Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ
କର୍ମାଧିପ ବ୍ୟୟାଧିପ ଯୁକ୍ତ ହେତୁ ସବୁ ସୁବିଧା ଥାଇ ମଧ୍ୟ ବିନା ଖର୍ଚ୍ଚରେ କିଛି କରିପାରିବେ ନାହିଁ। ଯାତ୍ରା କରିବେ କିନ୍ତୁ ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯାଇପାରେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।
ବୃଷ
ବୃଷ
ଶନି ଓ ବୃହସ୍ପତିଙ୍କ ସମ୍ବନ୍ଧରୁ କର୍ମ କ୍ଷେତ୍ରରେ ଯାହାକୁ ଯାହା କହିଲେ ସେହି ବ୍ୟକ୍ତି ତାହାକୁ ଓଲଟା ଅର୍ଥରେ ଗ୍ରହଣ କରିବ। ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଅବଶ୍ୟ ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରା ସଫଳ ହେବ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ।
ମିଥୁନ
ମିଥୁନ
ରାହୁ ଦ୍ୱାଦଶ ସ୍ଥାନରେ ରହିଥିବାରୁ ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ। ଆକସ୍ମିକଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ନିଜ ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ବହୁତ ହଇରାଣ ହେବାକୁ ପଡିପାରେ।
କର୍କଟ
କର୍କଟ
ରାଶ୍ୟାଧିପ ଷଷ୍ଠଭାବରେ ରହିଥିବାରୁ ଆଜି ଯେକୌଣସି ସମସ୍ୟା ଆସିଲେ ତାହାକୁ ସାମ୍ନା କରିବେ। ବନ୍ଧୁଙ୍କ ପରାମର୍ଶରେ ନୂଆ ଯୋଜନା ଆରମ୍ଭ କରିପାରନ୍ତି। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ ପଶ୍ଚାତ୍ତାପର କାରଣ ହୋଇପାରେ। ଦୀର୍ଘଦିନରୁ ଋଣ ପରିଶୋଧ ନ କରିପାରିବା କାରଣରୁ କରଜଦାତାଙ୍କ ଚାପ ବୃଦ୍ଧି ପାଇବ।
ସି˚ହ
ସି˚ହ
ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। କେତୁ ଚତୁର୍ଥସ୍ଥ ହେତୁ ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ। ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ସାମୟିକ ଖୁସି ରହିବେ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
ପରିବାରରେ କିଛିଟା ଗୋଳମାଳିଆ ପରିସ୍ଥିତି ନୂତନ ସମସ୍ୟା ସୃଷ୍ଟି କରିବ। ଶନି ଓ ବୃହସ୍ପତିଙ୍କ ସଂଯୋଗରୁ ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ। ଦୀର୍ଘପଥ ଭ୍ରମଣ କାରଣରୁ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଘରେ ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିବେ।
ତୁଳା
ତୁଳା
ତୃତୀୟାଧିପ ନୀଚସ୍ଥ ଯୋଗୁଁ ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଅର୍ଥକୁ ନେଇ ବାକ୍‌ବିତଣ୍ଡା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ବହୁତ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ କହିବା ହେତୁ ପରୋକ୍ଷ ଶତ୍ରୁତା ସୃଷ୍ଟି ହେବ। ଅପରାହ୍ନରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ରାଶିରେ ମୁଣ୍ଡ ନ ଥିବା ଗ୍ରହ ଅବସ୍ଥାନ କରିଥିବାରୁ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଯେକୌଣସି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କଲେ ଲାଭ ହେବନି। ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ନିଜକୁ ହଇରାଣ ହେବାକୁ ପଡିପାରେ। ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି, କଳା,ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।
ଧନୁ
ଧନୁ
ରାଶିରେ ଶୁକ୍ରଙ୍କ ସ୍ଥିତିରୁ ପରୋକ୍ଷଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇପାରନ୍ତି। ଆଜି ସହକର୍ମୀ, ଭାଇ ଭଉଣୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ।
ମକର
ମକର
ନୀଚସ୍ଥ ତୃତୀୟାଧିପ ହେତୁ କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସୁଫଳ ପାଇବେ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟହାସଲ କରିବାର ଅପଚେଷ୍ଟା କରିପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ପୂର୍ବରାଗକୁ ନେଇ କାହା କଥାକୁ କିଏ ସମର୍ଥନ କରିବେ ନାହିଁ। ପାପଗ୍ରହ କର୍ମସ୍ଥ ଯୋଗୁଁ କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଯାତ୍ରାରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଘରେ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବ।
ମୀନମୀନ
ବନ୍ଧୁଙ୍କ ନିକଟରୁ ଯାହା ଆଶା କରୁଥିଲେ ସେତିକି ନ ପାଇ ଅସନ୍ତୁଷ୍ଟ ହେବେ। ସମ୍ପର୍କୀୟଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। ଦୁର୍ବଳ ବୃହସ୍ପତି ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri