Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ ମନ୍ଦ ହେବନି। ଏକ ଭିନ୍ନ ପରିବେଶରେ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। କିନ୍ତୁ ଖଳଲୋକଙ୍କ ଅପପ୍ରଚାର କ୍ରମେ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି।
ବୃଷ
ବୃଷ
ଉଚ୍ଚାରୋହୀ ଶୁକ୍ର ହେତୁ ଦୈହିକ ସୁସ୍ଥତା ସହ ପୂର୍ବରୁ ଯୋଗାଯୋଗ ରଖିଥିବା ଆତ୍ମୀୟଙ୍କ ନିକଟରୁ ଅର୍ଥଲାଭ ହେବ। ଶନିଙ୍କ କୁଦୃଷ୍ଟିରୁ ଜଣେ ବନ୍ଧୁଙ୍କ ପ୍ରରୋଚନାରେ ଅପରିଚିତଙ୍କ ସହ ମିତ୍ରତା କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ଗୁଡ଼ିଏ କାମ ହାତକୁ ନେଇ ବ୍ୟସ୍ତ ହେବେ। କଚେରି ମାମଲାର ଶୁଣାଣି ଦୁଶ୍ଚିନ୍ତାର କାରଣ ହୋଇପାରେ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ରର ଅବସ୍ଥା ଚକ୍ରରେ ପଡ଼ି ହାତରୁ ଖାଇ ଘୋଡ଼ା ପଛରେ ଧାଇଁଲା ପରି ପରିସ୍ଥିତି ସୃଷ୍ଟି ହେବ। ଆଜି ଲକ୍ଷ୍ୟହାସଲ ସହ ବନ୍ଧୁସମ୍ପର୍କ ସ୍ଥାପିତ ହେବ। ସକାଳୁ ବଳକା କାମକୁ ଶେଷ କରିବା ସକାଶେ ବ୍ୟସ୍ତ ହୋଇପାରନ୍ତି। ପକ୍ଷପାତିତାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ି ହେବନାହିଁ।
କର୍କଟ
କର୍କଟ
ସ୍ବାସ୍ଥ୍ୟରେ ଉନ୍ନତି ସହ କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ ଓ ଗୌରବଲାଭର ସୁଯୋଗ ପାଇବେ। ପାରିବାରିକ ସମସ୍ୟା ପୂର୍ବାବସ୍ଥାକୁ ବଜାୟ ରଖିଲେ ମଧ୍ୟ ମାନସିକ ସ୍ତରରେ ଠିକ୍‌ ରହିବେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇପାରିବେ। ଆନୁଷ୍ଠାନିକ କାମ, ପ୍ରଶାସନିକ କ୍ଷେତ୍ର ତଥା ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଦୁର୍ବଳ ଅବସ୍ଥିତି ଆପଣଙ୍କୁ ମାନସିକ ଅସ୍ଥିରତା ମଧ୍ୟରେ ବାନ୍ଧି ରଖିପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, କଚେରି ମାମଲା କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଉପତ୍ନ୍ନ କରିବ। ଶତ୍ରୁମାନେ ପାଖ ମାଡିବାକୁ ସାହସ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଉସତ୍ାହର ସହ କାମ କରିବା ସକାଶେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
କନ୍ୟା
ଭଲ ସମ୍ପର୍କ ନ ଥିବା ନୀଚ ଜାତିର ଲୋକଟି କାମକୁ ବିଗାଡ଼ି ଦେବେ। ଉଚ୍ଚସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ଉତ୍ତରାଫାଲଗୁନୀ ନକ୍ଷତ୍ରଜାତ ବ୍ୟକ୍ତିମାନେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିବେ। ପାରିବାରିକ ସ୍ଥିତି, ବ୍ୟବସାୟ, ବାଣିଜ୍ୟ ପୂର୍ବଭଳି ଅକ୍ଷୁଣ୍ଣ ରହିବ।
ତୁଳା
ତୁଳା
ଆଜି ଆର୍ଥିକ ଦିଗରୁ ଲାଭବାନ ହେବା ସହ ଜମିଜମା ବିବାଦର ଅବସାନ ଘଟିବ। ପରିବାରରେ ଅସ୍ଥିରତା, ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, ଚୁକ୍ତିର ଉଲ୍ଲଂଘନ ମାନସିକ ଅଶାନ୍ତି ସୃଷ୍ଟି କରିବ। ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସମ୍ଭାଳି ନେବେ। ପ୍ରବଚନ, ସତ୍‌ସଙ୍ଗରେ ପ୍ରଶଂସିତ ହେବେ।
ବିଛା
ବିଛା
ଆଜି ଯେଉଁ କାମରେ ହାତ ଦେବେ ତାହା ସମ୍ପନ୍ନ ନ ହୋଇ ରହିବନାହିଁ। ଅନୁରାଧା ନକ୍ଷତ୍ର ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ କରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପ୍ରାୟତଃ ଭଲ ରହିବା ହେତୁ ସାମୟିକ ଦୁଃଖ ଲାଘବ ହେବ। ପରିବାରର ପୁରୁଣା କଥାକୁ ସ୍ମରଣ କରି ଦୁଃଖରେ ରହିବାକୁ ବାଧ୍ୟ ହେବେ।
ଧନୁ
ଧନୁ
ଆଜିର ଚନ୍ଦ୍ର ଆପଣଙ୍କୁ ଧାର୍ମିକ ମନୋବୃତ୍ତି ସମ୍ପନ୍ନ କରାଇବା ସହ ସମସ୍ୟା ଭିତରକୁ ଟାଣିନେବ। ଭଲ ସମ୍ପର୍କ ରହିଥିବା ସହକର୍ମୀଟି ଭୁଲ୍‌ ବୁଝାମଣା କାରଣରୁ ମୁହଁ ଫେରାଇ ନେବେ। ପ୍ରଶାସନ, ଗବେଷଣା, ସାହିତ୍ୟ, ସାମ୍ବାଦିକତା, ରଚନାମତ୍କ କାମରେ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ବିରକ୍ତ ହେବେ।
ମକର
ମକର
ଆଜିର କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ଓ କାମ ସୁବିଧାରେ ହୋଇଯିବ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜର ଆମତ୍ୀୟସ୍ବଜନଙ୍କ ସାହଚର୍ଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ପୂର୍ବର କଳହକୁ କେନ୍ଦ୍ରକରି ଆମତ୍ୀୟସ୍ବଜନମାନେ ଦୂରେଇ ଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବାର ଆଶା ରହିଛି। ବସନ ଭୂଷଣ ପ୍ରଭୃତି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ସ୍ବାସ୍ଥ୍ୟ ପ୍ରାୟତଃ ନିୟନ୍ତ୍ରଣ ମଧ୍ୟରେ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ମୀନମୀନ
ନିଜର ଲକ୍ଷ୍ୟସାଧନ ପରିପ୍ରେକ୍ଷୀରେ ବିଶେଷଭାବରେ ଦୁଇଜଣ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ରେବତୀ ନକ୍ଷତ୍ରର ଆର୍ଥିକ ଦୁରବସ୍ଥା ଲାଗି ରହିଲେ ମଧ୍ୟ କାମ ଅଟକିବ ନାହିଁ। ସଭାସମିତି, ରାଜନୀତି, ମାଲିମକଦ୍ଦମା ତଥା ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri