Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ବୃହସ୍ପତି ଅବସ୍ଥାନ କରି ଗଜକଶେରୀ ଯୋଗ ସୃଷ୍ଟି କରୁଥିବାରୁ ଅଭିଳଷିତ କାର୍ଯ୍ୟ ସମାପନ କରିବେ। ତଥାପି ଅଷ୍ଟମସ୍ଥ ଶୁକ୍ରଙ୍କ ଯୋଗୁ ଟଙ୍କା ପଇସାକୁ କେନ୍ଦ୍ର କରି ଘରେ କଳହ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି।
ବୃଷ
ବୃଷ
ରାଶି ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟିରୁ ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଓ ବାଚନିକ ପ୍ରତିଶ୍ରୁତି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବାରେ ସାହାଯ୍ୟ କରିବ। ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଦାୟୀ ହେବାକୁ ପଡିପାରେ। ଅଭାବ ପୂରଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ଆଶା କରିଥିବା ଦିଗରୁ କୌଣସି ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ।
ମିଥୁନ
ମିଥୁନ
ଆଜି କର୍ମଭାବସ୍ଥ ମଙ୍ଗଳ ପ୍ରଭାବରେ କାମ ହାସଲ ସକାଶେ ଆନୁଷଙ୍ଗିକ ସାହାଯ୍ୟ ପାଇବେ। ବହୁତ ଦିନର ପୁରାତନ ରୋଗର ପୀଡା କ୍ରମଶଃ ହ୍ରାସ ପାଇପାରେ। ଆନୁଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ପାଇବାର ଆଶା ଉଜ୍ଜ୍ୱଳତର ହେବ।
କର୍କଟ
କର୍କଟ
ଚନ୍ଦ୍ର କେନ୍ଦ୍ରସ୍ଥ ହୋଇ ଶନି ଦୃଷ୍ଟିରେ ଥିବାରୁ କୌଣସି କାମ କରିସାରିବା ପରେ ଭଲମନ୍ଦର ବିଚାର କରି ଅସ୍ଥିର ରହିବେ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କଲେ ବି ଆପଣଙ୍କୁ କିଛି ଫରକ ପଡିବନାହିଁ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ସି˚ହ
ସି˚ହ
ଚତୁର୍ଥସ୍ଥ ଚତୁଃଗ୍ରହ ଯୋଗୁ ପରିବାର ଓ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି। ଅର୍ଥ ସମ୍ପର୍କୀୟ କୌଣସି ଝମେଲାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ଯୋଗୁ ଚିନ୍ତିତ ହେବେ। ସ୍ବାର୍ଥହାନି ଆଶଙ୍କାରେ ଆମତ୍ୀୟସ୍ବଜନ ଦୂରେଇ ଯାଇପାରନ୍ତି।
କନ୍ୟା
ତୃତୀୟ ଅଷ୍ଟମାଧିପ ରାଶିକୁ ଦେଖୁଥିବାରୁ କୌଣସି ବ୍ୟକ୍ତି ଫୁସୁଲା ଫୁସୁଲି କରି ନିଜର ଫାଇଦା ହାସଲ କରିପାରନ୍ତି। ଆଲୋଚନା କିମ୍ବା ସଭାସମିତିରେ ପାଣ୍ଡିତ୍ୟର ପରିପ୍ରକାଶ ଯୋଗୁ ସୁସମ୍ପର୍କ ସ୍ଥାପିତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ମାତ୍ର ତାହା ଅନ୍ୟ ବାଟରେ ବ୍ୟୟ ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
କର୍ମାଧିପ କୋଣାଧିପଙ୍କ ଦୃଷ୍ଟିରେ ରହିଥିବାରୁ ଗତକାଲିର ଅସମ୍ପୂର୍ଣ୍ଣ କାମ ସାଙ୍ଗକୁ ଆଜିର ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ଲକ୍ଷ୍ୟ ହାସଲ କରିବେ। ଅନ୍ୟର ଅସୁବିଧା ଦୂର କରିବା ପାଇଁ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପ୍ରକାଶନ, ପ୍ରଶାସନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଆଜି ଏକାଦଶସ୍ଥ ଚନ୍ଦ୍ରଙ୍କ ଯୋଗୁ ନୂତନ କର୍ମାରମ୍ଭ, ଲୋକସମ୍ପର୍କ,ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଏକାଧିକଗ୍ରହ ରାଶିରେ ବିଭ୍ରାନ୍ତି ସୃଷ୍ଟି କରାଇ ବ୍ୟବହାରରେ କଠୋରତା ପ୍ରକାଶ କରାଇପାରନ୍ତି। ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ କୃତକାର୍ଯ୍ୟ ହେବେ।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ଅଳସୁଆମୀ ଯୋଗୁ କାମରେ ତତ୍ପରତା ନ ଦେଖାଇଲେ ନିଜ ଲୋକଙ୍କଠାରୁ ଆସ୍ଥା ହରାଇବେ। ଖର୍ଚ୍ଚ ବଢ଼ିବା ହେତୁ ମନ ଆନମନା ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଚତୁର୍ଥାଧିପ ତୃତୀୟସ୍ଥ ହେତୁ ନୂଆ ଯୋଜନା ପାଇଁ ପରିବାରରୁ ସହଯୋଗ ମିଳିବନି। ଖର୍ଚ୍ଚ ପରିମାଣ ବୃଦ୍ଧିପାଇବାରୁ ଚିନ୍ତା ବଢିଯିବ। ଅପରାହ୍ନରେ ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କ କାମ ହୋଇଯିବ। ଅଫିସ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଦୁର୍ବଳତା କାରଣରୁ ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ବ୍ୟବସାୟ କିମ୍ବା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟ ସଂପନ୍ନ କରିବେ।
ମୀନମୀନ
ନୀଚ ରାଶିସ୍ଥ ବୃହସ୍ପତିଙ୍କ କୁପ୍ରଭାବରୁ କିଛି ଭଲ ଓ କିଛି ମନ୍ଦରେ ଦିନଟି କଟିବ। ପ୍ରତ୍ୟେକ କ୍ଷେତ୍ରରେ ପିଠି ଥାପୁଡ଼େଇ କାମ ହାସଲ କରୁଥିଲେ ମଧ୍ୟ ଆଜି ତାହା କାମଦେବ ନାହିଁ। ସତର୍କତା ଅବଲମ୍ବନ ନ କଲେ ପୁରାତନ ରୋଗର ପୀଡା ଦେବ। ଅନ୍ୟ କଥାକୁ ସତ ମଣି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri