Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ
ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ। ଜମିଜମା, କଳ କାରଖାନା, ଜଳ, ତୈଳ ବ୍ୟବସାୟରୁ ଲାଭବାନ ହେବେ। ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ।
ବୃଷ
ବୃଷ
ତୃତୀୟାଧିପ ସ୍ବଗୃହରୁ ଅଷ୍ଟମସ୍ଥ ହେତୁ ସମ୍ପର୍କୀୟମାନେ ବିରୁଦ୍ଧାଚରଣ କରିବେ। କର୍ମଭାବର ଶୁଭତ୍ୱ କାର୍ଯ୍ୟ ସାଧନରେ କୌଣସି ସମସ୍ୟା ସୃଷ୍ଟି କରିବନାହିଁ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଯାତ୍ରା କରିବାକୁ ପଡିପାରେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବିଶେଷତଃ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
ମିଥୁନ
ମିଥୁନ
ଧନାଧିପ ଭାଗ୍ୟସ୍ଥ ହେତୁ ଅର୍ଥଲାଭର ସୁଯୋଗ ସୃଷ୍ଟିହେବ। ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ଝମେଲା ଅଧିକ ବଢି ଯାଇପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କିଛି ନୂତନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ଯାନବାହନ ଚାଳନା ସମୟରେ ସତର୍କ ରୁହନ୍ତୁ।
କର୍କଟ
କର୍କଟ
ଆଜି ଅଷ୍ଟମଚନ୍ଦ୍ର ଆପଣଙ୍କୁ ଅନ୍ୟମନସ୍କ କରାଇପାରେ। ପୁରୁଣା ରାଗକୁ ଶୁଝାଇବା ସକାଶେ କେହି ବିନା କାରଣରେ ଅଭିଯୋଗ ଆଣିପାରନ୍ତି। ସ୍ତ୍ରୀଙ୍କ ସହ ଆଲୋଚନା କରି କୌଣସି କାମ କରିବା ଭଲ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ ଓ କଳା, ସାହିତ୍ୟରେ ଉନ୍ନତି କରିବେ।
ସି˚ହ
ସି˚ହ
ପାରିବାରିକ କଳହ ସନ୍ତାନଙ୍କ ଦ୍ୱାରା ସମାଧାନ ହୋଇପାରିବ। ଟଙ୍କା ପଇସାର ଅଭାବ ଓ ଧାର କରଜ ହେତୁ ମନ ବିବ୍ରତ ହେବ। ଇଚ୍ଛା ତ ଥାଇ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍‌ ରହିବ।
କନ୍ୟା
କେତୁଙ୍କ କୁପ୍ରଭାବରୁ କୌଣସି ଅପରିଚିତ ଲୋକ ମିତ୍ରତା ଛଳରେ ପାଖେଇ ଆସିପାରେ। ଅର୍ଥନୈତିକ, ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ବହୁତ ଦିନ ହେଲା ଇଚ୍ଛା କରୁଥିବା ଓ ପାଇପାରି ନ ଥିବା ଜିନିଷଟି ପାଇ ଖୁସି ହେବେ।
ତୁଳା
ତୁଳା
ଗୁରୁକ୍ଷେତ୍ରସ୍ଥ ଶୁକ୍ର ନୂତନ କର୍ମାରମ୍ଭ ପାଇଁ ଆପଣଙ୍କୁ ଅନୁପ୍ରେରିତ କରିବ। ଅବହେଳାଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଆଜିର ଚତୁର୍ଥଚନ୍ଦ୍ରଜନିତ ବିଭିନ୍ନ ପ୍ରକାରର ସମସ୍ୟାରେ ପଡ଼ି ବିରସ ମନରେ ରହିବାକୁ ପଡିପାରେ। କୌଣସି ସାଧାରଣ ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ସଭା ସମିତି, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଶୁକ୍ରଙ୍କ ସୁପ୍ରଭାବରୁ ହସଖୁସିରେ ସମୟ ଅତିବାହିତ ହେବା ସଙ୍ଗକୁ ମନୋରଞ୍ଜନର ମଉକା ମିଳିପାରେ।
ଅନ୍ୟମାନଙ୍କ କଥା ଅଯଥା ଚିନ୍ତା କରି ମନ ଅଶାନ୍ତ ରହିପାରେ। ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ।
ମକର
ମକର
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରି ଶାରୀରିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରନ୍ତିି। ଶିଳ୍ପ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆମତ୍ୀୟଙ୍କ ଅସୁସ୍ଥତା ବିଚଳିତ କରିବ।
କୁମ୍ଭ
କୁମ୍ଭ
ଆଜି ଷଷ୍ଠାଧିପ ରାଶିରେ ସ୍ବାସ୍ଥ୍ୟହାନି, ଶତ୍ରୁତା କିମ୍ବା ଋଣବୋଝରୁ ମନ ଦୋଦୁଲ୍ୟମାନ ରହିବ। ପୂର୍ବାଷାଢା ନକ୍ଷତ୍ର ଯୁଆଡେ ଯାଆନ୍ତୁ ସଫଳତା ଅବଶ୍ୟ ପାଇବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବା ସହ ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବ।
ମୀନମୀନ
ଦ୍ୱିତୀୟସ୍ଥ ମଙ୍ଗଳ ହେତୁ ଟିକିଏ ଟିକିଏ କଥାରେ ରାଗି କାହାକୁ କିଛି କହିଦେବା ସମସ୍ୟାର କାରଣ ହୋଇପାରେ। ଅତୀତକୁ ନେଇ ମନ ଭାରାକ୍ରାନ୍ତ ରହିବା ସହ ପାରିବାରିକ ପ୍ରତିରୋଧ ହେତୁ କାମ ଅଟକି ଯିବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଆନୁଷ୍ଠାନିକ କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri