Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୧୬ ତାରିଖ – Daily Horoscope

ମେଷ
ଆଜି ଷଷ୍ଠସ୍ଥାନରେ ରବି ଓ ଚନ୍ଦ୍ର ରହିଥିବାରୁ ଆପଣଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରଖିବ ନାହିଁ। ଋଣ ପରିଶୋଧ, ରୋଗ ପାଇଁ ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ ଖର୍ଚ୍ଚାନ୍ତ କରାଇବ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ।
ବୃଷ
ବୃଷ

ଶୁକ୍ରଙ୍କ ପ୍ରଭାବରୁ ସ୍ଥଗିତ କାମକୁ ପୂରା ଦମରେ ସମ୍ପନ୍ନ କରିବାର ମଉକା ଜୁଟିବ। ରବିଙ୍କ ଦୁର୍ବଳତା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି।

ମିଥୁନ
ମିଥୁନ
ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟିରୁ ଅଲଗା ସ୍ଥାନରେ ରଖିଦେଇଥିବା ଟଙ୍କା ପଇସା ନ ପାଇ ବ୍ୟସ୍ତ ହୋଇପାରନ୍ତି। ଅଫିସ୍‌ କାମରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ସଭାସମିତି, ଜମିଜମା କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ।
କର୍କଟ
କର୍କଟ
ଭାଗ୍ୟସ୍ଥ କର୍ମାଧିପ କାରଣରୁ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ଅଧସ୍ତନମାନଙ୍କ ସୈାହାର୍ଦ୍ଦ୍ୟଜନିତ ମାନସିକ ସ୍ଥିତି ପ୍ରୀତିପ୍ରଦ ରହିବ। କେତେକ ନୂତନ କର୍ମାରମ୍ଭ ସକାଶେ ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଈର୍ଷାପରାୟଣ ମନୋବୃତ୍ତି ହେତୁ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ।
ସି˚ହ
ସି˚ହ
ଚତୁର୍ଥସ୍ଥ କେତୁଙ୍କ କୁପ୍ରଭାବରୁ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ପ୍ରୀତିପ୍ରଦ ନ ହୋଇପାରେ। ପରିବହନ, ପ୍ଲଟିଙ୍ଗ କାରବାର, ନିର୍ମାଣାଧୀନ କାମକ୍ଷେତ୍ରରେ ବାଧା ଉପୁଜିବ। ରାଜନୈତିକ କ୍ଷେତ୍ରରେ ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଦୂରଯାତ୍ରା ପାଇଁ ଦିନଟି ବହୁତ ଭଲ।
କନ୍ୟା
ଆପଣଙ୍କ ଯୁକ୍ତିଯୁକ୍ତ କଥାରେ ପ୍ରତିବାଦୀ ହାର ମାନିବେ ଓ ଆପଣଙ୍କ ଉଦ୍ଦେଶ୍ୟ ପୂରଣ ହୋଇଯିବ। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପାରିବାରିକ ସ୍ଥିତି ସ୍ବାଭାବିକ ହୋଇଯିବାରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
ସ୍ବଗୃହାଭିମୁଖୀ ଏକାଦଶସ୍ଥ ଶୁକ୍ରଙ୍କ ହେତୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆପଣଙ୍କ ଅର୍ଥନୈତିକ ଅଭିବୃଦ୍ଧି ଅବଶ୍ୟ ଘଟିବ। ଅର୍ଥବଳର ସାହାଯ୍ୟ ନେଇ ନିଜର ଗୁରୁତ୍ୱପୂର୍ଣ୍ଣ କାମଟିକୁ ପୂରା ନ କରିବା ଯାଏଁ ଛାଡିବେ ନାହିଁ। ଆଜିର ଯାତ୍ରା ଶୁଭପ୍ରଦ ହେବ ଏବଂ ବ୍ୟବସାୟିକ ସ୍ଥିତି ଗତାନୁଗତିକ ରୀତିରେ ଗଡି ଚାଲିବ।
ବିଛା
ବିଛା
ଅମାବାସ୍ୟାର ଗ୍ରହସ୍ଥିତି ପ୍ରଭାବରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବାରୁ ଆନନ୍ଦ ଅନୁଭବ କରିବେ। ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବାର ସୂଚନା ରହିଛି। କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ କିନ୍ତୁ ରଚନାମତ୍କ କାର୍ଯ୍ୟ ଧିମେଇ ଯାଇପାରେ।
ଧନୁ
ଧନୁ
ମଙ୍ଗଳ ଚତୁର୍ଥସ୍ଥ ହୋଇ ଶନି ଦୃଷ୍ଟିରେ ଥିବାରୁ ଆଜି ଭଲ କାମ କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଓଲଟା ଫଳ ପାଇବେ। ନିଜ ଲୋକ ବୋଲି ଅନ୍ୟକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବାର ସୂଚନା ରହିଛି। ପାରିବାରିକ, ଛୋଟ ଦୋକାନ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର

ରାହୁଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। କୌଣସି ସମ୍ଭାବ୍ୟ ଅସୁବିଧାର କଳ୍ପନା କରି ଆକସ୍ମିକ ଯାତ୍ରା ସ୍ଥଗିତ ରହିପାରେ। କୃତିତ୍ୱ ସକାଶେ ପଡୋଶୀମାନେ ପ୍ରଶଂସା କରିପାରନ୍ତି।

କୁମ୍ଭ
କୁମ୍ଭ
ଆଜି ମୁଖଭାବସ୍ଥ ମଙ୍ଗଳ ହେତୁ ରୁକ୍ଷ ବ୍ୟବହାର କଳହକୁ ଆମନ୍ତ୍ରଣ କରିବ। ଫଳରେ ଆପଣଙ୍କର ମାନସିକ ଅସୁସ୍ଥତା ହିଁ ଶାରୀରିକ ସୁସ୍ଥତାକୁ ପ୍ରତିହତ କରିବ। ନିଜର ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।
ମୀନମୀନ

ଧନାଧିପତିଙ୍କ ସ୍ଥିତିରୁ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ଥିଲେ ମଧ୍ୟ ବିଶେଷ ମନ୍ଦ ହେବନାହିଁ। କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ଦାୟିତ୍ୱ ନେଇଥିବା କାମଟିକୁ ଅବହେଳା କରି ଅନୁତାପ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri