତ ସ୍ମୃତି ରୋମନ୍ଥନ କରି ଭାବ ବିହ୍ବଳ ହୋଇପାରନ୍ତି।
ବୃଷ
ବୃଷ
ଦୀର୍ଘଦିନରୁ ରହିଥିବା ଋଣ ଓ ବନ୍ଧୁବର୍ଗଙ୍କ ହୀନମନ୍ୟତା ବିଷୟରେ ଚିନ୍ତା କରିବେ। ସହକର୍ମୀଙ୍କ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଓ ଦୁଃଖକୁ କିଛି ସମୟ ପାଇଁ ଭୁଲି ଯାଇପାରନ୍ତି। ପୁରାତନ ରୋଗର ପ୍ରାଦୁର୍ଭାବ କ୍ରମଶଃ ବୃଦ୍ଧି ପାଇବାର ଆଶଙ୍କାକୁ ଏଡ଼ାଇହେବ ନାହିଁ। ନିଜର ଆତ୍ମୀୟଙ୍କ ଭିନ୍ନ ଚିନ୍ତାଧାରାର ସମାଲୋଚନା କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ ଜୀବନ ସୁଖରେ କାଟିବେ କିନ୍ତୁ ସାଧାରଣ କଥାରେ ବିତର୍କର ସମ୍ଭାବନା ରହିଛି। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ, କିନ୍ତୁ ଅସୁବିଧା ହେବନି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇପାରେ।
କର୍କଟ
କର୍କଟ
ପୂର୍ବାପେକ୍ଷା ଆପଣଙ୍କ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଅଧିକ ଆଶା କରି ନ ପାଇବା କାରଣରୁ ମନ ଭଲ ରହିବ ନାହିଁ। ସହକର୍ମୀଙ୍କ ସହଯୋଗରେ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା କାରଣରୁ କିମ୍ବା ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଅଫିସରେ ସମସ୍ୟା ବଢ଼ିପାରେ।
ସି˚ହ
ସି˚ହ
ମଙ୍ଗଳଙ୍କ ଦୁର୍ବଳତା ହେତୁ କେତେକ କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି ପରିଲକ୍ଷିତ ହେବ। ପରୋକ୍ଷ ଶତ୍ରୁତା କାର୍ଯ୍ୟରେ ବାଧା ସୃଷ୍ଟି କରିବ। ପର କଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇପାରନ୍ତି। କାହାଠାରୁ କିଛି ନିଜ ଘର ବିଷୟରେ ଶୁଣି ବିଶ୍ୱାସ କଲେ ଅସୁବିଧାରେ ପଡିବେ।
କନ୍ୟା
ଅତୀତ କଥାକୁ ଭାବି ଆଜି ମନଟା ଭଲ ଲାଗିବ ନାହିଁ। କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିବା ହେତୁ କାମଗୁଡିକ ବିଶୃଙ୍ଖଳିତ ହୋଇଯିବ। ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ସୌଜନ୍ୟତା ଦୃଷ୍ଟିରୁ ନିଜ କାମ ପଛକୁ ପକାଇ ସମ୍ପର୍କୀୟ କାମକୁ ପ୍ରାଧାନ୍ୟ ଦେଇପାରନ୍ତି।
ତୁଳା
ତୁଳା
ଶୁକ୍ରଙ୍କ ଯୋଗୁ କାମରେ ହାରିବେ ନାହିଁ କିନ୍ତୁ ଦ୍ୱନ୍ଦ୍ୱ କଲେ ପାରିବେ ନାହିଁ। ମଧ୍ୟାହ୍ନରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଯେତେ ଭଲ କାମ କଲେ କ’ଣ ହେବ ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହୋଇପାରନ୍ତି।
ବିଛା
ବିଛା
ଆଜି କୌଣସି କାମରେ ପୂର୍ଣ୍ଣ ସନ୍ତୋଷ ମିଳିବା କାରଣରୁ ମନ ଭଲ ରହି ନ ପାରେ। ଆଶା କରିଥିବା ଅର୍ଥ ବିଳମ୍ବରେ ପାଇବାରୁ ଯୋଜନା କଷ୍ଟରେ କାର୍ଯ୍ୟକାରୀ ହେବ। ଆପଣ ହାତଯୋଡି ବସିରହିଲେ ଚଳିବ ନାହିଁ , ଏଥିପାଇଁ ଦୃଢ଼ ମନୋବଳ ପୋଷଣ କରିବା ଭଲ ହେବ। ଘରେ ବନ୍ଧୁମିଳନ ଓ ଖୁସିର ଆସର ଜମିପାରେ।
ଧନୁ
ଧନୁ
ସାଧାରଣ କଥାକୁ ଅତିରଞ୍ଜିତ କରି ଆକସ୍ମିକ କଳହଜନିତ ଅନ୍ୟମନସ୍କ ରହିପାରନ୍ତି। ଯାତ୍ରା ସମୟରେ ପକେଟମାର କିମ୍ବା ଚୋରିଜନିତ ଧନ ହାନିର ସୂଚନା ମଧ୍ୟ ରହିଛି। ପୂର୍ବାଷାଢ଼ା ନକ୍ଷତ୍ର କିନ୍ତୁ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ।
ମକର
ମକର
ଆଜିର ଯାତ୍ରା ଶୁଭପ୍ରଦ ଓ କାମ ଆଶାନୁରୂପ ହେବା କାରଣରୁ ମନ ଖୁସି ହୋଇଯିବ। ଆପଣଙ୍କ ସୁଖ ଅନ୍ୟମାନଙ୍କ ମନରେ ଈର୍ଷା ଉଦ୍ରେକ କରିବ। ବନ୍ଧୁଙ୍କ ଆଗମନରେ ଯେତିକି ଖୁସି ହେବେ ତାଙ୍କ ମତିଗତି ଓ କାର୍ଯ୍ୟ କଳାପରେ ସେତିକି ଅସନ୍ତୁଷ୍ଟ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା ସମୟରେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ପାରିବାରିକ କ୍ଷେତ୍ରରେ ଛୋଟଛୋଟ କଥାରେ ବେଶି ରାଗନ୍ତୁ ନାହିଁ। ସ୍ବାଭାବିକ ଭାବେ କଥାକୁ ବିଚାର କରି କାମ କଲେ ଭଲ ହୁଅନ୍ତା। ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।
ମୀନମୀନ

ଚେଷ୍ଟା ସଫଳ ହେବାରେ ସହଯୋଗର ସୁଅ ଛୁଟିବ। କର୍ମକ୍ଷେତ୍ରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବ୍ୟବସାୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ। କିନ୍ତୁ ପରିବାର ଭିତରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri