Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ
ଆଜି ସପ୍ତମସ୍ଥ ଚନ୍ଦ୍ର ଓ ବୁଧ ଯୋଗୁ ପାରିବାରିକ କଳହ ଲାଗିପାରେ। କିନ୍ତୁ ଶୁକ୍ର ପ୍ରଭାବରେ ଦ୍ୱିଜାର ଯାତ୍ରା,ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି।
ବୃଷ
ବୃଷ

କର୍ମକ୍ଷେତ୍ରରେ ସମସ୍ୟା ଜାଲରେ ଛନ୍ଦିହୋଇ ସ୍ବଗୃହସ୍ଥ ଶନିଙ୍କ ଯୋଗୁ ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ କିଛି ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

ମିଥୁନ
ମିଥୁନ
ରବିଙ୍କ ସ୍ଥିତିରୁ ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ। ଶତ୍ରୁମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ପରିବହନରେ ଲାଭ ଅକ୍ଷୁଣ୍ଣରହିବ।
କର୍କଟ
କର୍କଟ
ରାଶ୍ୟାଧିପ ଚତୁର୍ଥସ୍ଥ ଯୋଗୁ ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନଦେଇ ପ୍ରଶଂସିତ ହେବେ। ଅତୀତରେ ଘଟିଯାଇଥିବା ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା ସମ୍ପର୍କିତ କାମଟି ହଠାତ୍‌ ହୋଇଯିବ। ଋଣ ପରିଶୋଧ ପାଇଁ ଦୁଶ୍ଚିନ୍ତା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସି˚ହ
ସି˚ହ
ମଙ୍ଗଳ ମୀନ ରାଶିସ୍ଥ ଯୋଗୁ ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇବାର ଆଶା ମଉଳିଯିବ। କର୍ମକ୍ଷେତ୍ରରୁ ଫେରିବା ବାଟରେ ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ହିତୈଷୀମାନଙ୍କ କଥା ମାନି ଚଳିଲେ କେତେକାଂଶରେ ଉପକୃତ ହେବେ।
କନ୍ୟା
ବ୍ୟୟାଧିପ ରାଶିରେ ଥିବାରୁ ପ୍ରତାରିତ ହୋଇ ଅଭିଳଷିତ ଜିନିଷ ପାଇବା କଷ୍ଟକର ହୋଇପାରେ। ପରିବାରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବେ। ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣାଧୀନ କାମଟି ସମ୍ପନ୍ନ କରିପାରିବେ। ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।
ତୁଳା
ତୁଳା
ବୃହସ୍ପତିଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେଇପାରିବେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ପାଇଁ ଲବି କରିପାରନ୍ତି। ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିବାର ସୂଚନା ରହିଛି। ଅଟକି ରହିଥିବା କାମ କିମ୍ବା ଆଲୋଚନାଟି ଆଜି ପୂର୍ଣ୍ଣାଙ୍ଗ ହୋଇଯିବ।
ବିଛା
ବିଛା
ସ୍ବଗୃହୀ ଶନିଙ୍କ ଯୋଗୁ ପରିବାରରେ ପାରଷ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବାରୁ ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ।
ଧନୁ
ଧନୁ
ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଘରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ମୂଳା ନକ୍ଷତ୍ର କଠୋର ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ।
ମକର
ମକର

ଭାଗ୍ୟସ୍ଥାନକୁ ଦେଖୁଥିବା ମଙ୍ଗଳ ଯୋଗୁ ବନ୍ଧୁମାନଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପରିସ୍ଥିତିରେ ପଡ଼ି ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ବାଧ୍ୟ ହେବେ।

କୁମ୍ଭ
କୁମ୍ଭ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା ନ କଲେ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଭାବୁଥିବା କାମଟି ସମ୍ପନ୍ନ କରିବା ସକାଶେ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଶତଭିଷା ନକ୍ଷତ୍ରର ଗୃହ,ଭୂମି,ଗାଡ଼ିମୋଟର, ପ୍ରେସ୍‌ ,ପବ୍ଲିକେଶନ ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ।
ମୀନମୀନ

ଆଜିର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଖଳ ଲୋକମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri