Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ
ଆଜି ସପ୍ତମସ୍ଥ ଚନ୍ଦ୍ର ଓ ବୁଧ ଯୋଗୁ ପାରିବାରିକ କଳହ ଲାଗିପାରେ। କିନ୍ତୁ ଶୁକ୍ର ପ୍ରଭାବରେ ଦ୍ୱିଜାର ଯାତ୍ରା,ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି।
ବୃଷ
ବୃଷ

କର୍ମକ୍ଷେତ୍ରରେ ସମସ୍ୟା ଜାଲରେ ଛନ୍ଦିହୋଇ ସ୍ବଗୃହସ୍ଥ ଶନିଙ୍କ ଯୋଗୁ ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ କିଛି ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

ମିଥୁନ
ମିଥୁନ
ରବିଙ୍କ ସ୍ଥିତିରୁ ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ। ଶତ୍ରୁମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ପରିବହନରେ ଲାଭ ଅକ୍ଷୁଣ୍ଣରହିବ।
କର୍କଟ
କର୍କଟ
ରାଶ୍ୟାଧିପ ଚତୁର୍ଥସ୍ଥ ଯୋଗୁ ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନଦେଇ ପ୍ରଶଂସିତ ହେବେ। ଅତୀତରେ ଘଟିଯାଇଥିବା ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା ସମ୍ପର୍କିତ କାମଟି ହଠାତ୍‌ ହୋଇଯିବ। ଋଣ ପରିଶୋଧ ପାଇଁ ଦୁଶ୍ଚିନ୍ତା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସି˚ହ
ସି˚ହ
ମଙ୍ଗଳ ମୀନ ରାଶିସ୍ଥ ଯୋଗୁ ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇବାର ଆଶା ମଉଳିଯିବ। କର୍ମକ୍ଷେତ୍ରରୁ ଫେରିବା ବାଟରେ ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ହିତୈଷୀମାନଙ୍କ କଥା ମାନି ଚଳିଲେ କେତେକାଂଶରେ ଉପକୃତ ହେବେ।
କନ୍ୟା
ବ୍ୟୟାଧିପ ରାଶିରେ ଥିବାରୁ ପ୍ରତାରିତ ହୋଇ ଅଭିଳଷିତ ଜିନିଷ ପାଇବା କଷ୍ଟକର ହୋଇପାରେ। ପରିବାରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବେ। ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣାଧୀନ କାମଟି ସମ୍ପନ୍ନ କରିପାରିବେ। ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।
ତୁଳା
ତୁଳା
ବୃହସ୍ପତିଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେଇପାରିବେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ପାଇଁ ଲବି କରିପାରନ୍ତି। ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିବାର ସୂଚନା ରହିଛି। ଅଟକି ରହିଥିବା କାମ କିମ୍ବା ଆଲୋଚନାଟି ଆଜି ପୂର୍ଣ୍ଣାଙ୍ଗ ହୋଇଯିବ।
ବିଛା
ବିଛା
ସ୍ବଗୃହୀ ଶନିଙ୍କ ଯୋଗୁ ପରିବାରରେ ପାରଷ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବାରୁ ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ।
ଧନୁ
ଧନୁ
ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଘରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ମୂଳା ନକ୍ଷତ୍ର କଠୋର ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ।
ମକର
ମକର

ଭାଗ୍ୟସ୍ଥାନକୁ ଦେଖୁଥିବା ମଙ୍ଗଳ ଯୋଗୁ ବନ୍ଧୁମାନଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପରିସ୍ଥିତିରେ ପଡ଼ି ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ବାଧ୍ୟ ହେବେ।

କୁମ୍ଭ
କୁମ୍ଭ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା ନ କଲେ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଭାବୁଥିବା କାମଟି ସମ୍ପନ୍ନ କରିବା ସକାଶେ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଶତଭିଷା ନକ୍ଷତ୍ରର ଗୃହ,ଭୂମି,ଗାଡ଼ିମୋଟର, ପ୍ରେସ୍‌ ,ପବ୍ଲିକେଶନ ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ।
ମୀନମୀନ

ଆଜିର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଖଳ ଲୋକମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri