Posted inRasifala

ରାଶିଫଳ: ଶନିବାର, ମେ ୧୩ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ସମ୍ପନ୍ନ ହେବ। ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ସମୟାନୁବର୍ତ୍ତିତା ଓ କର୍ମଦକ୍ଷତା ହେତୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ସ୍ଥଗିତ କାମ ବନ୍ଧୁଙ୍କ ଦ୍ୱାରା ସମ୍ପନ୍ନ ହେବ।
ବୃଷ
ବୃଷ
ସମୟର ପ୍ରତିକୂଳତାଜନିତ ବିଭିନ୍ନ ଘରୋଇ ଝମେଲା କାରଣରୁ ମନ ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ନ ରହିଲେ ହଜିଯିବାର ଆଶଙ୍କା ରହିଛି। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
କାମ କରିବାର ମାନସିକତା ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁମାନଙ୍କର କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ। କଳା, ସାହିତ୍ୟ, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନି। ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅର୍ଥହାନି ଯୋଗୁ ଚିନ୍ତିତ ରହିବେ। କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିପାରନ୍ତି। ନୂତନ ଯୋଜନା କିମ୍ବା ମାଙ୍ଗଳିକ କାମ ଲାଗି ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରିବା ଭଲ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିବେ। ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଗହଣରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି। ମାଲିମକଦ୍ଦମା, ରଚନାତ୍ମକ କାର୍ଯ୍ୟ, ଯାତ୍ରା, ଗବେଷଣା ତଥା ପରିବହନରେ ଲାଭବାନ ହେବେ।
କନ୍ୟା
ସକାଳୁ ବନ୍ଧୁଙ୍କ ପରାମର୍ଶରେ କୌଣସି କାମ ସକାଶେ ମନ ବଳାଇବେ। ଯାତ୍ରା କାଳରେ କୌଣସି ଖଳ ଲୋକଙ୍କ କଥାରେ ପଡ଼ି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ମାଲିମକଦ୍ଦମା, ତର୍କ ବିତର୍କ, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ଛୋଟ କଥାକୁ ନେଇ ପରିବାରରେ ବିରକ୍ତି ପ୍ରକାଶ କାରଣରୁ ମତଭେଦ ଓ ବିବାଦ ବଢ଼ିବ। ସାମାଜିକ ଓ ଆନୁଷ୍ଠାନିକ କାମରେ ସହଯୋଗ ମନୋଭାବରୁ ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଆକସ୍ମିକ ଭାବରେ ବନ୍ଧୁ ମିଳନକୁ ଆହୂତ ହୋଇପାରନ୍ତି।
ବିଛା
ବିଛା
ପରିବର୍ତ୍ତିତ ପରିସ୍ଥିତିରେ ଦୀର୍ଘ ଦିନର ଅଭିଳାଷ ପୂରଣ ହେବ। ବିଶାଖା ନକ୍ଷତ୍ରର ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ଯାତ୍ରା ସମୟରେ ଦବ୍ର୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। କଳା, ସାହିତ୍ୟ, ପ୍ରକାଶନ, ପ୍ରଶାସନ, ସାମ୍ବାଦିକତା, ରାଜନୀତି, ସଂଗଠନ, କ୍ଷେତ୍ରରେ ସମସ୍ୟା ସମାଧାନ କରିବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ବନ୍ଧୁଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୁଲ୍‌ ବୁଝାମଣାକୁ ସୁଧାରି ନେବେ। ପଡ଼ୋଶୀମାନେ କିମ୍ବା ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ଶତ୍ରୁତା କରିପାରନ୍ତି। ବନ୍ଧୁଙ୍କ ନିକଟରେ ବହୁତ ଦିନରୁ ରହିଥିବା ବାକି ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ।
ମକର
ମକର
ମତାନ୍ତରଜନିତ ମାନସିକ ଅଶାନ୍ତି ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ। ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ରପ୍ତାନି, ଜମିଜମା କ୍ରୟ ବିକ୍ରୟ, ସାଂସ୍କୃତିକ କାମ,ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ।
କୁମ୍ଭ
କୁମ୍ଭ
ଆଶା କରୁଥିବା ଜିନିଷଟି ବନ୍ଧୁଙ୍କ ମାଧ୍ୟମରେ ଅତି ସୁବିଧାରେ ପାଇଯିବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଦୀର୍ଘ ଆଲୋଚନା ପରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାବି ଚିନ୍ତି କାମ କରିବା ଭଲ ନତୁବା ସମସ୍ୟାଗ୍ରସ୍ତ ହୋଇପାରନ୍ତି।
ମୀନମୀନ
ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବାରେ ପ୍ରତିବନ୍ଧକ ରହିବ ନାହିଁ। ଆଲୋଚନା ପରିସରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?