Posted inRasifala

ରାଶିଫଳ: ଶନିବାର , ଜୁଲାଇ ୮ ତାରିଖ – Daily Horoscope

ମେଷ
କୃତ୍ତିକା ନକ୍ଷତ୍ର ଖାଲି ଭାବୁଥିବେ ସିନା ମୁହଁଖୋଲି କିଛି କହିପାରିବେ ନାହିଁ। କୃତିତ୍ୱସମ୍ପନ୍ନ ପିଲାମାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି। ବହୁତ ଦିନରୁ ସାଇତିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଅବହେଳାରେ ଅଟକି ଯାଇଥିବା କାମ ପାଇଁ ଅନ୍ୟମାନଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ବୃଷ
ବୃଷ
ଆବଶ୍ୟକ ସମୟରେ ପରୋକ୍ଷ ଶତ୍ରୁତା କଲେ ବନ୍ଧୁମାନେ ସାହାଯ୍ୟ ଦେବା ସକାଶେ ଆଗେଇ ଆସିବେ। ରୋହିଣୀ ନକ୍ଷତ୍ର ସକାଶେ ଦୀର୍ଘଦୀନରୁ ପ୍ରତୀକ୍ଷା କରିଥିବା ଖବରଟି ଆଜି ପାଇପାରନ୍ତି। ଶିଳ୍ପ, ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି। ପୁରାତନ ରୋଗ ଉପଶମ ହେବା କାରଣରୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ଆଜି କାର୍ଯ୍ୟସାଧନ ପାଇଁ ପ୍ରତିକୂଳ ସମୟ ହେଲେ ମଧ୍ୟ ଅନ୍ୟାନ୍ୟ ଦିଗ ସମସ୍ୟାମୁକ୍ତ ରହିବ। ପୁନର୍ବସୁ ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଥିବା ସମସ୍ୟା ଗୁଡ଼ିକର ଆଶୁ ସମାଧାନ ହୋଇଯିବ। ବିତର୍କୀୟ ପରିସ୍ଥିତିରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ସହାନୁଭୂତି ଲାଭ କରିବେ।
କର୍କଟ
କର୍କଟ
ସାଧାରଣ ଛୋଟବଡ଼ ସମସ୍ୟା ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ରହିବ ନାହିଁ। ପାରିବାରିକ ସ୍ଥିରତା ଅକ୍ଷୁଣ୍ଣ ରହିବ। ସହକର୍ମୀ, ପଡ଼ୋଶୀ ସହାନୁଭୂତି ଦେଖାଇବେ। ଆର୍ଥିକ ଅନଟନ କର୍ମକ୍ଷେତ୍ରକୁ ମନ୍ଥର କରିପାରେ କିନ୍ତୁ କାମ ଅଟକିବ ନାହିଁ। ଅଶ୍ଳେଷା ନକ୍ଷତ୍ରର ମାଲି ମକଦ୍ଦମା ଜନିତ ସମସ୍ୟା ସମାଧାନ ହେବାର ଅନୁକୂଳ ସୂଚନା ପାଇବେ।
ସି˚ହ
ସି˚ହ
ନିଜ ଦାୟିତ୍ୱରେ ରହିଥିବା କାମ ସମ୍ପୂର୍ଣ୍ଣ କରିବା କାରଣରୁ ମନ ହାଲୁକା ରହିବ। ପୂର୍ବାଫାଲଗୁନୀ ଘରୋଇ କଥାରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ ଓ ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ।
କନ୍ୟା
ପ୍ରତ୍ୟେକ ପ୍ରକାରର ପ୍ରତିବନ୍ଧକକୁ ପ୍ରତିହତ କରିବାରେ ସମର୍ଥ ହେବେ। କିନ୍ତୁ ଉତ୍ତରାଫାଲଗୁନୀ ନକ୍ଷତ୍ରର ମାନସିକ ଓ ଶାରୀରିକ ସୁସ୍ଥତା ପୂର୍ଣ୍ଣତଃ ରହିବ ନାହିଁ। ବ୍ୟବସାୟ, ବାଣିଜ୍ୟ, ପ୍ରଶାସନ, ପ୍ରକାଶନ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପାରିବାରିକ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
ତୁଳା
ତୁଳା
ଚିତ୍ରା ନକ୍ଷତ୍ର ସକାଶେ ଶତ୍ରୁତା ଓ ଶାରୀରିକ ଅସୁସ୍ଥତା ମଧ୍ୟ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିବ। ବନ୍ଧୁଙ୍କ ଆଚରଣରେ କିଛିଟା ପରିବର୍ତ୍ତନ ମନକୁ ବିଭ୍ରାନ୍ତିକର ପରିସ୍ଥିତିରେ ପକାଇପାରେ। ବନ୍ଧୁଙ୍କ ଆସିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ଅବଶ୍ୟ ବାଣିଜ୍ୟ ଓ ବ୍ୟବସାୟିକ ସଫଳତାରୁ ଆନନ୍ଦିତ ହେବେ।
ବିଛା
ବିଛା
କୌଣସି ବିଷୟରେ ବିଶେଷ ଭାବପ୍ରବଣ ହେବା ଦ୍ୱାରା ଓଲଟା ଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅନାବଶ୍ୟକ କଥା କିମ୍ବା ବାଚାଳତା ପରିହାର କରିବା ଠିକ୍‌ ହେବ। ଅନୁରାଧା ନକ୍ଷତ୍ର କେତେକ କ୍ଷେତ୍ରରେ ଫାଇଦା ହାସଲ ପାଇଁ ମିଥ୍ୟାର ଆଶ୍ରୟ ନେଇପାରନ୍ତି। ଏକାଧିକ କାମରେ ମନଦେଇ ଥିବା ହେତୁ ଟେନସନ୍‌ ବଢ଼ିପାରେ।
ଧନୁ
ଧନୁ
ପ୍ରତିକୂଳ ସମୟ ଅତିକ୍ରାନ୍ତ ନ ହେବା କାରଣରୁ ମାନସିକ ସ୍ତରରେ ଉଦ୍‌ବେଗର ଅନ୍ତ ଘଟିବ ନାହିଁ। ଯେଉଁ ବିଷୟ ସକାଶେ ଆଶଙ୍କା ରହିଛି ତାହା ଦୀର୍ଘଦିନ ରହିପାରେ। ମୂଳା ନକ୍ଷତ୍ର ହିସାବୀବୁଦ୍ଧି ହେତୁ ବନ୍ଧୁ ଗହଣରେ ସମାଲୋଚିତ ହେବାକୁ ପଡ଼ିପାରେ। ନିର୍ମାଣ, ସଭାସମିତି, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।
ମକର
ମକର
କର୍ମକ୍ଷେତ୍ର ବ୍ୟସ୍ତବହୁଳ ରହିବା ହେତୁ ମନରେ ସ୍ଥିରତା ରହିବ ନାହିଁ। ଶ୍ରବଣା ନକ୍ଷତ୍ର ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାର କରଜ କରି କାମ ତୁଲାଇ ନେବେ। ସମ୍ପର୍କୀୟମାନେ ଆଗରେ ଭଲକଥା କହି ପଛରେ କୁତ୍ସାରଟନା କରିପାରନ୍ତି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
କୁମ୍ଭ
କୁମ୍ଭ
ଆଜିର ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ, କିନ୍ତୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ମନଧରି କାମଟି କରାଇନେବେ, ମାତ୍ର ସହଜରେ ସାଧିତ ହେବ ନାହିଁ। ପରିବାରରେ ପୂର୍ବାବସ୍ଥା ଲାଗି ରହିଲେ ମଧ୍ୟ ବିଶେଷ ଚିନ୍ତାର କାରଣ ନାହିଁ। ପୂର୍ବଭାଦ୍ରବ ନକ୍ଷତ୍ର ସନ୍ତାନଙ୍କ କାମରେ ସନ୍ତୁଷ୍ଟ ହୋଇପାରିବେ ନାହିଁ।
ମୀନମୀନ
କୌଣସି କାମରେ ଠିକ୍‌ ନିଷ୍ପତ୍ତି ମଧ୍ୟ ନେଇ ପାରିବେ ନାହିଁ। ନିଜ ପରିବାରରେ ଉପୁଜିଥିବା ସମସ୍ୟାକୁ ସମାଧାନ କରିବାରେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ। ଅଫିସରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ରେବତୀ ନକ୍ଷତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତିକରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri