Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ
ନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ବାଦୁ ଭୋଜନ ପରଷିବେ। ପାରିବାରିକ ଶାନ୍ତି ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ଜୁଟିବ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି, ପଡ଼ୋଶୀଙ୍କ କୁତ୍ସାରଟନା,ଦର୍ଶନୀୟସ୍ଥାନକୁ ଯାତ୍ରା କରିବେ।
ବୃଷ
ବୃଷ
ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ମନ ପ୍ରଫୁଲ୍ଲ ରହିବ। ଦର୍ଶନୀୟସ୍ଥାନ ଭ୍ରମଣ, ମନୋରଞ୍ଜନ କାର୍ଯ୍ୟକ୍ରମ, ସୁସ୍ବାଦୁ ଭୋଜନରେ ଆପ୍ୟାୟିତହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ମିଳିବ। ଭ୍ରାତୃସମ୍ପର୍କରେ ଉନ୍ନତି, ବନ୍ଧୁମିଳନରୁ ଉତ୍ସାହ, ବ୍ୟବସାୟରେ ଅର୍ଥଲାଭଘଟିବ। କର୍ମକ୍ଷେତ୍ରରେ ମତାନ୍ତର, କ୍ରନିକ୍‌ରୋଗରେ ପୀଡା, କିଣାବିକାରେ ଠକାମିରେ ପଡିପାରନ୍ତି।
ମିଥୁନ
ମିଥୁନ
ବୃହସ୍ପତି ନୂତନ ଦିଗ୍‌ଦର୍ଶନ ଦେବେ । ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି। ସହକର୍ମୀଙ୍କ ସୌହାର୍ଦ୍ଦ୍ୟ, ବନ୍ଧୁଙ୍କ ଆଦର ଅଭ୍ୟର୍ଥନା, ପାରିବାରିକ ସହମତିରୁ ଖୁସି ରହିବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ, ପରିବହନରେ ଉନ୍ନତି କରିବେ, କରଜଦାତାଙ୍କ ଚାପ ବଢ଼ିବ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନସ୍ତାପ କରିପାରନ୍ତି।
କର୍କଟ
କର୍କଟ
ଆଜି ଲାଭସ୍ଥାନରେ ଚନ୍ଦ୍ର ଯୋଗୁ ମନ ଯେମିତି, କାମ ସେମିତି ହେବ । ହାତ ଖାଲି ରହିବନି। ଖୋଜୁଥିବା ଜିନିଷ ପାଖକୁ ଆସିବ। ପ୍ରତୀକ୍ଷାର ଅନ୍ତ ଘଟିବ। ଦୀର୍ଘଦିନର ଆଶା ପୂରଣ ହେବ। ବନ୍ଧୁଟି ଦେଖେଇ ଶିଖେଇ କଟୁକଥା କହିପାରେ। ସ୍ବାସ୍ଥ୍ୟହାନି, ପାରିବାରିକ ଅସ୍ଥିରତା, ସମ୍ପର୍କୀୟଙ୍କ ଅସହଯୋଗରୁ ଅଶାନ୍ତି ରହିପାରନ୍ତି।
ସି˚ହ
ସି˚ହ
ଆଜି ଚନ୍ଦ୍ରଙ୍କ ଚତୁର୍ଥରେ କେତୁ ଯୋଗୁ ମନ ଭଲ ରହିବନାହିଁ। ଆଶା ଅନୁସାରେ ଫଳ ମିଳିବନି। ପରିବାରରେ ସାଧାରଣ କଥାରେ କଳହ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା, ପୂର୍ବବିବାଦର ସମାଧାନ, ସାହିତ୍ୟକୃତିରୁ ସମ୍ବର୍ଦ୍ଧନା ମିଳିବ। ଭ୍ରମଣ, ନୂଆ ଯୋଜନାର ପରିକଳ୍ପନା, ଋଣ ପରିଶୋଧର ଆଲୋଚନା କରିପାରନ୍ତି।
କନ୍ୟା
ଆଜି ଖର୍ଚ୍ଚ ବଢ଼ିବ। ସହକର୍ମୀଙ୍କ ସହଯୋଗ ଓ ପାରିବାରିକ ସହାନୁଭୂତିରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବିବାଦୀୟ ପରିସ୍ଥିତିକୁ ସୁଧାରିବେ। ବ୍ୟବସାୟ ଭଲ ହେବ। ବିଜାତୀୟ ବ୍ୟକ୍ତିଙ୍କ ସହ କଳହର ଆଶଙ୍କା ରହିଛି। ଦେହକୁ ଜଗିରଖି ଚଳିବା ଭଲ। ବନ୍ଧୁଙ୍କୁ ଭରସା କରି ପସ୍ତେଇବେ।
ତୁଳା
ତୁଳା
ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶ, ନୂଆ ଯୋଜନାର ଖସଡା, ଆନୁଷ୍ଠାନିକ କର୍ମାରମ୍ଭରୁ ଖୁସି ରହିବେ। ଅଷ୍ଟମଚନ୍ଦ୍ର ଯୋଗୁ ମନ ସ୍ଥିର ରହିବନି କିନ୍ତୁ ରୋଜଗାର ଭଲ ହେବ। ପରିବାରରେ ମତପାର୍ଥକ୍ୟ, ଯାତ୍ରା ସମୟରେ ସମସ୍ୟା, ପିଲାଙ୍କ ଅଳିରୁ ଭାବାନ୍ତର ସୃଷ୍ଟିହେବ। ଭ୍ରାତୃ ବିବାଦ ଦେଖାଦେଇ ପାରେ। ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବିଛା
ବିଛା
ଆପଣଙ୍କ ରାଶି ପାଇଁ ଭାଗ୍ୟାଧିପ ଉଚ୍ଚରେ। ଯାହା ଚାହୁଁଛନ୍ତି ତାହା ପାଇବେ। ନୂଆ କାମ ପାଇଁ ପରିବାରରେ ଆଲୋଚନା କରିପାରନ୍ତି। ଋଣ ପରିଶୋଧ ଚିନ୍ତା ବଢ଼ିବ। ସମ୍ପର୍କ ରଖୁ ନ ଥିବା ଆତ୍ମୀୟଙ୍କ ଉପରେ ଦୁଃଖ କରିବେ। ବ୍ୟବସାୟ ମନ୍ଦ ହେବନି, ଦୈହିକ ସୁସ୍ଥତା ରହିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୂତ ହେବେ ା
ଧନୁ
ଧନୁ
ଆଜି ବିପରୀତ ରାଜଯୋଗ। ସମସ୍ୟା ସମାଧାନ କରିବେ। ଚନ୍ଦ୍ରଙ୍କ ପ୍ରତି ଶନି ଦୃଷ୍ଟିରୁ ନିରୁତ୍ସାହିତ ହେବେ। ଥଣ୍ଡା, କାଶ ଦେଖାଦେବ। ସମ୍ପର୍କୀୟଙ୍କ ସଦ୍‌ଭାବରୁ କାର୍ଯ୍ୟସିଦ୍ଧି। ପରିବାରରେ ଉତ୍ତମ ବୁଝାମଣା। ସାମାଜିକ ସମ୍ମାନ ପାଇବେ। ମୂଲ୍ୟବାନ୍‌ ଜିନିଷ କିଣିପାରନ୍ତି। ନୂଆ ବନ୍ଧୁ ଘରକୁ ଆସିପାରନ୍ତି। ଭ୍ରାତୃ ସମ୍ପର୍କରେ ଅବନତି। ଦୂରଯାତ୍ରା କରିବେ।
ମକର
ମକର
ବନ୍ଧୁଙ୍କ ସାହାଯ୍ୟ ମିଳିବ। ନୂଆ ଭାବନାକୁ ରୂପାୟିତ କରିବେ। ଆର୍ଥିକ ପରିସ୍ଥିତିକୁ ସୁଧାରି ନେବେ। ସ୍ଥାନ ପରିବର୍ତ୍ତନରୁ ଦୁଶ୍ଚିନ୍ତା ବଢ଼ିବ। ଆଲୋଚନା ପରିସରରେ ବିତର୍କ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟିର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଧନସ୍ଥାନରେ ଶନି ଯୋଗୁ ଅର୍ଥସଙ୍କଟ ଦେଖାଦେବ। ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ସ୍ଥଗିତ କର୍ମାରମ୍ଭ କରିପାରନ୍ତି। ଦର୍ଶନୀୟସ୍ଥାନ ଭ୍ରମଣର ସୁଯୋଗ ଜୁଟିବ। ଋଣଭାର ବୃଦ୍ଧିରୁ ମାନସିକ ଅସ୍ଥିରତା । ପରୋକ୍ଷ ଶତ୍ରୁତାରୁ ମନସ୍ତାପ। ବନ୍ଧୁମିଳନରେ ମଜାମଉଜର ସୁଯୋଗ ପାଇପାରନ୍ତି।
ମୀନମୀନ
ନୂଆ କାମ ଆରମ୍ଭ କରିପାରନ୍ତି। ମାନସିକ ଅସ୍ଥିରତା ଦୂରେଇଯିବ। ଆରୋଗ୍ୟରୁ ଆଶ୍ୱସ୍ତି ଅନୁଭବ କରିବେ। ଚେଷ୍ଟା କରୁଥିବା କାମରେ ଅଗ୍ରଗତି ଘଟିବ। ପାରିବାରିକ ସମର୍ଥନରୁ ଉପକୃତ ହେବେ। ପଡ଼ୋଶୀ କୁତ୍ସାରଟନା କରିପାରନ୍ତି। ମନୋରଞ୍ଜନରୁ ଦୂରେଇ ରହିବେ। ସନ୍ତାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଓ ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri