Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ବୃହସ୍ପତି ଅବସ୍ଥାନ କରି ଗଜକଶେରୀ ଯୋଗ ସୃଷ୍ଟି କରୁଥିବାରୁ ଅଭିଳଷିତ କାର୍ଯ୍ୟ ସମାପନ କରିବେ। ତଥାପି ଅଷ୍ଟମସ୍ଥ ଶୁକ୍ରଙ୍କ ଯୋଗୁ ଟଙ୍କା ପଇସାକୁ କେନ୍ଦ୍ର କରି ଘରେ କଳହ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି।
ବୃଷ
ବୃଷ
ରାଶି ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟିରୁ ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଓ ବାଚନିକ ପ୍ରତିଶ୍ରୁତି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବାରେ ସାହାଯ୍ୟ କରିବ। ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଦାୟୀ ହେବାକୁ ପଡିପାରେ। ଅଭାବ ପୂରଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ଆଶା କରିଥିବା ଦିଗରୁ କୌଣସି ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ।
ମିଥୁନ
ମିଥୁନ
ଆଜି କର୍ମଭାବସ୍ଥ ମଙ୍ଗଳ ପ୍ରଭାବରେ କାମ ହାସଲ ସକାଶେ ଆନୁଷଙ୍ଗିକ ସାହାଯ୍ୟ ପାଇବେ। ବହୁତ ଦିନର ପୁରାତନ ରୋଗର ପୀଡା କ୍ରମଶଃ ହ୍ରାସ ପାଇପାରେ। ଆନୁଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ପାଇବାର ଆଶା ଉଜ୍ଜ୍ୱଳତର ହେବ।
କର୍କଟ
କର୍କଟ
ଚନ୍ଦ୍ର କେନ୍ଦ୍ରସ୍ଥ ହୋଇ ଶନି ଦୃଷ୍ଟିରେ ଥିବାରୁ କୌଣସି କାମ କରିସାରିବା ପରେ ଭଲମନ୍ଦର ବିଚାର କରି ଅସ୍ଥିର ରହିବେ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କଲେ ବି ଆପଣଙ୍କୁ କିଛି ଫରକ ପଡିବନାହିଁ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ସି˚ହ
ସି˚ହ
ଚତୁର୍ଥସ୍ଥ ଚତୁଃଗ୍ରହ ଯୋଗୁ ପରିବାର ଓ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି। ଅର୍ଥ ସମ୍ପର୍କୀୟ କୌଣସି ଝମେଲାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ଯୋଗୁ ଚିନ୍ତିତ ହେବେ। ସ୍ବାର୍ଥହାନି ଆଶଙ୍କାରେ ଆମତ୍ୀୟସ୍ବଜନ ଦୂରେଇ ଯାଇପାରନ୍ତି।
କନ୍ୟା
ତୃତୀୟ ଅଷ୍ଟମାଧିପ ରାଶିକୁ ଦେଖୁଥିବାରୁ କୌଣସି ବ୍ୟକ୍ତି ଫୁସୁଲା ଫୁସୁଲି କରି ନିଜର ଫାଇଦା ହାସଲ କରିପାରନ୍ତି। ଆଲୋଚନା କିମ୍ବା ସଭାସମିତିରେ ପାଣ୍ଡିତ୍ୟର ପରିପ୍ରକାଶ ଯୋଗୁ ସୁସମ୍ପର୍କ ସ୍ଥାପିତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ମାତ୍ର ତାହା ଅନ୍ୟ ବାଟରେ ବ୍ୟୟ ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
କର୍ମାଧିପ କୋଣାଧିପଙ୍କ ଦୃଷ୍ଟିରେ ରହିଥିବାରୁ ଗତକାଲିର ଅସମ୍ପୂର୍ଣ୍ଣ କାମ ସାଙ୍ଗକୁ ଆଜିର ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ଲକ୍ଷ୍ୟ ହାସଲ କରିବେ। ଅନ୍ୟର ଅସୁବିଧା ଦୂର କରିବା ପାଇଁ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପ୍ରକାଶନ, ପ୍ରଶାସନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଆଜି ଏକାଦଶସ୍ଥ ଚନ୍ଦ୍ରଙ୍କ ଯୋଗୁ ନୂତନ କର୍ମାରମ୍ଭ, ଲୋକସମ୍ପର୍କ,ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଏକାଧିକଗ୍ରହ ରାଶିରେ ବିଭ୍ରାନ୍ତି ସୃଷ୍ଟି କରାଇ ବ୍ୟବହାରରେ କଠୋରତା ପ୍ରକାଶ କରାଇପାରନ୍ତି। ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ କୃତକାର୍ଯ୍ୟ ହେବେ।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ଅଳସୁଆମୀ ଯୋଗୁ କାମରେ ତତ୍ପରତା ନ ଦେଖାଇଲେ ନିଜ ଲୋକଙ୍କଠାରୁ ଆସ୍ଥା ହରାଇବେ। ଖର୍ଚ୍ଚ ବଢ଼ିବା ହେତୁ ମନ ଆନମନା ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଚତୁର୍ଥାଧିପ ତୃତୀୟସ୍ଥ ହେତୁ ନୂଆ ଯୋଜନା ପାଇଁ ପରିବାରରୁ ସହଯୋଗ ମିଳିବନି। ଖର୍ଚ୍ଚ ପରିମାଣ ବୃଦ୍ଧିପାଇବାରୁ ଚିନ୍ତା ବଢିଯିବ। ଅପରାହ୍ନରେ ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କ କାମ ହୋଇଯିବ। ଅଫିସ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଦୁର୍ବଳତା କାରଣରୁ ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ବ୍ୟବସାୟ କିମ୍ବା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟ ସଂପନ୍ନ କରିବେ।
ମୀନମୀନ
ନୀଚ ରାଶିସ୍ଥ ବୃହସ୍ପତିଙ୍କ କୁପ୍ରଭାବରୁ କିଛି ଭଲ ଓ କିଛି ମନ୍ଦରେ ଦିନଟି କଟିବ। ପ୍ରତ୍ୟେକ କ୍ଷେତ୍ରରେ ପିଠି ଥାପୁଡ଼େଇ କାମ ହାସଲ କରୁଥିଲେ ମଧ୍ୟ ଆଜି ତାହା କାମଦେବ ନାହିଁ। ସତର୍କତା ଅବଲମ୍ବନ ନ କଲେ ପୁରାତନ ରୋଗର ପୀଡା ଦେବ। ଅନ୍ୟ କଥାକୁ ସତ ମଣି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri