Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ
ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ଓ କଳା ପାଇଁ ଚାପ କ୍ରମଶଃ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ କରିବେ। ମାତ୍ରାଧିକ ଭ୍ରମଣ, ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ପରୋକ୍ଷ ଶତ୍ରୁତାରୁ ଦୋଷୀ ରୂପେ ପରିଗଣିତ ହେବେ। କେତେକ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଏହା ଘଟିବାର ସମ୍ଭାବନା ଅଧିକ ରହିଛି । ଅର୍ଥ କିମ୍ବା ଆବଶ୍ୟକତା ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଏକ ସାଧାରଣ ପରିସ୍ଥିତିରେ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟରେ ଉନ୍ନତି, ଗୃହରେ ଶାନ୍ତି, ଜମିଜମା ବିବାଦର ସମାଧାନ ହେତୁ ମନ ପ୍ରଫୁଲ୍ଲ ରହିବ। ବାଣିଜ୍ୟ, ପରିବହନ, ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ମାଲି ମକଦ୍ଦମା, ଆଲୋଚନା, ଗବେଷଣା, ପ୍ରେସ୍‌ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
କର୍କଟ
କର୍କଟ
ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସଙ୍ଗକୁ ଭ୍ରମଣ ସୁଯୋଗ, ସତ୍‌ସଙ୍ଗ ଯୋଗୁ ମନ ଖୁସି ରହିବ। ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ବାଣିଜ୍ୟ, ବ୍ୟବସାୟ ଏପରି କି ଯୋଗାଣ କାରବାରରେ ଉନ୍ନତି କରିବେ।
ସି˚ହ
ସି˚ହ
ଆଜି ଦିନଟିରେ ପୂର୍ବାପେକ୍ଷା ପରିସ୍ଥିତି କେତେକାଂଶରେ ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ଅବଶ୍ୟ ଆଜି ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବିଶେଷ ଭ୍ରମଣଜନିତ ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ।
କନ୍ୟା
ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ପାଇବେ। ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ ଓ ଏଥିପାଇଁ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିବ। ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।
ତୁଳା
ତୁଳା
ଆପଣ ଯେତେ ଅନ୍ୟମାନଙ୍କର ମନ ନେଇ କାମ କଲେ ମଧ୍ୟ ନିଜର ଲୋକମାନେ ଈର୍ଷା ପରାୟଣ ହେବେ। ଅର୍ଥ ସଂଗ୍ରହରେ ତପତ୍ର ହେବେ, କିନ୍ତୁ ସମ୍ପୂର୍ଣ୍ଣ ସଫଳତା ପାଇବେ ନାହିଁ। ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁ ମିଳନ ଘଟିବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ବିଛା
ଶାରୀରିକ ସ୍ବାସ୍ଥ୍ୟ ବିଗିଡ଼ିବା ସହ ବନ୍ଧୁଙ୍କ ସହ ମତାନ୍ତରର ସମ୍ଭାବନା ରହିଛି। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅପରାହ୍ନରେ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ଅର୍ଥଲାଭ, ସମ୍ମାନ ପ୍ରାପ୍ତି, କାର୍ଯ୍ୟସିଦ୍ଧି ହେତୁ ମନ ମଧ୍ୟ ପ୍ରଫୁଲ୍ଲ ରହିବ। ଯେକୌଣସି କ୍ଷେତ୍ର ହେଉନା କାହିଁକି ଆପଣ ବିଚାର ବିନା ସରଳ ବିଶ୍ୱାସ କଲେ ହଇରାଣରେ ପଡ଼ିବେ। ରୋଗପୀଡ଼ା ଉପଶମ ହେତୁ ଖୁସି ରହିବେ। ଲେଖାପଢ଼ା ତଥା ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ସକାଳୁ ବନ୍ଧୁଙ୍କ ଦୁଃଖରେ ସମବେଦନା ପୂର୍ବକ ମନରେ ଭାବାନ୍ତର ସୃଷ୍ଟି ହୋଇପାରେ। ଯାତ୍ରା, ବାଣିଜ୍ୟ, ସ୍ତ୍ରୀ ସମ୍ପର୍କ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ହେବ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଆଜି ନୂତନ ଗୃହ, ଯାନ ବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ବ୍ୟବସାୟ ଓ ପରିବହନରେ ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପାଇଁ ସାମାନ୍ୟ ଝଟକା ଲାଗିପାରେ। ଆର୍ଥିକ ସମସ୍ୟା, ମାମଲା, ଜମିଜମା, ପିଲାଙ୍କ ବିବାହ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିବ।
ମୀନମୀନ
ଆଜି ବନ୍ଧୁଙ୍କ ମଧୁର ବ୍ୟବହାର ସଙ୍ଗକୁ ଅର୍ଥଲାଭ ମନକୁ ପ୍ରଫୁଲ୍ଲିତ କରିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri