ମେଷ

ଆଜିର ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବାର ଆଶା ରହିଛି। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମ ସମ୍ପନ୍ନ ହୋଇପାରିବ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟରେ ଟେନସନ୍ ଲାଗି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ବନ୍ଧୁ ମିଳନରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ବୃଷ

ତୃତୀୟାଧିପ ଏକାଦଶଭାବକୁ ଦେଖୁଥିବାରୁ ଆବଶ୍ୟକ ସାହାଯ୍ୟ,ସହଯୋଗ ପାଇବାରେ କୌଣସି ଅସୁବିଧା ହେବନାହିଁ। ନିଜ ପରିସରର ଆନୁଷ୍ଠାନିକ କାମରେ ଆପଣଙ୍କ ଅପବ୍ୟୟର ସୀମା ଟପିଯାଇପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ।
ମିଥୁନ

କର୍ମାଧିପତିଙ୍କୁ ଚାରୋଟି ଗ୍ରହ ଦେଖୁଥିବାରୁ ଏକାଧିକ କାମରେ ଅନୁପ୍ରବେଶର ସୂଚନା ରହିଛି। ବନ୍ଧୁମାନଙ୍କ ସହ ଆଲୋଚନା ସମୟରେ ଅନାବଶ୍ୟକ କଥା ନକହିବା ଭଲ ହେବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବେ। ବ୍ୟବସାୟିକ କ୍ଷେତ୍ରରେ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କର୍କଟ

ବୁଧକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ କୁପ୍ରଭାବରୁ ସମ୍ପର୍କୀୟଙ୍କ ସହ ସୁସସମ୍ପର୍କ ରହିବନାହିଁ। ଜମିଜମା ସମ୍ପର୍କୀୟ କଥା, ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଟକିଯିବ। କର୍ମକ୍ଷେତ୍ରରେ ଈର୍ଷାପରାୟଣ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି।
ସି˚ହ

ଲାଭଭାବସ୍ଥ ଶୁଭଗ୍ରହ ପ୍ରଭାବରୁ ଆଜିର ଆଲୋଚନା ଓ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଶାରୀରିକ ସୁସ୍ଥତାରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ। ପାରିବାରିକ ଅସୁବିଧା ଓ ଅସାମଞ୍ଜସ୍ୟତା କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରେ। ଉତ୍ତରାଫାଲଗୁନୀ ନକ୍ଷତ୍ରର ବୁଝାମଣା ଠିକ୍ ରହିବ ଏବଂ ଲକ୍ଷ୍ୟ ହାସଲରେ ଅସୁବିଧା ହେବନାହିଁ।
କନ୍ୟା

ଆଜିର ଗ୍ରହସ୍ଥିତି ପ୍ରତ୍ୟେକ ଦୃଷ୍ଟିରୁ ଭଲ ରହିଥିବାରୁ ଯାହା କରିବେ ସେଥିରେ ନିଶ୍ଚିତ ସଫଳତା ପାଇବେ। କିନ୍ତୁ ଅର୍ଥ ସମ୍ପର୍କୀୟ ଆଲୋଚନା କିମ୍ବା ଦ୍ରବ୍ୟପ୍ରାପ୍ତିରେ ପ୍ରତିରୋଧ ସୃଷ୍ଟି ହୋଇପାରେ। ହସ୍ତା ନକ୍ଷତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ହଜାଇ ଦେଇପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ତୁଳା

ଅନୁକୂଳ ଗ୍ରହସ୍ଥିତି ହେତୁ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟରେ ଆଶା ପୂରଣ ହେବାର ସୂଚନା ରହିଛି। ସମସ୍ୟାର ସମାଧାନ ଦିଗରେ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ବାହାରେ ଭ୍ରମଣ କାରଣରୁ ସାମାନ୍ୟ ଥଣ୍ଡାଜନିତ ସ୍ବାସ୍ଥ୍ୟହାନି ଘଟିପାରେ। ବାଦ୍ୟ,ନୃତ୍ୟ ତଥା ସଙ୍ଗୀତାଦି କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।
ବିଛା

ମୁଖଭାବସ୍ଥ ଚତୁଃଗ୍ରହ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା କାରଣରୁ ସମ୍ମୁଖରେ ନ ହେଲେ ମଧ୍ୟ ପଛରେ ଶତ୍ରୁମାନେ ମଧ୍ୟ ପ୍ରଶଂସା କରିବେ। ସ୍ବାସ୍ଥ୍ୟ, ଲୋକ ସମ୍ପର୍କ, ସାହିତ୍ୟ, ସାମ୍ବାଦିକତା, ରାଜନୀତି ତଥା ପ୍ରଶାସନ କ୍ଷେତ୍ର ଭଲ ରହିବ। ଅନୁରାଧା ନକ୍ଷତ୍ର ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ଧନୁ

ରାଶି ପ୍ରତି ଗୁରୁ ଓ ଶୁକ୍ରଙ୍କ ସମ୍ପର୍କରୁ ଧର୍ମକାର୍ଯ୍ୟ, ନୂତନ ପ୍ରକଳ୍ପ, ଆନୁଷ୍ଠାନିକ କାମରେ ବ୍ୟୟବରାଦ କରିପାରନ୍ତି। ଶୁଭ ଖବରରୁ ଦିନଟି ଖୁସିରେ ଅତିବାହିତ ହେବ। ନିୟନ୍ତ୍ରିତ ସ୍ବାସ୍ଥ୍ୟ, ପାରିବାରିକ ସୌହାର୍ଦ୍ଦ୍ୟରୁ ଖୁସି ରହିବେ। ବନ୍ଧୁଙ୍କ ପ୍ରତାରଣା ଓ ପରୋକ୍ଷ ଶତ୍ରୁତାରୁ ମନସ୍ତାପ କରିବେ। ବାଣିଜ୍ୟ, ପରିବହନ ସ୍ଥିତି ମଧ୍ୟମ ପ୍ରକାରର ରହିବ।
ମକର

ସପ୍ତମାଧିପତି ଭାଗ୍ୟସ୍ଥ ଯୋଗୁ ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତାରୁ ଶୁଭଫଳ ପାଇବେ। ଅନ୍ୟକୁ ସୁହାଇଲା ଭଳି ବାକ୍ୟାଳାପ କରି ସହଜରେ ଆପଣେଇ ନେବେ। ଅଯାଚିତ ଭାବରେ ଅର୍ଥ, ସମ୍ମାନ ଓ ବନ୍ଧୁଙ୍କ ଆଦର, ଅଭ୍ୟର୍ଥନା ମଧ୍ୟ ପାଇପାରନ୍ତି। କିନ୍ତୁ ସାମୟିକ ଭାବରେ ଦାୟିତ୍ୱପୂର୍ଣ୍ଣ କାମଟିକୁ ପାସୋରି ସମାଲୋଚିତ ହୋଇପାରନ୍ତି।
କୁମ୍ଭ

ଏକାଦଶସ୍ଥ ଗ୍ରହମାନେ ଅର୍ଥ, ଉଚ୍ଚସମ୍ମାନ, ଆନୁଷ୍ଠାନିକ କାମରେ ସମ୍ବର୍ଦ୍ଧିତ କରିପାରନ୍ତି। ପୁନଶ୍ଚ ପ୍ରତିଷ୍ଠାର୍ଜନ କରିପାରନ୍ତି। କିନ୍ତୁ କଠିନ ପରିଶ୍ରମ ଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବା ସହ ମାଙ୍ଗଳିକ କାମର ପ୍ରସ୍ତୁତିର ଆଲୋଚନା କରିପାରନ୍ତି।
ମୀନ
ଆଜି ଛଅଟି ଗ୍ରହ କେନ୍ଦ୍ରସ୍ଥଳରେ ଅବସ୍ଥାନ କରୁଥିବାରୁ ପ୍ରତି କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟତା, ବିଶିିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଏବଂ ବୈଷୟିକ ଅଭିବୃଦ୍ଧିରୁ ଖୁସି ରହିବେ। କିନ୍ତୁ ଭ୍ରାତୃ ସମ୍ପର୍କର ନୂ୍ୟନତା, ପଡ଼ୋଶୀଙ୍କ କୁତ୍ସାରଟନା ସହ ସ୍ବାସ୍ଥ୍ୟହାନିରୁ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ବାକ୍ବିତଣ୍ଡାଜନିତ ଟେନ୍ସନ ବଢ଼ିପାରେ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.